Advertisment

ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ

ଅନ୍ତର୍ଜାତୀୟ ବିମାନ ସେବା ଭଳି ଘରୋଇ ବିମାନ ସେବା ଉପରେ ମଧ୍ୟ କଟକଣା ଲାଗିଥିଲା। ସଂକ୍ରମଣ କମିବା ପରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ସେବା ଆରମ୍ଭ ହୋଇଥିଲା।

India to resume international flights

India to resume international flights

Advertisment

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୫ରୁ ଦେଶରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। କେବଳ ୧୪ଟି ଦେଶ ପାଇଁ ଭାରତ ଏହି ସେବା ଆରମ୍ଭ ହୋଇପାରେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ଆରମ୍ଭରୁ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା। ଏବେ ସ୍ଥିତିରେ ଏବେ କିଛିଟା ସୁଧାର ଆସିବା ପରେ ଆସନ୍ତା ୧୫ ତାରିଖରୁ ପୁଣି ଥରେ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Advertisment

ୟୁକେ, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ସାଉଥ ଆଫ୍ରିକା, ବ୍ରାଜିଲ୍, ଚୀନ, ମୋରିସନ୍, ସିଙ୍ଗାପୁର, ବାଂଲାଦେଶ ଭଳି ୧୪ଟି ଦେଶକୁ ବିମାନ ଚଳାଚଳ କରିବ। କରୋନା ସଂକ୍ରମଣକୁ ଦେଖି ଏହି ୧୪ଟି ଦେଶ ସହିତ ବିମାନ ଚଳାଚଳ ପାଇଁ ପ୍ରତିବନ୍ଧକ ଲଗାଇଥିଲା ଭାରତ। ଏବେ ଏୟାର ବବଲ୍ ଏଗ୍ରିମେଣ୍ଟ ଅନୁଯାୟୀ, ଏହି ୧୪ଟି ରାଷ୍ଟ୍ର ସହ ପୂର୍ବଭଳି ବିମାନ ଚଳାଚଳ କରିବ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ବିମାନ ସେବା ଭଳି ଘରୋଇ ବିମାନ ସେବା ଉପରେ ମଧ୍ୟ କଟକଣା ଲାଗିଥିଲା। ସଂକ୍ରମଣ କମିବା ପରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ସେବା ଆରମ୍ଭ ହୋଇଥିଲା। ଗତ ମାସରେ ହିଁ କେନ୍ଦ୍ର ସରକାର ଘରୋଇ ବିମାନ ସେବା ପୂର୍ଣ୍ଣ କ୍ଷମତାର ସହ କରିବାକୁ ଅନୁମତି ଦେଇଛନ୍ତି। କରୋନା ବେଳେ ମାତ୍ର ୨ ମାସ ପାଇଁ ଘରୋଇ ବିମାନ ସେବା ବନ୍ଦ ରହିଥିଲା। ଏହାପରେ ୨୦୨୦ ମେ’ ମାସରୁ ଶକ୍ତ କଟକଣା ମଧ୍ୟରେ ବିମାନ ସେବାକୁ ଆରମ୍ଭ କରାଯାଇଥିଲା। ପ୍ରଥମେ ୩୩% କ୍ଷମତାର ସହ ବିମାନ ସେବା ଆରମ୍ଭ କରିବାକୁ ସରକାର ଅନୁମତି ଦେଇଥିଲେ।

Advertisment

ଏହାପରେ ଗତବର୍ଷ ଡିସେମ୍ବରରେ ଏହାକୁ ୮୦%କୁ ବୃଦ୍ଧି କରାଯାଇଥିଲା। ସେହିପରି ଚଳିତ ବର୍ଷ ଜୁନ୍ ମାସରେ କରୋନାର ଦ୍ୱିତୀୟ ୱେଭ ଯୋଗୁ ପୁଣିଥରେ ସରକାର ସିଟ୍ କ୍ଷମତାକୁ ୫୦%କୁ ହ୍ରାସ କରିଥିଲେ। ଏବେ ଏହାକୁ ୧୦୦%କୁ ବୃଦ୍ଧି କରି ସରକାର ବିମାନ ସେବାକୁ ଅନୁମତି ଦେଇଛନ୍ତି।

COVID19 New Delhi Flight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ