PM Modi In Poland
ବିଶ୍ବର ତୃତୀୟ ବୃହତ ଅର୍ଥନୀତି ହେବା ପାଇଁ ଆଉ ବେଶୀ ଦୂରରେ ନାହିଁ ଭାରତ। ବିଶ୍ବ ବିକାଶ କ୍ଷେତ୍ରରେ ୨୦୨୩ରେ ଭାରତର ଯୋଗଦାନ ରହିଥିଲା ୧୬ ପ୍ରତିଶତ। ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୱାରସାଠାରେ ଆୟୋଜିତ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ଏ କଥା କହିଛନ୍ତି।
ମୋଦି ଗତକାଲି ପୋଲାଣ୍ଡରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭାରତ ଓ ପୋଲାଣ୍ଡ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପୂର୍ତ୍ତି ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଯାତ୍ରା କରିଛନ୍ତି।
ଅଧିକ ପଢନ୍ତୁ : ସଙ୍କଟରେ ମମତା ସରକାର; ନାରୀ ନିଃଶ୍ୱାସରେ ଜଳିଗଲା BJD, ଏବେ TMC ପାଳି !
ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡ଼ୋନାଲଡ ଟସ୍କ ଏବଂ ମୋଦିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ପୋଲାଣ୍ଡ ଗସ୍ତ ସାରି ସେଠାରୁ ୨୩ରେ ୟୁକ୍ରେନ୍ ଯାଇ ରାଷ୍ଟ୍ରପତି ଭ୍ଲୋଡୋମିର ଜେଲେନସ୍କିଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
୪୫ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି ନରେନ୍ଦ୍ର ମୋଦି। ୧୯୭୯ରେ ଶେଷଥର ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଯାଇଥିଲେ ମୋରାରଜୀ ଦେଶାଇ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724295731.jpg)