E-Visa
ବ୍ରିଟିଶ ନାଗରିକଙ୍କ ପାଇଁ ପୁଣି ଇ-ଭିସା ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର । କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା । ତେବେ ଆଗକୁ କ୍ରିଷ୍ଟମାସ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଏହି ବର୍ଷ ଆରମ୍ଭରୁ କେବଳ ୟୁକେ ଓ କାନାଡ଼ା ଭଳି କେତେକ ହାତ ଗଣତି ଦେଶକୁ ଛାଡ଼ିଦେଲେ, ଅନ୍ୟ ଦେଶର ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ।
ଅଧିକ ପଢ଼ନ୍ତୁ: କାହିଁକି ଭାରତୀୟ ନାଗରିକତାରୁ ମୁହଁ ଫେରାଉଛନ୍ତି ଦେଶବାସୀ ?
ତେବେ ବର୍ତ୍ତମାନ ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା କାର୍ଯ୍ୟକାରୀ ହେବା ଅତି ଖୁସିର ବିଷୟ ବୋଲି କହିଛନ୍ତି ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନର । ଏହି ଭିସା ୱେବସାଇଟ୍ ଖୁବଶୀଘ୍ର ଖୋଲିବାକୁ ଯାଉଥିବା ବେଳେ ବ୍ରିଟେନ୍ ନାଗରିକମାନେ ଏଣିକି ଆବେଦନ କରିପାରିବେ । ସେପଟେ ଶୀତ ଋତୁ ପୂର୍ବରୁ ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା ନୀତି କାର୍ଯ୍ୟକାରୀ ହେବା ପରେ ଏହାକୁ ସ୍ୱାଗତ କରିଛନ୍ତି ଦେଶର ବିଭିନ୍ନ ଟ୍ରାଭେଲ ଓ ଟୁରିଜିମ୍ ସଂସ୍ଥା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/E_Visa_1670298689.jpg)