Advertisment

Space Station: ମହାକାଶରେ ଆଉ ଏକ କୀର୍ତ୍ତିମାନ ଅପେକ୍ଷାରେ ଭାରତ; ପରୀକ୍ଷାମୂଳକ ଇନ୍-ସ୍ପେସ୍ ଡକିଂ କରିବ ଇସ୍ରୋ

ଖୁବ୍ ଶୀଘ୍ର ଆଉ ଏକ ବଡ଼ ମିଶନକୁ ସଫଳ କରିବାକୁ ଜୋରଦାର୍ ହୋଇଛି କସରତ। 'ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ'ସ୍ଥାପନ ଦିଗରେ ଆଗକୁ ବଢୁଛି ଭାରତୀୟ ମହାକାଶ ଗବେଷଣ ସଂସ୍ଥା।

Space Station

Space Station

Advertisment

ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ମାଇଲଷ୍ଟୋନ ଅପେକ୍ଷାରେ ଇସ୍ରୋ। ଖୁବ୍ ଶୀଘ୍ର ଆଉ ଏକ ବଡ଼ ମିଶନକୁ ସଫଳ କରିବାକୁ ଜୋରଦାର୍ ହୋଇଛି କସରତ। 'ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ'ସ୍ଥାପନ ଦିଗରେ ଆଗକୁ ବଢୁଛି ଭାରତୀୟ ମହାକାଶ ଗବେଷଣ ସଂସ୍ଥା। ପରୀକ୍ଷାମୂଳକ ଇନ-ସ୍ପେସ୍ ଡକିଂ ପାଇଁ ଉତକ୍ଷେପଣ ଅପେକ୍ଷାରେ ସାଟେଲାଇଟ୍। ଏଥିପାଇଁ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ସାଟେଲାଇଟର ପ୍ରଥମ ଝଲକ ଦେଖାଇଛି ଇସ୍ରୋ। PSLV ରକେଟ୍ ସାହାଯ୍ୟରେ ଲଞ୍ଚ ହେବ ୨ଟି ଛୋଟ ସ୍ପେସ୍ କ୍ରାଫ୍ଟ ଓ ଏହାକୁ ମହାକାଶରେ ଯୋଡାଯିବ। 

Advertisment

ମହାକାଶରେ ଆଉ ଏକ କୀର୍ତ୍ତିମାନ ରଚିବ ଭାରତ ! ସ୍ପେସ୍ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ। ପରୀକ୍ଷାମୂଳକ ଇନ୍-ସ୍ପେସ୍ ଡକିଂ କରିବ ଇସ୍ରୋ। ସ୍ପେଡେକ୍ସ ମିଶନ ପାଇଁ ତୟାରି ଜୋରଦାର। ପ୍ରଥମ ଥର ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରର ଲଞ୍ଚ୍ ପ୍ୟାଡରୁ ସାମନାକୁ ଆସିଲା ସାଟେଲାଇଟର ଚିତ୍ର। ପହଞ୍ଚି ସାରିଛି ସ୍ପେଡେକ୍ସ ମିଶନ ଲାଗି PSLV-C60 ରକେଟ୍। ମହାକାଶ ଯାନ ନିର୍ମାଣ ବି ସରିଛି। PSLV-C60 ରକେଟରେ ୨୨୦ କେଜି ବିଶିଷ୍ଟ ୨ଟି ସ୍ପେସକ୍ରାଫ୍ଟକୁ ଉତକ୍ଷେପଣ କରିବ ଇସ୍ରୋ। ମହାକାଶରେ ଦୁଇ ସ୍ପେସ୍ କ୍ରାଫ୍ଟକୁ ଯୋଡ଼ାଯିବ। ଭାରତର ମହାକାଶ ମିଶନରେ ଏହି ଟେକ୍ନୋଲୋଜି ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଆଗାମୀ ମୁନ୍ ମିଶନ, ଚନ୍ଦ୍ରରୁ ନମୁନା ଆଣିବା ସହ ସ୍ପେସ୍ ଷ୍ଟେସନ ନିର୍ମାଣ ଓ ଏହାର ସଞ୍ଚାଳନ ପାଇଁ ଏହି ପରୀକ୍ଷଣ ସହାୟକ ହେବ। 

ଅଧିକ ପଢ଼ନ୍ତୁ: ବଦଳିଲା ନିୟମ; ଏଣିକି ପ୍ରାର୍ଥୀଙ୍କୁ ମିଳିବନି ପୋଲିଂ ବୁଥ୍ ସିସିଟିଭି ଫୁଟେଜ୍ ଓ ଇ-ରେକର୍ଡ

Advertisment

ସ୍ପେଡେକ୍ସ ମିଶନ୍ କଣ? ମହାକାଶ ଗବେଷଣାରେ ଡକିଂ ଟେକ୍ନୋଲୋଜି କାହିଁକି ଆବଶ୍ୟକ ପଡ଼େ ? କୌଣସି ଏକ ମିଶନ ପାଇଁ ଏକାଧିକ ରକେଟ୍ ଉତକ୍ଷେପଣ କରାଗଲେ ଆବଶ୍ୟକ ପଡ଼େ ଡକିଂ ଟେକ୍ନୋଲୋଜି। ମହାକାଶରେ ଏୟାରକ୍ରାଫ୍ଟ ଡକିଂ ଓ ଅନ୍ ଡକିଂ ପାଇଁ ଆବଶ୍ୟକ ଟେକ୍ନୋଲୋଜି ବିକାଶ କରିବା ଉଦ୍ଦେଶ୍ୟରେ ସ୍ପେଡେକ୍ସ ମିଶନ ତୟାର କରିଛି ଇସ୍ରୋ। ସ୍ପେସ୍ ଡକିଂ ଏମିତି ଏକ ଟେକନିକ୍ ଯାହା ଦ୍ବାରା ମହାକାଶରେ ଗୋଟିଏ ସ୍ପେସକ୍ରାଫ୍ଟକୁ ଆଉ ଗୋଟିଏ ସହ ଯୋଡ଼ାଯାଏ। ସେହିପରି ଏହି ଟେକ୍ନୋଲୋଜିରେ ମହାକାଶ ଗବେଷଣାରେ ଥିବା ମଣିଷକୁ ଗୋଟିଏ ଅନ୍ତରୀକ୍ଷ ଯାନରୁ ଅନ୍ୟ ଗୋଟିଏକୁ ବି ପଠାଯାଇପାରିବ। ଏଥିପାଇଁ ଜରୁରୀ ଟେକ୍ନୋଲୋଜିର ବିକାଶ କରିବା ସ୍ପେଡେକ୍ସ ମିଶନର ମୁଖ୍ୟ ଲକ୍ଷ୍ୟ। ସେହିପରି ଡକ୍ ହୋଇଥିବା ମହାକାଶ ଯାନରେ ବିଦ୍ୟୁତ ଶକ୍ତି, ଇନ୍ଧନ ଆଦି ସ୍ଥାନାନ୍ତରଣ କରିବା ମିଶନର ଆଉ ଏକ ବଡ଼ ଉପଲବ୍ଧି ହେବ। ଯାହା ଅନଡକିଂ ପରେ ଭବିଷ୍ୟତରେ ସ୍ପେସକ୍ରାଫ୍ଟକୁ ନିୟନ୍ତ୍ରଣ କରିବା, ପେ-ଲୋଡ୍ ଅପରେସନରେ ଆବଶ୍ୟକତା ରହିଥାଏ। ଆସନ୍ତା ଚନ୍ଦ୍ରଯାନ-୪ ପାଇଁ ସ୍ପେସ୍ ଡକିଂ ଜରୁରୀ ରହିଛି। 

ଇସ୍ରୋ ପକ୍ଷରୁ ସ୍ପେଡେକ୍ସ ଲଞ୍ଚ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ କୁହାଯାଉଛି ଆସନ୍ତା ୩୦ ତାରିଖରେ ଏହି ଉତକ୍ଷେପଣ କରାଯାଇପାରେ। ମିଶନ ସଫଳ ହେଲେ ଆମେରିକା, ରୁଷ ଏବଂ ଚୀନ୍ ପରେ ଭାରତ ଅନ୍ତରୀକ୍ଷ ଡକିଂ ଜ୍ଞାନକୌଶଳରେ ସଫଳତା ଲାଭ କରିଥିବା ଚତୁର୍ଥ ଦେଶ ହେବ। ୨୦୩୫ ସୁଦ୍ଧା ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ପାଇଁ ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବଶ୍ରେଷ୍ଠ ପୁରସ୍କାର

ISRO Space
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ