Advertisment

ଜାତିସଂଘରେ ପାକିସ୍ତାନକୁ ଆମେରିକାର ବିରୋଧ, ଭାରତ କଲା ସମର୍ଥନ !

ୟୁଏନ୍‌ଏଚ୍‌ଆରସିରେ ମୋଟ ୪୭ ସଦସ୍ୟ ଅଛନ୍ତି। ଓଆଇସିରେ କେବଳ ୧୯ ଦେଶ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ଉପରେ ଚୀନ୍ ସମର୍ଥନ ଦେଇଛି। ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ବେଲଜିୟମ୍, ଜର୍ମାନୀ, ରୋମାନିଆ, ଲିଥୁଆ, କୋଷ୍ଟାରିକା ଓ ଫିନଲ୍ୟାଣ୍ଡ ସମେତ ୧୨ ଦେଶ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ।

ଅଦ୍ୟତନ ହୋଇଛି
India - Pakistan

India - Pakistan

Advertisment

ସ୍ୱିଡେନରେ ପବିତ୍ର କୁରାନ ପୋଡ଼ି ଘଟଣା ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଆଉ ଏହାରି ଭିତରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି, ଜାତିସଂଘରେ ପାକିସ୍ତାନକୁ ସମର୍ଥନ କରିଛି ଭାରତ । ଭାରତ-ପାକିସ୍ତାନ ପାରମ୍ପରିକ ଶତ୍ରୁ ବୋଲି ସାରା ବିଶ୍ୱ ଜାଣିଥିବା ବେଳେ ଭାରତ କିଭଳି ପାକିସ୍ତାନକୁ ସମର୍ଥନ କରିପାରିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Advertisment

ତେବେ ପୁରା ଘଟଣାଟି ହେଲା...

ଗତ ମାସରେ ସ୍ୱିଡେନର ରାଜଧାନୀ ଷ୍ଟକହୋମ୍‌ରେ ଜଣେ ବ୍ୟକ୍ତି ମସଜିଦ୍ ସମ୍ମୁଖରେ ପବିତ୍ର କୁରାନକୁ ଅପମାନିତ କରିଥିଲେ। ପବିତ୍ର କୁରାନ୍‌କୁ ବ୍ୟକ୍ତି ଜଣକ ନିଆଁ ଲଗାଇ ପୋଡ଼ିଥିଲେ । ଏହି ଘଟଣାକୁ ସମସ୍ତ ଇସ୍‌ଲାମିକ ଦେଶ ସହିତ ୟୁରୋପିୟ ୟୁନିୟନ୍, ପୋପ୍ ଫ୍ରାନ୍ସିସ୍ ଓ ସ୍ୱିଡେନ୍ ସରକାର ନିନ୍ଦା କରିଥିଲେ।

ସ୍ୱିଡେନ୍‌ରେ କୁରାନ ଜାଳିବା ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦରେ ଧାର୍ମିକ ଘୃଣା ରୋକିବାକୁ ଏକ ପ୍ରସ୍ତାବ ଆଣିଥିଲା ପାକିସ୍ତାନ । ଉକ୍ତ ଡ୍ରାଫ୍ଟ ପ୍ରସ୍ତାବକୁ ବୁଧବାର ଜାତିସଂଘ ଅନୁମୋଦନ ଦେଇଥିଲା । ହେଲେ ବଡ କଥା ହେଉଛି, ପାକିସ୍ତାନର ଏହି ପ୍ରସ୍ତାବକୁ ଭାରତ ଜାତିସଂଘରେ ସମର୍ଥନ ଦେଇଛି । ଯେତେବେଳେ କି, ଆମେରିକା ପ୍ରସ୍ତାବର ବିରୋଧରେ ରହିଛି ।

Advertisment

ୟୁଏନ୍‌ଏଚ୍‌ଆରସି ତରଫରୁ ଟ୍ୱିଟ କରି ଡ୍ରାଫ୍ଟ ରିଜୋଲ୍ୟୁସନ୍‌ ଥରେ ଉପସ୍ଥାପିତ ହେବା ପରେ ମୌଖିକ ଭାବରେ ସଂଶୋଧନ କରାଯାଇଥିଲା। ଏହାର ଶୀର୍ଷକ ‘ଭେଦଭାବ, ଶତ୍ରୁତା କିମ୍ବା ହିଂସାକୁ ପ୍ରୋତ୍ସାହିତ କରୁଥିବା ଧାର୍ମିକ ଘୃଣାର ମୁକାବିଲା’ ଥିଲା। ୫୭ ମୁସଲିମ୍‌ ରାଷ୍ଟ୍ର ସମୁହ(ଓଆଇସି) ପକ୍ଷରୁ ପାକିସ୍ତାନ ଏହି ଡ୍ରାଫ୍ଟ ରିଜୋଲ୍ୟୁନ୍‌ ଉପସ୍ଥାପିତ କରିଥିଲା। ଯେଉଁଥିରେ କେତେକ ୟୁରୋପିୟ ତଥା ଅନ୍ୟାନ୍ୟ ଦେଶରେ ପବିତ୍ର କୁରାନକୁ ବାରମ୍ୱାର ଅପମାନିତ କରାଯିବା ଘଟଣାକୁ ନିନ୍ଦା କରାଯାଇଥିଲା।

ୟୁଏନ୍‌ଏଚ୍‌ଆରସିରେ ମୋଟ ୪୭ ସଦସ୍ୟ ଅଛନ୍ତି। ଓଆଇସିରେ କେବଳ ୧୯ ଦେଶ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ଉପରେ ଚୀନ୍ ସମର୍ଥନ ଦେଇଛି। ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ବେଲଜିୟମ୍, ଜର୍ମାନୀ, ରୋମାନିଆ, ଲିଥୁଆ, କୋଷ୍ଟାରିକା ଓ ଫିନଲ୍ୟାଣ୍ଡ ସମେତ ୧୨ ଦେଶ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ସେମାନଙ୍କ ମତରେ ବାକ୍ ସ୍ୱାଧିନତାର ଅର୍ଥ ବେଳେବେଳେ ଅସହନୀୟ ବିଚାରଗୁଡିକ ସହ୍ୟ କରିବାକୁ ହୋଇଥାଏ ।

Advertisment

ଅନ୍ୟପଟେ ନେପାଳ ସମେତ ୭ ଦେଶ ମତଦାନରୁ ନିବୃତ୍ତ ରହିଥିଲେ। ଫଳରେ ମୋଟ ୨୮ ଦେଶ ଏହାକୁ ସମର୍ଥନ ଦେଇଥିଲେ। ପାକିସ୍ତାନୀ ଖବର କାଗଜ ଡନ୍‌ ଏହି ସଂକଳ୍ପ ପାରିତକୁ ପାଶ୍ଚାତ୍ୟ ଦେଶମାନଙ୍କ ପରାଜୟ ବୋଲି କହିଛି। ଏହାସହିତ UNHRCରେ ଓଆଇସିର ଦବଦବା ରହିଥିବା ମଧ୍ୟ କୁହାଯାଇଛି ।

ସେପଟେ ଜାତିସଂଘ ମାନବାଧିକାର ପରିଷଦରେ ଆମେରିକାର ସ୍ଥାୟୀ ପ୍ରତିନିଧି ମିଶେଲ ଟେଲର କହିଛନ୍ତି ଯେ, ଏ ଦିଗରେ ଆମେରିକାର ଚିନ୍ତାକୁ ଗମ୍ଭୀରତାର ସହ ନିଆଗଲା ନାହିଁ । ଚିନ୍ତା କରିବାକୁ ଅଧିକ ସମୟ ଦିଆଯାଇଥିଲେ ଏବଂ ଖୋଲା ଆଲୋଚନା ହୋଇଥିଲେ ଆମେ ସମସ୍ତେ ଏହି ପ୍ରସ୍ତାବରେ ଏକାସଙ୍ଗେ ଆଗକୁ ବଢ଼ିବାର ରାସ୍ତା ଖୋଜି ପାରିଥାନ୍ତେ ।

Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ