Advertisment

Operation Sindoor: ବିଶ୍ୱ ମଞ୍ଚରେ ଭାରତ କହିଲା ଦୁନିଆ ଶୁଣିଲା, ପଡ଼ିବ ତ ପ୍ରଭାବ ?

ଜାମ୍ମୁ ଓ କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ‘ଅପରେସନ ସିନ୍ଦୂର’ ଜରିଆରେ ପାକିସ୍ତାନ ଓ ପିଓକେରେ ଜୋରଦାର ଜବାବ ଦେଇଥିଲା। ଭାରତର କୂଟନୈତିକ ଓ ସାମରିକ ଶକ୍ତି ଦେଖି ପାକିସ୍ତାନ ଅସ୍ତ୍ରବିରତି ପ୍ରସ୍ତାବ ରଖିଥିଲା, ଯାହାକୁ ଭାରତ ଗ୍ରହଣ କରି ଆତଙ୍କବାଦ ଓ ଆଲୋଚନା ଏକସଙ୍ଗେ ଚଳିପାରିବ ନାହିଁ ବୋଲି କହି ସିନ୍ଧୁ ଜଳ ଚୁକ୍ତି ବାତିଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ଆନ୍ତର୍ଜାତୀୟ ମଞ୍ଚରେ ଭାରତ ପାକିସ୍ତାନର ଆତଙ୍କବାଦୀ ସମର୍ଥନକୁ ନେଇ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲା, ଯାହା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

author-image
Ramakrushna Dakua
ଅଦ୍ୟତନ ହୋଇଛି
ଭାରତ କହିଲା ଦୁନିଆ ଶୁଣିଲା

ଭାରତ କହିଲା ଦୁନିଆ ଶୁଣିଲା

ଭାରତ ପ୍ରଥମ ଥର ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଆଗରେ ଆତଙ୍କବାଦ ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରି ବିଶ୍ୱ ଆଗରେ ଉଦାହରଣ ସୃଷ୍ଟି କରିଛି। ପହଲଗାମ୍ ନରସଂହାର ପରେ ‘ଅପରେସନ ସିନ୍ଦୂର’ ଜରିଆରେ ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଥିଲା, ଯାହା ଜାତୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ଥିଲା। ଏହାର ସଫଳତା ଓ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ୫୯ ଜଣିଆ ସାତଟି ପ୍ରତିନିଧି ଦଳ ୩୩ଟି ପ୍ରମୁଖ ଦେଶ, ଏସିଆ, ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଓ ଆଫ୍ରିକାକୁ ପରିଦର୍ଶନ କରି ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏବେ ଆସନ୍ତୁ ନଜର ପକାଇବା ଏହାର ଫଳାଫଳ ଉପରେ ।

Advertisment

୧. ଆନ୍ତର୍ଜାତୀୟ ସମର୍ଥନ ଓ ଐକ୍ୟବଦ୍ଧତା: ସାଉଦି ଆରବ, ଇଟାଲୀ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ ଏବଂ ଯୁକ୍ତରାଷ୍ଟ୍ର ଆଦି ଦେଶ ଭାରତର ଆତଙ୍କବାଦ ବିରୋଧୀ ଅବସ୍ଥାନକୁ ଦୃଢ ସମର୍ଥନ ଜଣାଇଛନ୍ତି। ଯୁକ୍ତରାଷ୍ଟ୍ରର ସେନେଟର କ୍ରିସ ଭ୍ୟାନ ହୋଲେନ ଏବଂ ଇଟାଲୀର ସେନେଟର ଷ୍ଟେଫାନିଆ କ୍ରାକ୍ସି ଆତଙ୍କବାଦ ବିରୋଧରେ ସହଯୋଗ ଉପରେ ଜୋର ଦେଇଥିଲେ।

୨. କୂଟନୈତିକ ସମ୍ପର୍କ: ପ୍ରତିନିଧି ଦଳମାନେ ମଧ୍ୟପ୍ରାଚ୍ୟ, ଇଉରୋପ, ଦକ୍ଷିଣ-ପୂର୍ବ ଏସିଆ, ଆଫ୍ରିକା ଏବଂ ଆମେରିକା ଆଦି ଅଞ୍ଚଳର ବିଦେଶୀ ସରକାର, ଆଇନଜ୍ଞ, ଥିଙ୍କ ଟ୍ୟାଙ୍କ, ଗଣମାଧ୍ୟମ ଏବଂ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିଥିଲେ। ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଆଦେଲ ଅଲ-ଜୁବେୟର, ଗ୍ରୀସର ଉପ-ବୈଦେଶିକ ମନ୍ତ୍ରୀ ତାସୋସ ଚାଟ୍ଜିଭାସିଲେଇଓ ଏବଂ ଯୁକ୍ତରାଷ୍ଟ୍ରର ଉପ-ରାଷ୍ଟ୍ରପତି ଜେ.ଡି. ଭ୍ୟାନ୍ସଙ୍କ ସହ ଆଲୋଚନାରେ ଭାରତର ସୁନିୟନ୍ତ୍ରିତ ଓ ସଠିକ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Advertisment

୩. ପାକିସ୍ତାନର ବୟାନ ଖଣ୍ଡନ: ପ୍ରତିନିଧି ଦଳମାନେ ପାକିସ୍ତାନର ଆତଙ୍କବାଦକୁ ସମର୍ଥନ କରୁଥିବା ପ୍ରମାଣ ଉପସ୍ଥାପନ କରି ଲସ୍କର-ଏ-ତୈବା (ଏଲଇଟି) ଓ ଜୈଶ-ଏ-ମହମ୍ମଦ (ଜେଇଏମ) ପରି ସଂଗଠନକୁ ସେମାନଙ୍କ ସମର୍ଥନକୁ ଉଜାଗର କରିଥିଲେ। ଅପରେସନ ସିନ୍ଦୂରରେ ନାଗରିକ ହତାହତ ହୋଇଥିବା ପାକିସ୍ତାନର ଦାବିକୁ ଖଣ୍ଡନ କରି କେବଳ ଆତଙ୍କବାଦୀ ଭିତ୍ତିଭୂମିକୁ ଲକ୍ଷ୍ୟ କରାଯାଇଥିଲା ବୋଲି ସ୍ପଷ୍ଟ କରାଯାଇଥିଲା ।

୪. ମିଶ୍ରିତ ବିଶ୍ୱ ପ୍ରତିକ୍ରିୟା: ଯୁକ୍ତରାଷ୍ଟ୍ର ଆମେରିକା ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ ହେଁ ଭାରତର ଆତ୍ମରକ୍ଷା ଅଧିକାରକୁ ସ୍ୱୀକାର କରିଥିଲା। ଇସ୍ରାଏଲ ସବୁଠାରୁ ଦୃଢ ସମର୍ଥକ ଥିଲା, ପାନାମା ମଧ୍ୟ ଭାରତର କାର୍ଯ୍ୟକୁ ସମର୍ଥନ କରିଥିଲା। ଇଉରୋପୀୟ ସଂଘ ପହଲଗାମ୍ ଆକ୍ରମଣର ନିନ୍ଦା କରିଥିଲେ ମାତ୍ର ସଂଯମ ପାଇଁ ଆହ୍ୱାନ ଦେଇଥିଲେ।

୫. ବିବିଧତା ମଧ୍ୟରେ ଏକତା: ଶଶି ଥରୁର, କାନିମୋଝି କରୁଣାନିଧି ଏବଂ ସୁପ୍ରିୟା ସୁଲେ ପରି ବିରୋଧୀ ନେତାଙ୍କ ସହ ଶାସକ ଦଳର ସଦସ୍ୟଙ୍କ ସାମିଲ ହେବା ଜାତୀୟ ସୁରକ୍ଷା ପ୍ରତି ଭାରତର ଏକଜୁଟ ଅବସ୍ଥାନକୁ ପ୍ରଦର୍ଶନ କରିଥିଲା, ଯାହା ଆନ୍ତର୍ଜାତୀୟ ସ୍ତରରେ ଏକ ବହୁମୁଖୀ ଛବି ପ୍ରଦାନ କରିଛି।

୬. ଚ୍ୟାଲେଞ୍ଜ ଓ ସମାଲୋଚନା: ଭାରତର ଏଭଳି ପ୍ରୟାସକୁ ଅନେକ ପ୍ରଶଂସା କରିଥିଲେ ମଧ୍ୟ ଏହା ବ୍ୟୟବହୁଳ ଏବଂ କି ଲାଭ ଦେବ ବୋଲି ଅନେକ ପ୍ରଶ୍ନ କରିଥିଲେ ।

୨୦୨୫ ଜୁନ ୮ ସୁଦ୍ଧା ସମାପ୍ତ ହୋଇଥିବା ଏହି ପରିଦର୍ଶନରେ ପ୍ରତିନିଧି ଦଳମାନେ ଭାରତର “ନୂଆ ସାଧାରଣ” ଅର୍ଥାତ ସକ୍ରିୟ ଆତଙ୍କବାଦ ବିରୋଧୀ ନୀତି ଏବଂ ଟିଆରଏଫକୁ ଜାତିସଂଘ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବା ପାଇଁ ଶାଣିତ ସ୍ୱର ଉପସ୍ଥାପନ କରିଛନ୍ତି ।                                                                                                                                                                                                                       

India Indo-Pak War Operation Sindoor
Advertisment
Advertisment