Advertisment

4Gଠୁ ୧୦ ଗୁଣ ଅଧିକ ସ୍ପିଡ୍ ହେବ 5G

ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ୫ଜି ସେବା ମିଳିବ ବୋଲି ଆଶା ରଖାଯାଇଛି।

5G Network

5G Network

Advertisment

ଭାରତୀୟ ଉପଭୋକ୍ତା ଖୁବଶୀଘ୍ର ପାଇବାକୁ ଯାଉଛନ୍ତି ବହୁ ପ୍ରତୀକ୍ଷିତ 5G ସେବା। ଦୁଇ ମାସ ତଳେ ଭାରତରେ ଫାଇଭ୍ ଜି ଟେକନୋଲଜିର ସଫଳ ପରୀକ୍ଷଣ ହୋଇଥିବା ବେଳେ, ଆଜି ସ୍ପେକ୍ଟ୍ରମ ନିଲାମୀ ହେବାକୁ ଯାଉଛି। ଲୋ, ମିଡ୍ ଓ ହାଇ ଫ୍ରିକ୍ଯୁଏନ୍ସ ବ୍ୟାଣ୍ଡ୍ ୨୬ ଗିଗାହର୍ଜ ପାଇଁ ନିଲାମୀ ହେବ। ଫାଇଭି ଜି ନେଟଓ୍ୱର୍କ ଯୋଗାଯୋଗ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାକୁ ଯାଉଛି।

Advertisment

ଚଳିତ ମାସ ଶେଷ ସୁଦ୍ଧା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ୫ଜି ସେବା ମିଳିବ ବୋଲି ଆଶା ରଖାଯାଇଛି। ୨୦ ବର୍ଷ ପାଇଁ ଏହି ନିଲାମୀ ଅଧିକାର ପ୍ରଦାନ କରାଯିବ। ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ, ଆଦାନୀ ଗ୍ରୁପ ଏହି ରେସ୍‌ରେ ସାମିଲ ହୋଇ ୨୧ ହଜାର ୪ଶହ କୋଟି ଟଙ୍କାର ଇଏମଡି ବା ଟୋକନ୍ ମନି ଦାଖଲ କରିଛନ୍ତି।

ସୂଚନା ଅନୁସାରେ ଦେଶର ସର୍ବବୃହତ ମୋବାଇଲ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ ୧୪ ହଜାର କୋଟିର ଇଏମଡି ଦାଖଲ କରିଛି। ଭାରତୀ ଏୟାରଟେଲ୍ ୫ ହଜାର ୫ ଶହ କୋଟି, ଆଦାନୀ ଗ୍ରୁପ ୧୦୦ କୋଟି ଏବଂ ଭୋଡାଫୋନ୍ ଆଇଡିଆ ୨୨ଶହ କୋଟି ଟଙ୍କା ଇଏମଡି ଦାଖଲ କରିଛନ୍ତି। ଏହି ଇଏମଡି ଦାଖଲ ରାଶି ଉପରେ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଥିବା କମ୍ପାନୀମାନଙ୍କ ପାଇଁ ଅନ୍ତିମ ନିର୍ଦ୍ଧାରିତ ୫ଜି ସ୍ପେକ୍ଟ୍ରମ ଦର ନିର୍ଦ୍ଧାରିତ ହେବ।

Advertisment

ଇଏମଡିି ଦାଖଲ ହିସାବରେ ପଏଣ୍ଟ ତାଲିକାରେ ଯୋଗ୍ୟା ପ୍ରାର୍ଥୀ ଭାବେ ରିଲାଏନ୍ସ ଜିଓ ୧ ଲକ୍ଷ ୫୯ ହଜାର ୮୩୦ ପଏଣ୍ଟ ହିସାବରେ ଆଗରେ ରହିଛି। ୬୬ ହଜାର ୩୩୦ ପଏଣ୍ଟ ସହ ତାଲିକାର ଦ୍ୱିତୀୟରେ ଏୟାରଟେଲ୍ ରହିଛି। ତୃତୀୟରେ ରହିଛି ଭୋଡାଫୋନ୍ ଆଇଡିଆ  ଭୋଡାଫୋନକୁ ମିଳିଛି ୨୯ ହଜାର ୩୭୦ ପଏଣ୍ଟ।  ଅଦାନୀ ଡାଟା ନେଟଓ୍ୱର୍କ ୧୬୫୦ ପଏଣ୍ଟ ସହ ତାଲିକାର ଶେଷରେ ରହିଛି।

ମିଳିବ ଥ୍ରୀ-ଜିଠୁ ୩ ଗୁଣ ଓ ଫୋର୍-ଜିଠୁ ୧୦ ଗୁଣ ଅଧିକ ସ୍ପିଡ୍। ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ ୫ଜି। ଟୁ-ଜି ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, ୩ଜି ସେବାରେ ୨ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ ଲାଗୁଥିଲା, ଏବେ ଫାଇଭ୍-ଜିରେ ସେହି ଫାଇଲ ଡାଉନଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଏହା ଆପଣଙ୍କ ଡିଜିଟାଲ ଲାଇଫକୁ କେତେ ସହଜ କରିଦେବ। ନଜର ପକାନ୍ତୁ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଅନ୍ୟ କଣ ସବୁ ଫାଇଦା ଦେବ ୫ଜି ନେଟଓ୍ୱର୍କ  
୧. ହାଇଡେଫିନେସନ୍ ବା ଉଚ୍ଚ ମାନର ଭିଡିଓ ଫାଇଲ ଦେଖିବାରେ ଅସୁବିଧା ହେବନି।
୨. ଷ୍ଟ୍ରିମିଂ ବେଳେ ଆଉ ସମସ୍ୟା ରହିବ ନାହିଁ।
୩. ଅନଲାଇନ୍ ପାଠପଢ଼ାରେ ସମସ୍ୟା ରହିବନି ନେଟଓ୍ୱର୍କ ସମସ୍ୟା।

Advertisment
5G Network 5G Auctions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ