ଜାନୁଆରୀ ୨୬ରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଗୁଇନ୍ଦା କହିଲା ସଜାଗ ରୁହ

ଦିଲ୍ଲୀ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ମିଳିଥିବା ଖବର ଅନୁସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଦିଲ୍ଲୀ ପୋଲିସକୁ ନଅ ପୃଷ୍ଠାର ଆଲର୍ଟ ମଧ୍ୟ ସେୟାର କରିଛି ।

Terrorist Attack

ପୁଣି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ଭୟ । ଗଣତନ୍ତ୍ର ଦିବସରେ ହୋଇପାରେ ବଡ଼ ଧରଣର ଆକ୍ରମଣ । ଏମିତି କିଛି ଆଶଙ୍କା କରିଛି ଗୁଇନ୍ଦା ବିଭାଗ । ଏନେଇ ଦିଲ୍ଲୀ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ମିଳିଥିବା ଖବର ଅନୁସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଦିଲ୍ଲୀ ପୋଲିସକୁ ନଅ ପୃଷ୍ଠାର ଆଲର୍ଟ ମଧ୍ୟ ସେୟାର କରିଛି ।

ସତର୍କ ସୂଚନାରେ କୁହାଯାଇଛି ଯେ, ଆଇଏସଆଇ ନିର୍ଦ୍ଦେଶରେ ଭାରତର ବଡ଼ ବଡ଼ ନେତାଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଛି ଖଲିସ୍ତାନ ଲିବରେସନ ଫୋର୍ସ । ଖାଲିସ୍ତାନ ଲିବରେସନ ଫୋର୍ସ ଇସଲାମୀୟ ଆତଙ୍କବାଦୀଙ୍କ ସହିତ ହାତ ମିଶାଇଛି । ଆଉ ଆକ୍ରମଣ ଯୋଜନା କରିଛି ।ଆତଙ୍କବାଦୀମାନେ ଜନଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରିଛି ଗୁଇନ୍ଦା ବିଭାଗ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।