Baijayant Panda
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦେଶରେ ବଣ୍ଟନ କରାଯାଇଥିବା LED ବଲ୍ବ ସ୍କିମ୍ ପ୍ରସଙ୍ଗରେ ଲୋକସଭାରେ ପ୍ରସଙ୍ଗ ଉଠାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । LED ବଲ୍ବ ଯୋଗୁ ବର୍ଷକରେ ଦେଶର ୧୯ ହଜାର କୋଟି ଟଙ୍କା ସଂଚୟ ହେଉଥିବା ସୂଚନା ଦେଇଛନ୍ତି ବୈଜୟନ୍ତ ।
ତେବେ ଏହି LED ବଲ୍ବ ବଣ୍ଟନରେ ଅନେକ ବଡ଼ ରାଜ୍ୟ କାହିଁକି ପଛରେ ଅଛନ୍ତି ଓ ଏହାକୁ ଆଗକୁ ନେବାକୁ କ’ଣ ପଦକ୍ଷେପ ନିଆଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ଏହା ଛଡ଼ା LED ବଲ୍ବ ଷ୍ଟାର ରେଟିଂ ପ୍ରସଙ୍ଗ ମଧ୍ୟ ଉଠାଇ ଏହାକୁ ଆହୁରି ତ୍ବରାନ୍ବିତ କରିବାକୁ ପ୍ରସ୍ତାବ ଦେଇଥିଲେ ବୈଜୟନ୍ତ । ତେବେ କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722512913.jpg)