Advertisment

ଖୁବଶୀଘ୍ର ଦେଶରୁ ହଟିବ ଗରିବୀ...୫ପ୍ରତିଶତ ତଳକୁ ଖସିଲା ଦାରିଦ୍ର୍ୟ ହାର...ରିପୋର୍ଟରେ ଖୁଲାସା

ଗ୍ରାମାଞ୍ଚଳରେ ମୁଣ୍ଡପିଛା ହାରାହାରି ଖର୍ଚ୍ଚ ୩,୭୭୩ ଟଙ୍କା ହୋଇଥିବା ବେଳେ ସହରାଞ୍ଚଳରେ ୬,୪୫୯ ଟଙ୍କା ରହିଛି।

ଅଦ୍ୟତନ ହୋଇଛି
Poverty level has fallen below 5%

NITI AAyog

Advertisment

ଦେଶରେ କମୁଛି ଦାରିଦ୍ର୍ୟ। ଲୋକେ ଧିରେ ଧିରେ ଦାରିଦ୍ର୍ୟ ସୀମା ରେଖାରୁ ବାହାରୁଛନ୍ତି। ଫେବୃଆରୀ ୨୬ର ସର୍ବଶେଷ ଘରୋଇ ଉପଭୋକ୍ତା ଖର୍ଚ୍ଚ ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତର ଦାରିଦ୍ର୍ୟ ସ୍ତର ୫% ତଳକୁ ଖସି ଆସିଛି। ଉଭୟ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଲୋକମାନେ ଅଧିକ ସମୃଦ୍ଧ ହୋଇଥିବା ନୀତି ଆୟୋଗର ସିଇଓ ବି.ଭି. ଆର୍ ସୁବ୍ରମଣ୍ୟମ ସୂଚନା ଦେଇଛନ୍ତି।

Advertisment

ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (NSSO) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୧୧-୧୨ ତୁଳନାରେ ମୁଣ୍ଡପିଛା ମାସିକ ଘରୋଇ ଖର୍ଚ୍ଚ ୨୦୨୨-୨୩ ତୁଳନାରେ ଦ୍ୱିଗୁଣିତ ହୋଇଛି। ଉପଭୋକ୍ତା ଖର୍ଚ୍ଚ ସର୍ବେକ୍ଷଣରେ ସରକାର ଗ୍ରହଣ କରିଥିବା ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପଗୁଡ଼ିକର ସଫଳତା ମଧ୍ୟ ପ୍ରତିଫଳିତ ହୋଇଛି ବୋଲି ସୁବ୍ରମଣ୍ୟମ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏହି ସର୍ଭେ ଜନସଂଖ୍ୟାକୁ ୨୦ ଟି ବିଭିନ୍ନ ବର୍ଗରେ ବିଭକ୍ତ କରି ତଥ୍ୟ ସଂଗ୍ରହ କରିଛି । ମିଳିଥିବା ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ମୁଣ୍ଡପିଛା ହାରାହାରି ଖର୍ଚ୍ଚ ୩,୭୭୩ ଟଙ୍କା ହୋଇଥିବା ବେଳେ ସହରାଞ୍ଚଳରେ ୬,୪୫୯ ଟଙ୍କା ରହିଛି। ସେହିପରି ଗ୍ରାମାଞ୍ଚଳରେ ନିମ୍ନ ବର୍ଗର ମୁଣ୍ଡପିଛା ହାରାହାରି ଖର୍ଚ୍ଚ ୧,୩୭୩ ଟଙ୍କା ଏବଂ ସହରାଞ୍ଚଳରେ ୨,୦୦୧ ଟଙ୍କା ହେବ ବୋଲି ଆକଳନ କରାଯାଇଛି।୧.୫୫ ଲକ୍ଷ ଗ୍ରାମୀଣ ପରିବାର ଏବଂ ୧.୦୭ ଲକ୍ଷ ସହରୀ ପରିବାରରୁ ସଂଗୃହୀତ ତଥ୍ୟ ଉପରେ NSSO ଏହା ଆକଳନ କରିଛି।

Advertisment

ସୁବ୍ରମଣ୍ୟମ୍ କହିଛନ୍ତି ଯେ ତଥ୍ୟ ଦର୍ଶାଉଛି ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଲୋକଙ୍କ ଖର୍ଚ୍ଚ ପ୍ରାୟ ୨.୫ ଗୁଣ ବୃଦ୍ଧି ପାଇଛି। ଏହା ଦେଶର ପ୍ରଗତିକୁ ଦର୍ଶାଉଛି। ସର୍ଭେରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଗ୍ରାମାଞ୍ଚଳର ଲୋକମାନେ ସହରାଞ୍ଚଳ ତୁଳନାରେ ଦ୍ରୁତ ଗତିରେ ଅଗ୍ରଗତି କରୁଛନ୍ତି । ଯାହା ଉଭୟ ଅଞ୍ଚଳ ମଧ୍ୟରେ ଥିବା ପାର୍ଥକ୍ୟକୁ ହ୍ରାସ କରିଛି। ଏହି ସର୍ଭେରେ ସରକାରୀ କଲ୍ୟାଣକାରୀ ଯୋଜନାର ଲାଭକୁ ମଧ୍ୟ ବିଚାରକୁ ନିଆଯାଇଛି। ଯାହାକି ଗରିବ ପରିବାରର ବ୍ୟବହାରରେ ସହାୟକ ହୋଇଛି।

ଏଥିରେ ଲୋକମାନେ ମାଗଣା ଖାଦ୍ୟ ଶସ୍ୟ ଏବଂ ପିଲାମାନଙ୍କ ପାଇଁ ସାଇକେଲ ଏବଂ ସ୍କୁଲ ୟୁନିଫର୍ମ ଭଳି ସାମଗ୍ରୀ ପାଇଛନ୍ତି । ସର୍ବେକ୍ଷଣରୁ ଜଣାପଡିଛି ଯେ ୨୦୧୧-୧୨ରେ ଏହି ବ୍ୟବଧାନ ୮୪% ଥିଲା ଏବଂ ୨୦୨୨-୨୩ରେ ଏହା ୭୧% କୁ ହ୍ରାସ ପାଇଛି। ଏହି ବ୍ୟବଧାନ ୨୦୦୪-୦୫ରେ ୯୧ ପ୍ରତିଶତରେ ପହଞ୍ଚିଥିଲା। ଦେଶର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ମୋଟ୍ ଖର୍ଚ୍ଚରେ ଶସ୍ୟ ଏବଂ ଖାଦ୍ୟ ବ୍ୟବହାରରେ ଅଂଶଧନ ହ୍ରାସ ପାଇଥିବା NSSO ସର୍ଭେରେ ଦର୍ଶାଇଛି।

Advertisment
NITI Aayog Poverty Niti Ayog Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ