Advertisment

LIC 3.0: ମେ’ ୪ରୁ ବିକ୍ରି ହେବ IPO

ବହୁ ଦିନର ଅପେକ୍ଷା ପରେ ମାର୍କେଟକୁ ଆସିବ ଏଲଆଇସିର ଆଇପିଓ। ମେ’ ୪ରୁ ମ” ୯ ପର୍ଯ୍ୟନ୍ତ  LIC IPO ବିକ୍ରି ହେବ ବୋଲି ଏକ ପ୍ରେସ୍‌ମିଟ୍‌ରେ ଘୋଷଣା କରାଯାଇଛି।

India's Biggest Ever LIC IPO Opens On May 4

India's Biggest Ever LIC IPO Opens On May 4

Advertisment

ବହୁ ଦିନର ଅପେକ୍ଷା ପରେ ମାର୍କେଟକୁ ଆସିବ ଏଲଆଇସିର ଆଇପିଓ। ମେ’ ୪ରୁ ମ” ୯ ପର୍ଯ୍ୟନ୍ତ  LIC IPO(Initial Public Offering) ବିକ୍ରି ହେବ ବୋଲି ଏକ ପ୍ରେସ୍‌ମିଟ୍‌ରେ ଘୋଷଣା କରାଯାଇଛି। ଏହାର ମୂଲ୍ୟ ୯୦୨ରୁ ୯୪୯ ଟଙ୍କା ମଧ୍ୟରେ ରହିବ। ଭାରତର ଏହା ହେଉଛି ସବୁଠୁ ବଡ ଆଇପିଓ।

Advertisment

ଏଥିସହ ଏଲଆଇସିର 3.0 ଆରମ୍ଭ ହୋଇଛି ବୋଲି ଏହାର ଚେୟାରମ୍ୟାନ୍ ପ୍ରେସ୍‌ମିଟ୍‌ରେ ଘୋଷଣା କରିଛନ୍ତି। ଆଇପିଓ ବିକ୍ରି ହେବା ପରେ ଏଲଆଇସି ଆହୁରି ସୁଦୃଢୀକରଣ ହେବ। ସରକାରଙ୍କ ପକ୍ଷରୁ ୨୦ ହଜାର ୫୫୭ କୋଟି ଟଙ୍କାର ଆଇପିଓ ବିକ୍ରି ହେବ। କିଛି ଦିନ ପୂର୍ବେ ଏଲଆଇସିର ଆଇପିଓ ବିକ୍ରି ପାଇଁ ଘୋଷଣା କରାଯାଇଥିଲା। ହେଲେ ବଜାରରେ ଅସ୍ଥିରତା ଯୋଗୁ ଶେଷ ମୁହୂର୍ତ୍ତରେ ସ୍ଥଗିତ କରାଯାଇଥିଲା।   

ପ୍ରକାଶ ଯେ ଋଷ୍-ୟୁକ୍ରେନ ଯୁଦ୍ଧ କାରଣ ନିବେଶକଙ୍କ ଧାରଣା ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ସର୍ବଭାରତୀୟ ସ୍ତରରେ ବ୍ୟବସାୟିକ ପରିବେଶ ମାନ୍ଦା ଓ ବଜାରରେ ଅସ୍ଥିରତା ଦେଖାଯାଉଛି। ବିଦେଶୀ ନିବେଶକମାନେ ମଧ୍ୟ କ୍ରମାଗତ ଭାବରେ ଭାରତୀୟ ବଜାରରେ ବିକ୍ରିବଟା କରୁଛନ୍ତି। ଏସବୁ ହେତୁ ସରକାର LIC IPO ର ଆକାର ହ୍ରାସ କରିବାକୁ ଚିନ୍ତା କରୁଛନ୍ତି। ଅଦ୍ୟାବଧି ସରକାର ଏହି ଆଇପିଓ ମାଧ୍ୟମରେ ୬୩,୦୦୦ କୋଟି ଟଙ୍କା ଜମା କରିବାକୁ ଯୋଜନା କରିଥିଲେ।

Advertisment
LIC LIC IPO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ