• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ଦିନକରେ ୩ ଲକ୍ଷ ୬ ହଜାର ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ପଞ୍ଚମ ଦିନ ହେଲା ଦେଶରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ରବିବାର ଅର୍ଥାତ୍ ଗତକାଲି ତୁଳନାରେ ଆଜି ସଂକ୍ରମଣ ସଂଖ୍ୟା ସାମାନ୍ୟ କମିଛି ।

ସୂଚନା ଅନୁସାରେ, ଆଜି ଦେଶରେ ଦିନକରେ ୪୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାର ୮୪୮କୁ ବୃଦ୍ଧି ପାଇଛି । ଅନ୍ୟପଟେ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୪୩ ହଜାର ୪୯୫ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ ୨୨,୪୯,୩୩୫ ଥିବା ବେଳେ ରିକଭରି ରେଟ୍ ୯୩.୧୮ ପ୍ରତିଶତକୁ ବୃଦ୍ଧି ପାଇଛି ।ସେହିପରି ଦେଶରେ ଦୈନିକ ପଜିଟିଭିଟି ହାର ୨୦.୭ ପ୍ରତିଶତ ରହିଛି ।

ସେହିପରି ଗତକାଲି ଦେଶରେ ଲକ୍ଷ ୩୩ ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା । ମୋଟ୍ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାର ୪୦୯କୁ ବୃଦ୍ଧି ପାଇଥିଲା । ଏହାସହ କାଲି ୨ ଲକ୍ଷ ୫୯ ହଜାର ୧୬୮ଲୋକ ସୁସ୍ଥ ହୋଇଥିଲେ । ଆକ୍ଟିଭ୍ କେସ ୨୧,୮୭,୨୦୫ ରହିଥିବାବେଳେ ରିକଭରି ରେଟ୍ ୯୩.୧୮ ପ୍ରତିଶତ ଥିଲା ।