ଗୁପ୍ତରେ ବଡ଼ ଆକ୍ସନ ତୟାରି !
ପହଲଗାମ୍ ଆତଙ୍କୀ ନରସଂହାର ପରେ ଖୁବଶୀଘ୍ର ବଡ଼ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତିରେ ଭାରତ । ସୀମାରେ ଖୋଜି ଖୋଜି ଆତଙ୍କୀ ଆଡ୍ଡା ଧ୍ବଂସ ଚାଲିଛି ତ ଏପଟେ ସର୍ବୋଚ୍ଚସ୍ତରରେ ଚାଲିଛି ଘନ ଘନ ବୈଠକ। ଏସବୁ ଭିତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦୀର୍ଘ ୪୦ ମିନିଟ୍ ଧରି ଆଲୋଚନା କରିଛନ୍ତି । ସେପଟେ କୁଟନୈତିକ ମାଷ୍ଟର ଷ୍ଟ୍ରୋକ୍ ପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରି ଭାରତ ସରକାର ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଥିବାରୁ ବଡ଼ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ବେଶି ବଢ଼ିଛି ।
ଅଧିକ ପଢ଼ନ୍ତୁ: ପହଲଗାମ ଆଟାକ୍; ମିଳିଲା ବଡ଼ ସୂଚନା...
ପହଲଗାମ୍ ଆତଙ୍କୀ ନରସଂହାର ଜବାବରେ କିଛି ଗୋଟେ ବଡ଼ ହେବ, ଖୁବଶୀଘ୍ର ହେବ । ଇଏ ତାର ଚାରି ବଡ଼ ସଂକେତ- ସୀମାରେ ସମରସଜ୍ଜା, ବଙ୍କର ପ୍ରସ୍ତୁତି...ସମୁଦ୍ରରେ ସମରାଭ୍ୟାସ, ଆଣ୍ଟି ସିପ୍ ମିଜାଇଲ୍ ଟେଷ୍ଟ୍...ନୌସେନାକୁ ରାଫେଲ୍ ବଳ ଦେବାକୁ ବଡ଼ ଡିଲ୍...ଆଉ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ରୁଦ୍ଧଦ୍ବାର ବୈଠକ । ଆତଙ୍କର ଆକ୍କା ପାକିସ୍ତାନ ବିରୋଧରେ ଭାରତର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ କଳ୍ପନାଜଳ୍ପନା ଭିତରେ ପ୍ରଥମେ କାଲି ସିଡିଏସ୍ ଜେନେରାଲ୍ ଅନୀଲ ଚୌହାନଙ୍କ ସହ ବୈଠକ ପରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ୭ ଲୋକକଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ଉଭୟଙ୍କ ଭିତରେ ପ୍ରାୟ ୪୦ ମିନିଟ୍ ଧରି ଆଲୋଚନା ହୋଇଛି। ତିନି ସେନାର ପ୍ରସ୍ତୁତି ନେଇ ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିବା ଜଣାପଡିଛି । ଏଥିସହ ପହଲଗାମ୍ ହମଲା ପରେ ଭାରତର କୁଟନୈତିକ ମାଷ୍ଟରଷ୍ଟ୍ରୋକରେ ବାଉଳିଖାଇ ପାକିସ୍ତାନ କିଭଳି ଏଲଓସି ସେପାଖରୁ ଲଗାତର ଗୁଳିମାଡ଼ କରି ଚାଲିଛି, ଏହାର ଜବାବ ଏବଂ ପହଲଗାମ୍ ଆକ୍ରମଣର ପ୍ରତିଶୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଉଭୟଙ୍କ ଭିତରେ ଆଲୋଚନା ହୋଇଥିବା କୁହାଯାଉଛି ।
ଅପରପକ୍ଷେ ପ୍ରତିରକ୍ଷା ସଂପର୍କିତ ସଂସଦୀୟ କମିଟି ବୈଠକରେ ମଧ୍ୟ ପହଲଗାମ୍ ଆତଙ୍କୀ ହମଲା ପରବର୍ତ୍ତୀ ସ୍ଥିତିକୁ ନେଇ ଆଲୋଚନା ହୋଇଛି । ଏସବୁ ଭିତରେ ଆତଙ୍କବାଦ ବିରୋଧରେ କଡ଼ା ଆକ୍ସନ ହେବ, ପାକିସ୍ତାନ ଆଣ୍ଠେଇବାକୁ ପଡ଼ିବ ବୋଲି କଡ଼ା ଟିପ୍ପଣୀ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ।
ଏଣେ ୱାଟର ଆଟାକ୍ ପରେ ଆଜି ପାକିସ୍ତାନ ଉପରେ ବଡ଼ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ । ବ୍ୟାନ୍ ହୋଇଛି ପାକିସ୍ତାନର ସାମାଟିଭି, ଡନ୍ ନ୍ୟୁଜ୍ , GEO ନ୍ୟୁଜ୍, ARY ନ୍ୟୁଜ୍ ଏଜେନ୍ସିର ୟୁଟ୍ୟୁବ୍ ଚ୍ୟାନେଲ୍ ଭଳି ୧୬ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ୍। ପହଲଗାମ୍ ଘଟଣା ପରେ ଭାରତ ବିରୋଧରେ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପରିବେଷଣ କରୁଥିବା ଅଭିଯୋଗରେ ଗୃହ ମନ୍ତ୍ରାଳାୟର ସୁପାରିଶକ୍ରମେ ଏସବୁକୁ ବ୍ୟାନ୍ କରାଯାଇଛି । ଏଥିସହ BBC INDIA ନ୍ୟୁଜ୍ ଉପରେ ବି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି କେନ୍ଦ୍ର ସରକାର । ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରୁଥିବା ଅଭିଯୋଗରେ BBC INDIA ନ୍ୟୁଜକୁ ନୋଟିସ୍ କରି ଏପରି ଖବର ପରିବେଷଣରୁ ନିବୃତ ରହିବାକୁ କୁହାଯାଇଛି ।
ଏପଟେ ପହଲଗାମ୍ ହମଲା ପରିପ୍ରେକ୍ଷୀରେ ଆଜି ଡକାଯାଇଥିବା ଜାମ୍ମୁ-କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଆତଙ୍କୀ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରାଯାଇଛି। ଆକ୍ରମଣରେ ମୃତ ୨୬ ପର୍ଯ୍ୟଟକଙ୍କ ନାଁ ପଢି ଶ୍ରଦ୍ଧାଞ୍ଜଳି ଦେବା ବେଳେ ଭାବପ୍ରବଣ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । କହିଛନ୍ତି ଏ ଘଟଣା ପାଇଁ କ୍ଷମା ମାଗିବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ସେପଟେ NC ନେତା ଫାରୁକ ଅବଦୁଲ୍ଲା ଏବେ ଆଉ ବାଲାକୋଟ୍ ଭଳି କାର୍ଯ୍ୟାନୁଷ୍ଠାନ ନୁହେଁ, ପାକିସ୍ତାନ ବିରୋଧରେ ଫୁଲ୍ ଆଣ୍ଡ ଫାଇନାଲ ହିସାବ ନେବା ଜରୁରୀ ବୋଲି କହିଛନ୍ତି ।
ସୀମାରେ ଚରମରେ ଉତ୍ତେଜନା ଓ ଭାରତର ପହଲଗାମ୍ ସାମରିକ ପ୍ରତିଶୋଧକୁ ନେଇ ଚର୍ଚ୍ଚା ଭିତରେ ଏବେ ଅପେକ୍ଷା, ଆତଙ୍କୀସ୍ତାନକୁ ପାନେ ଚଖେଇବାକୁ ନେଇ କେତେ ଶୀଘ୍ର ଏବଂ କ’ଣ ହେଉଛି କାର୍ଯ୍ୟାନୁଷ୍ଠାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745853446.jpg)