India-Pakistan War
ଭାରତ ଓ ପାକିସ୍ତାନ ମଧ୍ୟରେ ଘନେଇଛି ଯୁଦ୍ଧ ଆଶଙ୍କା । ଯେକୌଣସି ମୁହୂର୍ତ୍ତରେ ଶୁଭିପାରେ ଯୁଦ୍ଧର ଶଙ୍ଖନାଦ । ପହଲଗାମ୍ ହମ୍ଲାର ଖଳନାୟକ ପାକ୍ ସହ ଲଢ଼େଇ କରିବାକୁ ଭାରତ ବଡ଼ ପ୍ରସ୍ତୁତି କରିସାରିଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଦେଶର ବିଭିନ୍ନ ରାଜ୍ୟକୁ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶତ୍ରୁ ଆକ୍ରମଣ ସ୍ଥିତିରେ ନିଜ ସାମରିକ ସୁରକ୍ଷା ସୁନିଶ୍ଚିତ ଲାଗି ଏଭଳି ପଦକ୍ଷେପ ନିଆଯାଉଛି । ଆକାଶରୁ ହମଲା ହେଲେ କେମିତି ସାଇରନ୍ ବାଜିବ, କାଲି ତାର ପୂର୍ବାଭ୍ୟାସ କରାଯିବ । ଏହି ମକଡ୍ରିଲରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ସାମିଲ ହେବେ । ଅଚାନକ ଆକ୍ରମଣ ହେଲେ କିଭଳି ନିଜକୁ ରକ୍ଷା କରିବେ ତାର ଅଭ୍ୟାସ ଏହି ମକଡ୍ରିଲରେ କରାଯିବ ।
ଅଧିକ ପଢ଼ନ୍ତୁ: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ! ଆତଙ୍କବାଦର ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ଭାରତ
ସେହିପରି କ୍ରାଶ୍ ବ୍ଲାକ୍ ଆଉଟ୍ ବା ଅଚାନକ୍ ବିଦ୍ୟୁତ ବିଭ୍ରାଟ ପାଇଁ ପ୍ରସ୍ତୁତି କରିବା ସହ ଗୁରୁତ୍ବପୂର୍ଣ୍ଣ କାରଖାନା ଓ ଭିତ୍ତିଭୂମିର କାମ ପଜ୍ କରାଯିବ । ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ କିଭଳି ଲୁଚାଇ ହେବ ବ୍ୟବସ୍ଥା ହେବ । ଇଭାକୁଏସନ୍ ପ୍ଲାନ୍ ବା ଉଦ୍ଧାର ପ୍ରକ୍ରିୟାର ରିହର୍ସାଲ୍ କରାଯିବ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ରହିଛି ନିର୍ଦ୍ଦେଶନାମା । ଏପରି ସ୍ଥଳରେ ଯୁଦ୍ଧ ସାଇରନ୍ କ'ଣ, କିପରି ଶୁଭେ ଏବଂ ସାଇରନ ଶୁଭିଲେ କ'ଣ କରିବେ ଜାଣିରଖିବା ଜରୁରୀ ।
ସାଇରନ୍ ଶୁଭିଲେ କ'ଣ କରିବେ ?
- 5ରୁ 10 ମିନିଟ୍ ଭିତରେ ସୁରକ୍ଷିତ ସ୍ଥାନକୁ ଚାଲିଯିବେ
- ଟିଭି, ରେଡିଓ ଓ ସରକାରୀ ଆଲର୍ଟ ପ୍ରତି ଧ୍ୟାନ ଦେବେ
- ଗୁଜବକୁ ଧ୍ୟାନ ନଦେଇ କେବଳ ଅଧିକାରୀକ ସୂଚନା ଉପରେ ଭରସା ରଖିବେ
- ପ୍ରାଶାସନିକ ନିର୍ଦ୍ଦେଶକୁ ପାଳନ କରିବେ
-ଶାନ୍ତ ରହିବେ, ବିବ୍ରତ ହେବେନି
ଯୁଦ୍ଧ ସାଇରନ୍ କ'ଣ ?
-ଏହା ଏକ ଆଲାରାମ୍ ପ୍ରଣାଳୀ ଯାହାକି ବିପଦ ସମୟରେ ଲୋକଙ୍କୁ ସଚେତନ କରିବା ଲାଗି ବ୍ୟବହାର କରାଯାଇଥାଏ
-ଏହି ସାଇରନର ଶବ୍ଦ ଖୁବ୍ ତୀବ୍ର ହୋଇଥାଏ, ଯାହାକି ବହୁତ ଦୂର ଯାଏଁ ଶୁଣାଯାଏ
-ସାଇରନର ଶବ୍ଦ ତଳ-ଉପର ହୋଇଥାଏ, ଯଦ୍ବାରା ଗାଡ଼ିର ହର୍ଣ୍ଣ କିମ୍ବା ଆମ୍ବୁଲାନ୍ସର ଶବ୍ଦଠାରୁ ଭିନ୍ନ ଅନୁଭବ କରିହୁଏ
-ଯୁଦ୍ଧ, ଏୟାରଷ୍ଟ୍ରାଇକ୍ କିମ୍ବା କୌଣସି ବଡ଼ ବିପଦ ସମୟରେ ଲୋକଙ୍କୁ ସଚେତନ କରିବା ଲାଗି ଏହି ସାଇରନ୍ ବଜାଯାଇଥାଏ
-ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ବିପଦ ଆଶଙ୍କାରୁ ସଜାଗ କରିବା ଏବଂ ସମୟ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଯିବା ଲାଗି ପ୍ରସ୍ତୁତ ହେବା
-ଏହି ସାଇରନର ତୀବ୍ରତା ୧୨୦ରୁ ୧୪୦ ଡେସିବଲ୍ ପର୍ଯ୍ୟନ୍ତ ହୋଇଥିବାରୁ ୨ରୁ ୫ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଏହା ଶୁଣାଯାଏ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746522614.jpg)