Advertisment

ସାବଧାନ ! ଜୀବନ ନେଉଛି ଏହି ଆଖି ଡ୍ରପ୍‌...

ଭାରତରେ ପ୍ରସ୍ତୁତ ଆଖି ଡ୍ରପ୍ (Eye Drop)ଘାତକ ପ୍ରମାଣିତ ହୋଇଛି। ଏହା ସାମ୍ନାକୁ ଆସିବା ପରେ ଚେନ୍ନାଇର ଫାର୍ମା କମ୍ପାନୀ ଔଷଧ ପ୍ରସ୍ତୁତି ବନ୍ଦ କରିଛି।

India-made artificial tears linked to vision loss in US

India-made artificial tears linked to vision loss in US

Advertisment

ଭାରତରେ ପ୍ରସ୍ତୁତ ଆଖି ଡ୍ରପ୍ (Eye Drop) ଆମେରିକାରେ ଘାତକ ପ୍ରମାଣିତ ହୋଇଛି। ଏହା ସାମ୍ନାକୁ ଆସିବା ପରେ ଚେନ୍ନାଇର ଫାର୍ମା କମ୍ପାନୀ ଔଷଧ ପ୍ରସ୍ତୁତି ବନ୍ଦ କରିଛି। ଚେନ୍ନାଇର ଗ୍ଲୋବାଲ ଫାର୍ମା ହେଲ୍‌ଥ୍‌ କେୟାର ନାମକ ଏକ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଏହି ଆଖି ଡ୍ରପ୍‌ ବ୍ୟବହାର କରି ଆମେରିକାର କିଛି ଲୋକ ସବୁ ଦିନ ପାଇଁ ଆଖି ହରାଇବା ସହ ଆଉ କିଛି ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି।

Advertisment

ୟୁଏସ୍ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍ ଏହାର ପ୍ରମାଣ ପାଇବା ପରେ ୟୁଏସ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍(FDA) ଏହି ଔଷଧ ଆମଦାନୀ ବନ୍ଦ କରିବାକୁ ପଦକ୍ଷେପ ନେଉଛି। ଏଜ୍‌ରି କେୟାରଆର୍ଟିଫିସିଆଲ ଟିଅର୍ସ ଡ୍ରପ୍ ନାଁରେ ବିକ୍ରି ହେଉଥିବା ଏହି ଔଷଧର ବିକ୍ରି ଓ ବ୍ୟବହାର ନକରିବାକୁ ଲୋକଙ୍କୁ ଚେତାବନୀ ଜାରି କରିଛି FDA।

ଏହି ଆଖି ଡ୍ରପ୍ ବ୍ୟବହାର କରି ଆମେରିକା କିଛି ଲୋକେ ସବୁ ଦିନ ପାଇଁ ଆଖି ହରାଇଥିବା ବେଳେ ଆଉ କିଛି ମୃତ୍ୟୁ ମୁଖରେ ପଡ଼ିଥିବା କୁହାଯାଉଛି। ଭୂତାଣୁ ଜନିତ ଅପମିଶ୍ରଣରୁ ଏହି ଔଷଧର ବିଷାକ୍ତରଣ ହୋଇଯାଇଥିବା ନେଇ ପୂର୍ବରୁ ଗ୍ଲୋବାଲ୍‌ ଫାର୍ମା କେୟାର କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା।

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ଉଜ୍‌ବେକିସ୍ତାନରେ ଭାରତ ତିଆରି କଫ୍ ସିରପ୍‌କୁ ବ୍ୟାନ୍‌କରାଯାଇଥିଲା। ନୋଏଡାର ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ୨ କଫ୍ ସିରପ୍‌ ଉଜ୍‌ବେକିସ୍ତାନରେ ପିଲାଙ୍କ ପାଇଁ ବ୍ୟବହାର କରାଯିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କହିଥିଲା। ଏହି ୨ କଫ୍ ସିରପ୍ ନିମ୍ନମାନର ହୋଇଥିବା WHO ଦର୍ଶାଇଛି। ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ AMBRONOL ସିରପ୍‌ ଓ DOK-1 Max ସିରପ୍‌ WHO ଦ୍ୱାରା ନିର୍ଦ୍ଧାରିତ ମାନକୁ ପୂରଣ କରିପାରୁନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

Eye Drop
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ