Operation Sindhu
ଇରାନ ଓ ଇସ୍ରାଏଲ ଯୁଦ୍ଧରେ ଜଳୁଛି ମଧ୍ୟପ୍ରାଚ୍ୟ । ଏପରି ସ୍ଥଳେ ଯୁଦ୍ଧତ୍ରସ୍ତ ଇରାନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତ ଆରମ୍ଭ କଲା 'ଅପରେସନ୍ ସିନ୍ଧୁ' । ଇରାନ-ଇସ୍ରାଏଲ୍ ଯୁଦ୍ଧ ସ୍ଥିତି ଜାରି ଥିବାବେଳେ, ଇରାନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାକୁ 'ଅପରେସନ୍ ସିନ୍ଧୁ' ଆରମ୍ଭ କରିଛନ୍ତି ଭାରତ ସରକାର । ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତର ଇରାନରୁ ୧୧୦ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ଧାର କରାଯାଇଛି । ସେମାନେ ଆର୍ମେନିଆ ଦେଇ ଭାରତ ଫେରୁଛନ୍ତି ।
ଭାରତୀୟ ଛାତ୍ରଛାତ୍ରୀ ଆର୍ମେନିଆ ରାଜଧାନୀ ୟେରେଭାନ ଛାଡ଼ିସାରିଥିବା ବେଳେ, ଆସନ୍ତାକାଲି ଭୋରରୁ ଦିଲ୍ଲୀରେ ପହଞ୍ଚିବେ । ଏହି ୧୧୦ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୯୦ ଜଣ କାଶ୍ମିରୀ ଥିବା ସୂଚନା ମିଳିଛି । ଏଥିସହ ଇରାନରେ ଥିବା ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାରେ ସହଯୋଗ କରୁଛି ଭାରତୀୟ ଦୂତାବାସ ।
ସେମାନଙ୍କୁ ତେହରାନ ସ୍ଥିତ ଭାରତୀୟ ଦୂତାବାସ ସହ ଏମର୍ଜେନ୍ସି ହେଲ୍ପଲାଇନ ଜରିଆରେ ଯୋଗାଯୋଗ କରିବାକୁ କୁହାଯାଇଛି । ଏଥିସହ ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।
ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କୁ ଜବାବ ଦେଲେ ଇରାନର ସୁପ୍ରିମ ଲିଡର, ଭିଡିଓ ବାର୍ତ୍ତାରେ କହିଲେ ଏମିତି...
ସୂଚନା ଅନୁସାରେ, ଇରାନରେ ୪ହଜାରରୁ ଅଧିକ ଭାରତୀୟ ନାଗରିକ ରହୁଥିବା ବେଳେ, ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଛାତ୍ରଛାତ୍ରୀ। ବିଶେଷତଃ ଜମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀମାନେ ଇରାନରେ ମେଡିକାଲ୍ ଓ ଅନ୍ୟ ପ୍ରଫେସନାଲ୍ କୋର୍ସରେ ନାମ ଲେଖାଇଥାନ୍ତି । ଶସ୍ତା ପାଠ୍ୟକ୍ରମ ଓ ସାଂସ୍କୃତିକ ସାମଞ୍ଜସ୍ୟ ପାଇଁ କାଶ୍ମିରୀ ଛାତ୍ରଛାତ୍ରୀ ଇରାନୀୟ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ପସନ୍ଦ କରିଥାନ୍ତି । ତେହେରାନ୍, ସିରାଜ୍ ଓ କୋମ୍ ଆଦି ସହରରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750263347.jpg)