Advertisment

ଅଶାନ୍ତ ସୁଦାନ: ଭାରତୀୟଙ୍କୁ ଉଦ୍ଧାର ଲାଗି ଆରମ୍ଭ ହେଲା ଅପରେସନ ‘କାବେରୀ’

ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ ‘କାବେରୀ’ ଆରମ୍ଭ ହୋଇଛି। ଏହି ଅପରେସନରେ ସୁଦାନରେ ଫସିଥିବା ପ୍ରାୟ ୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯିବ।

ଅଦ୍ୟତନ ହୋଇଛି
Operation Kaveri For Sudan Crisis 2023

India Launches Operation Kaveri To Evacuate Citizens Stranded In War Hit Sudan

Advertisment

ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ ‘କାବେରୀ’ ଆରମ୍ଭ ହୋଇଛି। ଏହି ଅପରେସନରେ ସୁଦାନରେ ଫସିଥିବା ପ୍ରାୟ ୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯିବ। ଭାରତୀୟଙ୍କୁ ଉଦ୍ଧାର ଲାଗି ବିମାନ ଏବଂ ଜାହାଜ ପ୍ରସ୍ତୁତ ରହିଛି। ସୁଦାନ ବନ୍ଦରରେ INS ସୁମେଧା ପ୍ରସ୍ତୁତ ରହିଛି। ଏହି ଜାହାଜରେ ଭାରତୀୟଙ୍କୁ ଘରକୁ ଫେରାଇ ଅଣାଯିବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କ୍ଷମତା ଲୋଭ ପାଇଁ ସୁଦାନ ସଂଘର୍ଷ ! ଦେଶକୁ ହାତମୁଠାରେ ରଖିବାକୁ ମୁହାଁମୁହିଁ ୨ ଜେନେରାଲ୍

ସୂଚନା ଅନୁସାରେ, ଗୃହ ଯୁଦ୍ଧ ଯୋଗୁ ଅଶାନ୍ତି ସୃଷ୍ଟି ହୋଇଥିବା ସୁଦାନରେ ୩ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୦୦ ଭାରତୀୟ ସୁଦାନ ବନ୍ଦରରେ ପହଞ୍ଚି ସାରିଛନ୍ତି। ସେମାନଙ୍କୁ INS ସୁମେଧାରେ ଭାରତ ଅଣାଯିବ। ସେପେଟ ଭାରତୀୟ ବାୟୁ ସେନାର ଦୁଇଟି ସି-୧୩୦ ଜେ ସୁପର ହର୍କୁଲେସ୍ ବିମାନ ଜେଦାହରେ ପ୍ରସ୍ତୁତ ରଖାଯାଇଛି।

Advertisment

ସୁଦାନରେ ଫସିଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି।

Advertisment

Sudan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ