Advertisment

Civil Defence Drills: ଘନେଇଲା ଯୁଦ୍ଧ ଆଶଙ୍କା; ପହଲଗାମ୍ ପ୍ରତିଶୋଧ ପାଇଁ ବଡ଼ ସଙ୍କେତ...

ଆସନ୍ତାକାଲି ରାଜ୍ୟ ଗୁଡ଼ିକୁ ଗୃହ ମନ୍ତ୍ରାଳୟର ମକଡ୍ରିଲ୍ ନିର୍ଦ୍ଦେଶ, ଶତ୍ରୁ ଆକ୍ରମଣ ସ୍ଥିତିରେ ନିଜ ସାମରିକ ସୁରକ୍ଷା ସୁନିଶ୍ଚିତ ଲାଗି ପଦକ୍ଷେପ, ବାଜିବ ଏୟାର ରେଡ୍ ସାଇରନ୍, କ୍ରାସ୍ ବ୍ଲାକ୍ ଆଉଟ୍ ପରଖିବାକୁ ପରାମର୍ଶ...

India Initiates Nationwide Civil Defence Drills Amid Rising Indo-Pak Tensions

India Initiates Nationwide Civil Defence Drills Amid Rising Indo-Pak Tensions

Advertisment

ଆରମ୍ଭ ହେଲା କି ପାକିସ୍ତାନ ବିରୋଧରେ ଯୁଦ୍ଧ ପାଇଁ ଭାରତର ବଡ଼ ତୟାରୀ ? କାରଣ ଗୃହମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ଏହି ମକଡ୍ରିଲ୍ କରାଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ଗୃହ ମନ୍ତ୍ରାଳୟ। ଏୟାର୍ ରେଡ୍ ସାଇରନ୍ କାର୍ଯ୍ୟକ୍ଷମ କରାଯିବାକୁ କୁହାଯାଇଛି ଏହି ନିର୍ଦ୍ଦେଶନାମାରେ।  ସେହିପରି ଆକାଶରୁ ହମଲା ହେଲେ କେମିତି ସାଇରନ୍ ବାଜିବ, ତାର ପୂର୍ବାଭ୍ୟାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ମକଡ୍ରିଲରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ କୁହାଯାଇଛି। ଅଚାନକ ଆକ୍ରମଣ ହେଲେ କିଭଳି ନିଜକୁ ରକ୍ଷା କରିବେ, ସାଧାରଣ ଜନତା ଏବଂ ଛାତ୍ରଛାତ୍ରୀ ଅଭ୍ୟାସ କରିବେ ତାର ମକଡ୍ରିଲ କରିବେ। 

Advertisment

ସେହିପରି କ୍ରାଶ୍ ବ୍ଲାକ୍ ଆଉଟ୍ ବା ଅଚାନକ୍ ବିଦ୍ୟୁତ ବିଭ୍ରାଟ ପାଇଁ ପ୍ରସ୍ତୁତି କରିବା ସହ ଗୁରୁତ୍ବପୂର୍ଣ୍ଣ କାରଖାନା ଓ ଭିତ୍ତିଭୂମିର କାମଫ୍ଲଜ୍ କରାଯିବ। ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିକୁ କିଭଳି ଲୁଚାଇ ହେବ ବ୍ୟବସ୍ଥା ହେବ। ଇଭାକୁଏସନ୍ ପ୍ଲାନ୍ ବା ଉଦ୍ଧାର ପ୍ରକ୍ରିୟାର ରିହର୍ସାଲ୍ କରାଯିବ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ରହିଛି ନିର୍ଦ୍ଦେଶନାମା।

ଅଧିକ ପଢ଼ନ୍ତୁ: ଆରମ୍ଭ ହେଲା କି ଯୁଦ୍ଧ ପାଇଁ ବଡ଼ ତୟାରୀ, ମେ’ ୭ରେ ମକ୍ ଡ୍ରିଲ୍ ପାଇଁ MHAର ନିର୍ଦ୍ଦେଶ

Advertisment

ଏପଟେ ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ। ଏଥିଲାଗି ଭାରତୀୟ ସେନା ପକ୍ଷରୁ ଗୋଟିଏ ପରେ ଗୋଟିଏ ମିଜାଇଲ୍ ଏବଂ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ କରାଯାଉଛି। ଏହାରି ଭିତରେ ସାମ୍ନାକୁ ଆସିଛି ଭାରତୀୟ ନୌସେନାର ଆଉ ଏକ ପରାକ୍ରମ ଭିଡିଓ। ଡିଆରଡିଓ ସହ ମିଳିତ ଭାବେ ଭାରତୀୟ ନୌସେନା 'ମଲ୍ ଟି ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ ମିଜାଇଲର ସଫଳ ପରୀକ୍ଷଣ କରିଛି। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଗ୍ରାଉଣ୍ଡ ମାଇନ ପରୀକ୍ଷଣ ସମୟର ଭିଡିଓ ଯିଏ ଦେଖିବ ଭାରତୀୟ ନୌସେନାର ଶକ୍ତିର ଅନୁମାନ କରିପାରିବ।

ଗ୍ରାଉଣ୍ଡ ମାଇନ୍ ସମୁଦ୍ର ଭିତରେ ଶତ୍ରୁପକ୍ଷକୁ ପରାହତ କରିବାରେ ସକ୍ଷମ। ଏହା ଦ୍ବାରା ଶତ୍ରୁ ପକ୍ଷରୁ ବୁଡ଼ାଜାହାଜ, ସବମରିନକୁ କ୍ଷତି ପହଞ୍ଚାଯାଇପାରିବ। ଏହି ଉପଲବ୍ଧି ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ନୌସେନା ସହ ଜଡିତ ଇଣ୍ଡଷ୍ଟ୍ରିକୁ ଅଭିନନ୍ଦନ ଜଣାଇଛନ୍ତି। MIGM ମିଜାଇଲର ଏହି ପରୀକ୍ଷଣ ଭାରତର ଆତ୍ମନିର୍ଭର ରକ୍ଷା ପ୍ରାଣାଳୀକୁ ଆହୁରି ଶକ୍ତିଶାଳୀ କରିବ। ଏଥିସହ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତା ବଢ଼ାଇବାରେ ମହତ୍ବପୂର୍ଣ୍ଣ ଭୂମିକା ନେବ।

Advertisment
India Defence Minister Pakistan Mock Drill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ