ISIS India head and one of his associates were arrested
ଆତଙ୍କବାଦୀ ସଂଗଠନ ISISର ଭାରତ ମୁଖ୍ୟ ଗିରଫ। ଧର୍ମଶାଳାର ଧୁବ୍ରି ଅଂଚଳରୁ ଆତଙ୍କବାଦୀ ହରିଶ ଆଜମଲ ଫାରୁକିକୁ ଧରିଛି ସ୍ପେଶାଲ ଟାସ୍କ ଫୋର୍ସ। ବାଂଲାଦେଶ ସୀମାରୁ ଭାରତରେ ପ୍ରବେଶ କରିଥିବା ଫାରୁକିକୁ ଗିରଫ କରାଯାଇଛି।ତାର ସହଯୋଗୀ ଅନୁରାଗ ସିଂ ଓରଫ ରେହାନକୁ ବି ଗିରଫ କରାଯାଇଛି।
ସେମାନଙ୍କୁ ଗିରଫ କରି ଗୌହାଟି ଆଣିଛି ଏସଟିଏଫ୍ । ତଦନ୍ତରୁ ଜଣାପଡ଼ିଛି ଯେ, ହରିଶର ଘର ଡେରାଡୁନର ଚକ୍ରତାରେ ହୋଇଥିବା ବେଳେ ରେହାନର ଘର ପାନିପଥ ଦିୱାନା ଅଂଚଳରେ। ହରିଶ ଫାରୁକି ଓରଫ ଆଜମଲ ଫାରୁକି ଡେରାଡୁନ୍ର ଚକରାତାରେ ରହୁଥିଲା । ସେ ଆଇଏସଆଇଏସ୍ର ଇଣ୍ଡିଆ ମୁଖ୍ୟ । ସେହିଭଳି ତାର ସହଯୋଗୀ ଅନୁରାଗ ସିଂହ ଓରଫ ରେହାନ ଧର୍ମାନ୍ତରଣ ଜରିଆରେ ଇସଲାମ ଗ୍ରହଣ କରିଥିଲା ।
ଅନୁରାଗର ସ୍ତ୍ରୀ ବାଂଲାଦେଶ ନାଗରିକ । ଦୁଇ ଜଣ ଆଇଏସଏସ୍ର କୁଖ୍ୟାତ ସଦସ୍ୟ । ଉଭୟ ହରିଶ ଏବଂ ଅନୁରାଗ NIAର ୱାଣ୍ଟେଡ୍ ଥିଲେ। ଭାରତରେ ଆତଙ୍କବାଦୀ ସଂଗଠନ ଆଇଏସ୍ ପାଇଁ ନିଯୁକ୍ତି, ଟେରର ଫଣ୍ଡିଂ ସହ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଉଭୟ ସାମିଲ ଥିବା ଏସଟିଏଫ୍ କହିଛି। NIA, ATS, ଦିଲ୍ଲୀ ଏବଂ ଲକ୍ଷ୍ନୌରେ ଉଭୟଙ୍କ ନାଁରେ ଅନେକ ମାମଲା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710988805.jpg)