Advertisment

India's Missile Power: ଭାରତ ପାଖରେ ଅଛି ଏସବୁ ମିସାଇଲ୍, ନାଁ ଶୁଣିଲେ ଥରହର ହେବ ପାକିସ୍ତାନ !

ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ପ୍ରଶଂସା କରୁଛି ସାରା ଦେଶ। ପାକିସ୍ତାନକୁ ଜବାବ ଦେବାକୁ ଯାଇ ଭାରତ ଏଥର ମାତ୍ର ୫ଟି ମିଶାଇଲ ମାଡ଼ କରିଥିଲା। ସ୍କେଲପ୍ ମିସାଇଲ୍, ହାମର ମିସାଇଲ୍, ହାର୍ପି ଡ୍ରୋନ୍ ଏବଂ ଏସ-୪୦୦ ଭଳି ଘାତକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ପାକିସ୍ତାନକୁ ଧୂଳି ଚଟାଇବାରେ ସଫଳ ହୋଇଛି।

ଅଦ୍ୟତନ ହୋଇଛି
ଭାରତର ଶକ୍ତିଶାଳୀ କ୍ଷେପଣାସ୍ତ୍ର

ଭାରତର ଶକ୍ତିଶାଳୀ କ୍ଷେପଣାସ୍ତ୍ର

Advertisment

ପହଲଗାମ ହମଲାର ପ୍ରତିଶୋଧ ନେଇଛି ଭାରତ। ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀ ଆଡ୍ଡା ଉପରେ ଶକ୍ତିଶାଳୀ ମିସାଇଲ୍ ମାଡ଼ କରି ପାକିସ୍ତାନକୁ ଥରାଇ ଦେଇଛି। ତେବେ ଆଜି ଯାଏଁ ପାକିସ୍ତାନ ଜାଣିନାହିଁ ଭାରତର ଏହି ୯ ମିସାଇଲର ପାଓ୍ୱାର୍। ଆଜି ବି ଅସ୍ତ୍ର ଭଣ୍ଡାରରେ ଆକ୍ସନ ମୁଡରେ ରହିଛି ଏହିସବୁ ଘାତକ ମିସାଇଲ୍ !

Advertisment

ଅଗ୍ନି କ୍ଷେପଣାସ୍ତ୍ର

ଭାରତ ପାଖରେ ରହିଛି ଅଗ୍ନି-୧ରୁ ଅଗ୍ନି-୫ ପର୍ଯ୍ୟନ୍ତ ବାଲିଷ୍ଟିକ୍ ମିସାଇଲ୍। ପାଞ୍ଚଟି ସଂସ୍କରଣ ମଧ୍ୟରୁ ଅଗ୍ନି-୫ର ରେଞ୍ଜ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ପାକିସ୍ତାନର ଯେକୌଣସି ସ୍ଥାନକୁ ଏହା ଟାର୍ଗେଟ କରିପାରିବ।

ବ୍ରହ୍ମୋସ କ୍ଷେପଣାସ୍ତ୍ର

ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ ସର୍ବୋତ୍ତମ ବୋଲି କୁହାଯାଏ। ୪୫୦ରୁ ୮୦୦ କିଲୋମିଟର ପରିସରରେ ଏହି ମିସାଇଲ ଯେକୌଣସିକୁ ଟାର୍ଗେଟ କରି ଧ୍ୱଂସ କରିପାରିବ। ଜଳ-ସ୍ଥଳ-ଆକାଶ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିହେବ।

Advertisment
ପୃଥ୍ୱୀ କ୍ଷେପଣାସ୍ତ୍ରପୃଥ୍ୱୀ କ୍ଷେପଣାସ୍ତ୍ର

ପୃଥ୍ୱୀ କ୍ଷେପଣାସ୍ତ୍ର

ସଠିକ୍ ଟାର୍ଗେଟିଂ ମିସାଇଲ ମଧ୍ୟରେ ପୃଥ୍ୱୀର ନାଁ ରହିଛି। ତିନୋଟି ଭାରିଆଣ୍ଟରେ ନିର୍ମିତ ଏହି ବାଲିଷ୍ଟିକ୍ ମିସାଇଲର କ୍ଷମତା ଦୁଇ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଶତ୍ରୁ ଯୁଆଡେ ବି ଗଲେ ଏହି କ୍ଷେପଣାସ୍ତ୍ରରୁ ବର୍ତ୍ତିବା ଅସମ୍ଭବ ହୋଇଥାଏ।

ଶୌର୍ଯ୍ୟ କ୍ଷେପଣାସ୍ତ୍ର

ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ଶୌର୍ଯ୍ୟ କ୍ଷେପଣାସ୍ତ୍ର ପାଖରେ ରହିଛି। ଏହି ହାଇପରସୋନିକ୍ ବାଲିଷ୍ଟିକ୍ ମିସାଇଲର ରେଞ୍ଜ ୭୦୦ରୁ ୮୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି।

Advertisment

ପ୍ରହାର କ୍ଷେପଣାସ୍ତ୍ର

ସମସ୍ତ ମିସାଇଲ ଅପେକ୍ଷା ଭିନ୍ନ ହେଉଛି ପ୍ରହାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ପ୍ରକୃତରେ କହିବାକୁ ଗଲେ, ଏହି କ୍ଷେପଣାସ୍ତ୍ରଟି ବିଭିନ୍ନ ଦିଗକୁ ଲକ୍ଷ୍ୟ ଭେଦ କରିବାରେ ସିଦ୍ଧ। ଏହାର ରେଞ୍ଜ ୧୫୦ କିଲୋମିଟର ପର୍ଯ୍ୟନ୍ତ ରହିଛି।

ଆକାଶ କ୍ଷେପଣାସ୍ତ୍ର

ଆକାଶ କ୍ଷେପଣାସ୍ତ୍ରରେ ଗୋଟିଏ ୟୁନିଟରେ ଚାରୋଟି କ୍ଷେପଣାସ୍ତ୍ର ଅଛି। ୮୦ କିଲୋମିଟର ପରିଧି ମଧ୍ୟରେ ଆସୁଥିବା ସବୁକିଛି ନଷ୍ଟ କରିବାର କ୍ଷମତା ଏହି ମିସାଇଲ ପାଖରେ ରହିଛି। ଲଢ଼ୁଆ ବିମାନକୁ ନଷ୍ଟ କରିବାର କ୍ଷମତା ଆକାଶ କ୍ଷେପଣାସ୍ତ୍ର ରଖିଛି।

ନିର୍ଭୟ କ୍ଷେପଣାସ୍ତ୍ର

ଦିଗ ପରିବର୍ତ୍ତନ ଓ ଲକ୍ଷ୍ୟଭେଦ କରିବାରେ ଦକ୍ଷ, ନିର୍ଭୟ କ୍ରୁଜ୍ କ୍ଷେପଣାସ୍ତ୍ର। ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରୁଥିବା ଏହି କ୍ଷେପଣାସ୍ତ୍ରଟି ସହଜରେ ଶତ୍ରୁକୁ ଚକମା ଦେଇଥାଏ। ବିଶେଷ କରି କେବେହେଲେ ଏହା ରାଡାରରେ ଆସିନଥାଏ।

ସାଗରିକା ମିଜାଇଲ୍ସାଗରିକା ମିଜାଇଲ୍

ସାଗରିକା କ୍ଷେପଣାସ୍ତ୍ର

ନାଭିଗେସନ୍ ସିଷ୍ଟମ ଦ୍ୱାରା ପରିଚାଳିତ ସାଗରିକା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ରେଞ୍ଜ ୭୫୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ବିଶେଷ କଥା ହେଉଛି ଏହି କ୍ଷେପଣାସ୍ତ୍ର ନାଭିଗେସନ୍ ସିଷ୍ଟମ ସାହାଯ୍ୟରେ ନିଜକୁ ଗାଇଡ଼ କରେ ଏବଂ ଲକ୍ଷ୍ୟଭେଦ କରି ପହଞ୍ଚିଥାଏ।

ଅମୋଘ କ୍ଷେପଣାସ୍ତ୍ର

ଟ୍ୟାଙ୍କ-ବିରୋଧୀ ଗାଇଡେଡ୍ କ୍ଷେପଣାସ୍ତ୍ର ଭାବରେ ପ୍ରସିଦ୍ଧ ଅମୋଘ କ୍ଷେପଣାସ୍ତ୍ର। ୨୫୦୦ ମିଟର ପର୍ଯ୍ୟନ୍ତ ରେଞ୍ଜ ଥିବା ଏହି କ୍ଷେପଣାସ୍ତ୍ରରେ ଡୁଆଲ୍ ମୋଡ୍ ଇମେଜିଂ ଇନଫ୍ରାରେଡ୍ ସିକର୍ ଅଛି। ଯାହା ସାହାଯ୍ୟରେ ଅନ୍ଧାରରେ ଚିହ୍ନଟ କରି ଲକ୍ଷ୍ୟଭେଦ କରିପାରେ।

ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ପ୍ରଶଂସା କରୁଛି ସାରା ଦେଶ। ପାକିସ୍ତାନକୁ ଜବାବ ଦେବାକୁ ଯାଇ ଭାରତ ଏଥର ମାତ୍ର ୫ଟି ମିଶାଇଲ ମାଡ଼ କରିଥିଲା। ସ୍କେଲପ୍ ମିସାଇଲ୍, ହାମର ମିସାଇଲ୍, ହାର୍ପି ଡ୍ରୋନ୍ ଏବଂ ଏସ-୪୦୦ ଭଳି ଘାତକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ପାକିସ୍ତାନକୁ ଧୂଳି ଚଟାଇବାରେ ସଫଳ ହୋଇଛି।

BrahMos Supersonic Cruise Missile Akash Missile Missile Prithvi II Indian Security Forces
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ