Astrospeak
  • Live TV
  • Read In English

India Pakistan Conflict: ପ୍ରସ୍ତୁତି ସାରୁଛି ଭାରତ, ହେବ କି ପାକିସ୍ତାନ ସହ ଯୁଦ୍ଧ ?

ଖୁବଶୀଘ୍ର ଆରମ୍ଭ ହେବ କି ଭାରତ ପାକିସ୍ତାନ ଯୁଦ୍ଧ ? ଧୀରେ ଧୀରେ ସବୁ ପ୍ରସ୍ତୁତି ସାରୁଛି ଭାରତ । ପାକିସ୍ତାନ ବିରୁଦ୍ଧରେ ସାରା ବିଶ୍ବକୁ ଏକାଠି କଲା ଭାରତ । ପ୍ରଧାନମନ୍ତ୍ରୀ ମୋଦିଙ୍କ କଡା ଚେତାବନୀ ପରେ ଆରମ୍ଭ ହୋଇଛି ଫୁଲ ପ୍ରୁଫ ପ୍ରିପାରେସନ । ଦିଲ୍ଲୀ ବୈଦେଶିକ ମନ୍ତ୍ରାଳୟରେ G-20 ଦେଶର ସଦସ୍ୟଙ୍କୁ ଡାକି ସ୍ଥିତି ସଂପର୍କରେ ଅବଗତ କରାଯାଇଛି ।

India Pakistan Conflict
ଭାରତ ପାକିସ୍ତାନ ବିବାଦ

ଖୁବଶୀଘ୍ର ଆରମ୍ଭ ହେବ କି ଭାରତ ପାକିସ୍ତାନ ଯୁଦ୍ଧ ? ଧୀରେ ଧୀରେ ସବୁ ପ୍ରସ୍ତୁତି ସାରୁଛି ଭାରତ । ପାକିସ୍ତାନ ବିରୁଦ୍ଧରେ ସାରା ବିଶ୍ୱକୁ ଏକାଠି କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ କଡା ଚେତାବନୀ ପରେ ଆରମ୍ଭ ହୋଇଛି ଫୁଲ ପ୍ରୁଫ ତୟାରି । ଦିଲ୍ଲୀ ବୈଦେଶିକ ମନ୍ତ୍ରାଳୟରେ G-20 ଦେଶର ସଦସ୍ୟଙ୍କୁ ଡାକି ସ୍ଥିତି ସଂପର୍କରେ ଅବଗତ କରାଯାଇଛି । ଚୀନ ଓ କାନାଡ଼ାକୁ ମଧ୍ୟ ଅବଗତ କରିଛି ଭାରତ । ଏହି ବୈଠକରେ ଜର୍ମାନୀ, ଜାପାନ, ପୋଲାଣ୍ଡ, ୟୁକେ ଓ ରୁଷ ବୈଠକରେ ସାମିଲ ହୋଇଥିଲେ । 

ପହଲଗାମ ଆକ୍ରମଣ ନେଇ ବଡ଼ ବଡ଼ ଦେଶର ପ୍ରତିନିଧିଙ୍କୁ ଭାରତ ପକ୍ଷରୁ ଅବଗତ କରାଯାଇଛି। ଏପରିକି ଆମେରିକା, ୟୁରୋପିଆନ ୟୁନିୟନ, ଇଟାଲି, କ୍ବାତାର, ଜାପାନକୁ ବି ଅବଗତ କରାଯାଇଛି । ଆନ୍ତର୍ଜାତିକ ମହାଶକ୍ତିଙ୍କୁ ଏକାଠି କରି ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ପାଇଁ ଭାରତ ମହାମେଳି କରିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବୈଦେଶିକ ମନ୍ତ୍ରୀ  ଏସ ଜୟଶଙ୍କର ରାଷ୍ଟ୍ରପତିଙ୍କୁ ଦେଖା କରିଛନ୍ତି ।  ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି । 

ଏପଟେ ପାକିସ୍ତାନ କଲାଣି ହାଇଆଲର୍ଟ । ପାକିସ୍ତାନ ଗୋଟିଏ ପରେ ଗୋଟିଏ କଟକଣା ଜାରି କରିବା ଆରମ୍ଭ କରିଛି । ଭାରତ ପାକିସ୍ତାନ ପାଇଁ କଠୋର ହେଉଥିବା ବେଳେ ପାକିସ୍ତାନ ବି ଜବାବ ଦେବାକୁ ପଛାଇ ନାହିଁ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ଏବେ ମୁହାଁମୁହିଁ  । ସବୁ ଭାରତୀୟଙ୍କ ଭିସା ରଦ୍ଦ କରିଛି ପାକିସ୍ତାନ । ପାକିସ୍ତାନ ଆକାଶରେ ଭାରତୀୟ ବିମାନ ଆଉ ଉଡ଼ିପାରିବ ନାହିଁ ବୋଲି କଟକଣା ଜାରି କରିଛି । ଖାଲି ସେତିକି ନୁହେଁ, ମାତ୍ର ୪୮ ଘଣ୍ଟା ମଧ୍ୟରେ ଭାରତୀୟ ନାଗରିକଙ୍କୁ ପାକିସ୍ତାନ ଛାଡିବାକୁ ନିର୍ଦ୍ଦେଶ ଦେଇଛି ପାକ୍ ସରକାର । ଯାହାକି ପାକିସ୍ତାନ NSC ବୈଠକରୁ ଜଣାପଡ଼ିଛି । ଏପରିକି ସିମଲା ଚ୍ୟୁକ୍ତି ବାତିଲ କରିବା ନେଇ ବି  ଚେତାବନୀ ଦେଇଛି ପାକିସ୍ତାନ

ଅଧିକ ପଢ଼ନ୍ତୁ: ମଧୁବନି ମାଟିରୁ ମୋଦିଙ୍କ ହୁଙ୍କାର, ନରଂସହାରକାରୀଙ୍କୁ କଳ୍ପନା ବାହାରେ ଦଣ୍ଡ ଦେବୁ


ଭାରତ ପାକିସ୍ତାନ ମୁହାଁମୁହିଁ ପରିସ୍ଥିତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ତେବେ ପହଲଗାମ ଆତଙ୍କୀ ହମଲା ନେଇ ଆଲୋଚନା ହୋଇଛି । ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନ ନିପାତ ପାଇଁ ଭାରତ ଆକ୍ରମଣ କରିବ କି ନାହିଁ ସେନେଇ ମଧ୍ୟ ଆଲୋଚନା ସମ୍ଭାବନା ରହିଛି । ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା।