Advertisment

ଯବାନ ପିନ୍ଧିବେ ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍; ଭେଦ କରିପାରିବନି ଗୁଳି

ନୂତନ ଟେକ୍ନୋଲୋଜି ସହିତ, ଏହି ଜ୍ୟାକେଟରେ କିଛି ଜିନିଷ ମଧ୍ୟ ସ୍ଥାପିତ ହୋଇଛି ଯେଉଁଥିପାଇଁ ଏହାର ଓଜନ ପୂର୍ବର ଜ୍ୟାକେଟ୍ ତୁଳନାରେ ଯଥେଷ୍ଟ କମ୍ । ଜ୍ୟାକେଟରେ ୭.୬୨ ଏବଂ ୫୪ ଆର ଏପିଆର ବୁଟେଲ ଲାଗିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଛି ।

ଅଦ୍ୟତନ ହୋଇଛି
lightest bulletproof jacket

lightest bulletproof jacket

Advertisment

ସେନାରେ କାର୍ଯ୍ୟରତ ଯବାନଙ୍କ ପାଇଁ ଆସିଲା ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ୍। କାନପୁରସ୍ଥିତ (DRDO) ବା ଡିଫେନସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ ବିକଶିତ କରିଛି ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ୍ । ଏହି ଜ୍ୟାକେଟ୍ ୬ ଟି ଗୁଳି ବାଜିଲେ ମଧ୍ୟ କିଛ କ୍ଷତି ହେବ ନାହିଁ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

କାନପୁରସ୍ଥିତ (DRDO) ବା ଡିଫେନସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ ବିକଶିତ କରିଛି ଏହି ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ୍ । ଏହା ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଏହି ଜ୍ୟାକେଟ୍ ଏକ ନୂତନ ଡିଜାଇନ୍ ପଦ୍ଧତି ଉପରେ ଆଧାରିତ, ଯେଉଁଠାରେ ନୂତନ ପ୍ରକ୍ରିୟା ସହିତ ଆଧୁନିକ ଉତ୍ପାଦନ ସାମଗ୍ରୀ ବ୍ୟବହାର କରାଯାଇଛି। ଏହି ଜ୍ୟାକେଟକୁ ଚଣ୍ଡିଗଡ଼ର ଟର୍ମିନାଲ୍ ବାଲିଷ୍ଟିକ୍ ରିସର୍ଚ୍ଚ ଲାବୋରେଟୋରୀ (TBRL) ରେ ସଫଳତାର ସହିତ ପରୀକ୍ଷା କରାଯାଇଛି।

ଅଧିକ ପଢ଼ନ୍ତୁ: ବଦଳିଲା ନିୟମ; ଏଣିକି ୬୫ ବୟସ ପରେ ବି କରିପାରିବେ ହେଲ୍ଥ ଇନ୍‌ସ୍ୟୁରାନ୍ସ

Advertisment

ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତିରେ ଏହି ଜ୍ୟାକେଟ୍ ବିଷୟରେ ସୂଚନା ଦିଆଯାଇଛି। ଡିଆରଡିଓ ଏହି ନୂତନ ବିକଶିତ ଜ୍ୟାକେଟକୁ ଦେଶର ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ୍ ଭାବରେ ବିବେଚନା କରିଛି। ନୂତନ ଟେକ୍ନୋଲୋଜି ସହିତ, ଏହି ଜ୍ୟାକେଟରେ କିଛି ଜିନିଷ ମଧ୍ୟ ସ୍ଥାପିତ ହୋଇଛି ଯେଉଁଥିପାଇଁ ଏହାର ଓଜନ ପୂର୍ବର ଜ୍ୟାକେଟ୍ ତୁଳନାରେ ଯଥେଷ୍ଟ କମ୍ । ଜ୍ୟାକେଟରେ ୭.୬୨ ଏବଂ ୫୪ ଆର ଏପିଆର ବୁଟେଲ ଲାଗିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଛି । ମୋନୋଲିଥିକ ସେରାମିକ ପ୍ଲେଟ ଏବଂ ପୋଲିମର ସହ ଅନ୍ୟାନ୍ୟ ଉପାଦାନ ମିଶାଇ ଏହି ଜ୍ୟାକେଟ ପ୍ରସ୍ତୁତ କରାଯାଇଛି ।

Advertisment

ସୂଚନା ଅନୁଯାୟୀ, ଏହି ନୂତନ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ସୁରକ୍ଷା ବାହିନୀର କର୍ମୀମାନେ ଏହାକୁ ପିନ୍ଧିବା ସହଜ ହେବ। ନୂଆ ବୁଲେଟ୍ ପ୍ରୁଫ୍ ଜ୍ୟାକେଟର ଚିତ୍ର ମଧ୍ୟ ଡିଆରଡିଓଦ୍ୱାରା ପ୍ରକାଶ ପାଇଛି। ପୂର୍ବରୁ ସୁରକ୍ଷା ବାହିନୀ ଦ୍ୱାରା ବ୍ୟବହୃତ ଜ୍ୟାକେଟଗୁଡ଼ିକର ଓଜନ ଅଧିକ। ଏପରି ପରିସ୍ଥିତିରେ, ଏହାକୁ କ୍ରମାଗତ ଭାବରେ ପିନ୍ଧିବା ଏବଂ କର୍ତ୍ତବ୍ୟ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡୁଥିଲା। ବର୍ତ୍ତମାନ ଏହି ହାଲୁକା ଜ୍ୟାକେଟ ଅନେକ ସମସ୍ୟାକୁ ସମାଧାନ କରିଛି।

Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ