Advertisment

ଦୁର୍ନୀତି ନେଇ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ରିପୋର୍ଟ...୯୩ତମ ସ୍ଥାନରେ ଭାରତ

୧୮୦ଟି ଦେଶର ସାଧାରଣ ଜନତା, ବିଶେଷଜ୍ଞ ଓ ବ୍ୟବସାୟୀଙ୍କୁ ନେଇ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ସୂଚକାଙ୍କ ଅନୁଯାୟୀ ଶୂନ୍ୟ ଅତ୍ୟଧିକ ଦୁର୍ନୀତିଗ୍ରସ୍ତ, ୧୦୦ଅତ୍ୟନ୍ତ ସ୍ୱଚ୍ଛ। ୨୦୨୩ ମସିହାରେ, ଭାରତର ମୋଟ ସ୍କୋର ୩୯ ଥିବାବେଳେ ୨୦୨୨ରେ ଏହା ୪୦ରେ ପହଞ୍ଚିଥିଲା।

ଅଦ୍ୟତନ ହୋଇଛି
Corruption index

Corruption index

Advertisment

ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଦୁର୍ନୀତି ଓ ଭ୍ରଷ୍ଟାଚାଲ ମାମଲା। ତେବେ ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ। ଦୁର୍ନୀତି ସୂଚକାଙ୍କରେ ୧୮୦ଟି ଦେଶ ମଧ୍ୟରେ ଭାରତ ୯୩ତମ ସ୍ଥାନରେ ରହିଥିବା ରିପୋର୍ଟରେ ପ୍ରକାଶ କରାଯାଇଛି। ସେହିପରି ଏହି ସୂଚକାଙ୍କରେ ପ୍ରଥମ ସ୍ଥାନରେ ରହିଛି ଡେନମାର୍କ। ଏହାପରେ ଦ୍ୱିତୀୟସ୍ଥାନରେ ଫିନଲ୍ୟାଣ୍ତ, ତୃତୀୟରେ ନ୍ୟୁଜିଲ୍ୟାଣ୍ଡ ଏବଂ ଚତୁର୍ଥ ସ୍ଥାନରେ ନରୱେ ରହିଛି।

Advertisment

୧୮୦ଟି ଦେଶର ସାଧାରଣ ଜନତା, ବିଶେଷଜ୍ଞ ଓ ବ୍ୟବସାୟୀଙ୍କୁ ନେଇ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଏହି ସୂଚକାଙ୍କ ଅନୁଯାୟୀ ଶୂନ୍ୟ ଅତ୍ୟଧିକ ଦୁର୍ନୀତିଗ୍ରସ୍ତ, ୧୦୦ଅତ୍ୟନ୍ତ ସ୍ୱଚ୍ଛ। ୨୦୨୩ ମସିହାରେ, ଭାରତର ମୋଟ ସ୍କୋର ୩୯ ଥିବାବେଳେ ୨୦୨୨ରେ ଏହା ୪୦ରେ ପହଞ୍ଚିଥିଲା। ସେହିପରି ୨୦୨୨ରେ ଭାରତର ସ୍ଥାନ ୮୫ନମ୍ୱର ରହିଥିଲା। ଏସିଆ ମହାଦେଶର ସିଙ୍ଗାପୁର ଶୀର୍ଷରେ ରହି ୮୩ ସ୍କୋର କରି ପଞ୍ଚମ ସ୍ଥାନ ଦଖଲ କରିଥିଲା।

ରିପୋର୍ଟରେ କୁହାଯାଇଛି ଯେ ପଶ୍ଚିମ ୟୁରୋପ ଏବଂ ୟୁରୋପୀୟ ୟୁନିଅନ୍ ସର୍ବାଧିକ ସ୍କୋରର ଅଞ୍ଚଳ ହୋଇ ରହିଥିଲେ। ମାତ୍ର ଏହାର ଆଞ୍ଚଳିକ ହାରାହାରି ସ୍କୋର ଚଳିତ ବର୍ଷ ୬୫କୁ ଖସି ଆସିଛି। କାରଣ ଏଠାରେ ନିୟନ୍ତ୍ରଣ ଓ ସନ୍ତୁଳନ ଦୁର୍ବଳ ହୋଇଯିବା ସହ ରାଜନୈତିକ ଅଖଣ୍ଡତା ଶେଷ ହୋଇଯାଇଛି। ଦକ୍ଷିଣ ଏସିଆରେ ପାକିସ୍ତାନର ରାଙ୍କ ୧୩୩ ରହିଥିବା ବେଳେ ଶ୍ରୀଲଙ୍କାର ରାଙ୍କ ରହିଛି ୧୧୫। ଉଭୟ ଦେଶ ନିଜର ଋଣଭାର ସହ ରାଜନୈତିକ ଅସ୍ଥିରତା ସହ ମୁକାବିଲା କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Advertisment

ଗତ ଦଶନ୍ଧି ମଧ୍ୟରେ ଚୀନ ୩.୭ନିୟୁତରୁ ଅଧିକ ସରକାରୀ କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଦଣ୍ଡିତ କରି ୭୬ତମ ସ୍ଥାନରେ ରହିଛି। ସେହିପରି ସୂଚକାଙ୍କର ସବୁଠାରୁ ତଳେ ଥିବା ଦେଶଗୁଡିକ ମଧ୍ୟରେ ମିଆଁମାର ଓ ଆଫଗାନିସ୍ତାନ ୧୬୨ତମ ସ୍ଥାନରେ ରହିଥିବା ବେଳେ ଉତ୍ତର କୋରିଆ ୧୭୨ତମ ସ୍ଥାନରେ ଅଛି।୧୮୦ରାଙ୍କରେ ରହିଛି ସୋମାଲିଆ ।

India CPI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ