• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାବଧାନ୍ ଚୀନ୍ ଓ ପାକିସ୍ତାନ । ଔଦ୍ଧତ୍ୟର ସୀମା ଟପିଲେ ପ୍ରଳୟ ରଚିବ ପ୍ରଳୟ(Pralay tactical ballistic missiles) । ପଡ଼ୋଶୀଙ୍କୁ ଚେକ୍ ଦେବାକୁ ଭାରତ(India)ର ବଡ଼ ନିଷ୍ପତ୍ତି । ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ପ୍ରଳୟ ମିଜାଇଲ୍ । ଏଥିପାଇଁ ୧୨୦ଟି ପ୍ରଳୟ ଟ୍ୟାକ୍ଟିକାଲ୍ ବାଲିଷ୍ଟିକ୍ ମିଜାଇଲ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏହା ପ୍ରଥମେ ବାୟୁସେନା ଓ ପରେ ସ୍ଥଳସେନାରେ ସାମିଲ କରାଯିବ ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ୍ କରିହେଉଥିବା ଏହି ପ୍ରଳୟ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫ଶହ କିଲୋମିଟର । ଆବଶ୍ୟକ ପଡ଼ିଲେ ଏହି ଦୂରତାକୁ ଆହୁରି ବୃଦ୍ଧି କରାଯାଇପାରିବ । ଏହି କ୍ଷେପଣାସ୍ତ୍ର ୩୫୦ରୁ ୭ଶହ କିଲୋଗ୍ରାମ ବିସ୍ଫୋରକ ବହନ କରିପାରେ । ଏହା ଦ୍ୱାରା ଶତ୍ରୁପକ୍ଷର ରାଡାର୍, ଯୋଗାଯୋଗ ଭିତ୍ତିଭୂମି, କମାଣ୍ଡ୍ ଓ କଣ୍ଟ୍ରୋଲ ସେଣ୍ଟର ଏବଂ ଏୟାରଫିଲ୍ଡ ଆଦିକୁ ଟାର୍ଗେଟ୍ କରାଯାଇପାରିବ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ ହେଉଛି ଏହା ଆକାଶ ମାର୍ଗରେ ଅଧାବାଟରେ ଗତିପଥ ବଦଳାଇପାରିବ ଏବଂ ଇଣ୍ଟରସେପ୍ଟର ମିଜାଇଲକୁ ଚକମା ଦେଇପାରିବ । ୨୦୧୫ରେ ପ୍ରଳୟର ନିର୍ମାଣ ଆରମ୍ଭ କରିଥିଲା ଡିଆରଡିଓ । ଗତବର୍ଷ ଡିସେମ୍ବରରେ ଦୁଇ ଦୁଇଥର ଏହାର ସଫଳ ପରୀକ୍ଷଣ ମଧ୍ୟ ହୋଇସାରିଛି ।