Advertisment

ଏଲନ୍ ମସ୍କ ବିଦାକରିଥିବା ଭାରତୀୟ କର୍ମଚାରୀଙ୍କୁ ଚାକିରି ଦେଉଛି ଏହି କମ୍ପାନୀ

ଟ୍ୱିଟର ଏବଂ ମେଟା ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ହଟେଇଦେଇଛନ୍ତି। ଉଭୟ କମ୍ପାନୀ ଅର୍ଥନୀତିର ମାନ୍ଦାବସ୍ଥାକୁ ଭୟ କରି ସେମାନଙ୍କ କର୍ମଚାରୀଙ୍କୁ ତଡି ଦେଉଛନ୍ତି। ଏହାରି ଭିତରେ ଭାରତୀୟଙ୍କ ପାଇଁ ଆସିଛି ଖୁସି ଖବର। ଏହି କମ୍ପାନୀ ସେମାନଙ୍କୁ ଚାକିରି ଦେବାକୁ ପ୍ରସ୍ତୁତ ଅଛି।

ଅଦ୍ୟତନ ହୋଇଛି
India ceo offered job to people who are fired from meta and twitter

India ceo offered job to people who are fired from meta and twitter

Advertisment

ଆଗଧାଡିର ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଏବଂ ମେଟା ଅତୀତରେ ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ହଟେଇଦେଇଛି। ଉଭୟ କମ୍ପାନୀ ଅର୍ଥନୀତିର ମାନ୍ଦାବସ୍ଥାକୁ ଭୟ କରି ସେମାନଙ୍କ କମ୍ପାନୀରୁ କର୍ମଚାରୀଙ୍କୁ ତଡି ଦେଉଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଟ୍ୱିଟର୍‌ କର୍ମଚାରୀଙ୍କୁ ଚେତାବନୀ ! ଅଫିସ୍‌ ଆସ, ନହେଲେ ଆମେ ବୁଝିବୁ, ଏହା ତୁମର ଇସ୍ତଫା ପତ୍ର

ମେଟା ୪ ମାସର ଦରମା ସହିତ ନିଜ କର୍ମଚାରୀମାନଙ୍କୁ ବିଦା କରୁଥିବା ବେଳେ ଟ୍ୱିଟର ତା’ର କର୍ମଚାରୀମାନଙ୍କୁ କୌଣସି କ୍ଷତିପୂରଣ ନ ଦେଇ ତଡି ଦେଇଛି। ଟ୍ୱିଟର ପ୍ରାୟ ୩୮୦୦ କର୍ମଚାରୀଙ୍କୁ ବରଖାସ୍ତ କରିଥିବାବେଳେ ଫେସ୍‌ବୁକ୍‌ର ପ୍ୟାରେଣ୍ଟ୍ କମ୍ପାନୀ ମେଟା ୧୧,୦୦୦ ରୁ ଅଧିକ କର୍ମଚାରୀଙ୍କୁ କଷ୍ଟ୍ କଟିଙ୍ଗ୍‌ ନାମରେ ବାହାର କରୁଛି।

Advertisment

ଚାକିରିରୁ ବରଖାସ୍ତ ହେବା ପରେ କର୍ମଚାରୀମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଦୁଃଖ ଓ ଯନ୍ତ୍ରଣା ପ୍ରକାଶ କରିଥିଲେ। କିଛି କର୍ମଚାରୀ ଭାବପ୍ରବଣ ପୋଷ୍ଟ୍‌ ଲେଖି କମ୍ପାନୀ ସହିତ ବିତାଇଥିବା ମୂହୁର୍ତ୍ତଗୁଡ଼ିକୁ ମନେ ପକେଇଥିବା ବେଳେ ଆଉ କିଛି କର୍ମଚାରୀ ଏହି ନିଷ୍ପତ୍ତିକୁ ଖୁସିରେ ଦେଖୁଛନ୍ତି। ମେଟା ଏବଂ ଟ୍ୱିଟର୍‌ରୁ ବରଖାସ୍ତ ହେବା ପରେ ବିଦେଶରେ ରହୁଥିବା କର୍ମଚାରୀଙ୍କୁ ୨ ମାସ ମଧ୍ୟରେ ଚାକିରି ଖୋଜିବାକୁ ପଡିବ, ନଚେତ୍ ସେମାନଙ୍କ ଭିସା (H-1B ଭିସା) ବାତିଲ ହୋଇପାରେ। ଚାକିରି ନ ମିଳିଲେ କର୍ମଚାରୀମାନଙ୍କୁ ଭାରତ ଫେରିବାକୁ ପଡିପାରେ।

ଭାରତୀୟଙ୍କ ପାଇଁ ଖୁସି ଖବର:

ବହିଷ୍କୃତ ହେବା ପରେ ବିଦେଶରେ ଭାରତୀୟମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଡ୍ରିମ୍ ୧୧ ସିଇଓ ତଥା ସହ-ପ୍ରତିଷ୍ଠାତା ହର୍ଷ ଜୈନ୍ ଭାରତୀୟଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ଭାରତୀୟମାନଙ୍କୁ ଘରକୁ ଫେରି ତାଙ୍କ କମ୍ପାନୀରେ ଯୋଗଦେବାକୁ କହିଛନ୍ତି। ହର୍ଷ ଜୈନ କହିଛନ୍ତି ଯେ ଯେତେବେଳେ ସମସ୍ତ ବୈଷୟିକ କମ୍ପାନୀ ଭବିଷ୍ୟତ ପାଣ୍ଠି ପରିଚାଳନା ପାଇଁ ସଂଘର୍ଷ କରୁଛନ୍ତି ସେତେବେଳେ ଏହି କର୍ମଚାରୀଙ୍କୁ ବରଖାସ୍ତ କରାଯାଉଛି। ପ୍ରତିଭାବାନ ଭାରତୀୟମାନେ ଫେରିଆସିବା ଦରକାର ଓ ଦେଶର ବୈଷୟିକ କମ୍ପାନୀଗୁଡ଼ିକୁ ଆଗକୁ ନେବାରେ ସହଯୋଗ କରିବା ଉଚିତ।

Advertisment

ସେ ଆହୁରି କହିଛନ୍ତି, ଡ୍ରିମ୍ ସ୍ପୋର୍ଟସରେ ୧୫କୋଟିରୁ ଅଧିକ ଉପଭୋକ୍ତା ଅଛନ୍ତି ଏବଂ ଏହା ୮୦୦ କୋଟିର ଏକ ଲାଭଦାୟକ କର୍ପୋରେସନ। କମ୍ପାନୀ ଉପଭୋକ୍ତାମାନଙ୍କୁ କ୍ରିକେଟ୍, ଫୁଟବଲ୍, ହକି ଏବଂ ଅନେକ ଖେଳକୁ ନେଇ ଫାଣ୍ଟାସୀ ଟିମ୍ କରିବାକୁ ଅନୁମତି ଦେଇଥାଏ, ଯାହା ଦ୍ୱାରା କମ୍ପାନୀକୁ ବହୁତ ଲାଭ ମିଳିଥାଏ। ଯେଉଁମାନେ ଇଛା କରୁଛନ୍ତି ତାଙ୍କ କମ୍ପାନୀରେ ଯୋଗଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ପ୍ରକାଶଥାଉ ଯେ, ୨୦୨୨ ମସିହାରେ, ଆମେରିକାରେ ୫୨,୦୦୦ରୁ ଅଧିକ ଲୋକଙ୍କୁ ଟେକ୍ କମ୍ପାନୀଗୁଡ଼ିକ ଦ୍ୱାରା ବହିଷ୍କୃତ କରାଯାଇଥିଲା। ଏଭଳି ପରିସ୍ଥିତିରେ ଡ୍ରିମ୍ ୧୧ ସିଇଓ ହର୍ଷ ଜୈନ ଭାରତୀୟଙ୍କ ପାଇଁ ଏକ ଖୋଲା ଅଫର ଦେଇଛନ୍ତି। ଡ୍ରିମ୍ ୧୧ ଭାରତର ପ୍ରଥମ ଫାଣ୍ଟାସୀ ଖେଳ କମ୍ପାନୀ ଥିଲା ଯାହା ଏପ୍ରିଲ୍ ୨୦୧୯ରେ ଏକ ବଡ କମ୍ପାନୀ ହୋଇଗଲା ଏବଂ ଆଜି ଏହା ସାରା ବିଶ୍ୱରେ ଜଣାଶୁଣା।

ହର୍ଷ ଜୈନ୍‌ଙ୍କ କହିବା କଥା, ଡିଜାଇନ୍, ଉତ୍ପାଦ ଏବଂ ବୈଷୟିକ କ୍ଷେତ୍ରରେ ନେତୃତ୍ୱ ଅଭିଜ୍ଞତା ଥିବା କର୍ମଚାରୀମାନଙ୍କୁ ଡ୍ରିମ୍ ୧୧ ସବୁବେଳେ ଖୋଜିଥାଏ ଆଉ ସୁଯୋଗ ଦେଇଥାଏ। ଏହିପରି କର୍ମଚାରୀମାନେ ଡ୍ରିମ୍ ୧୧ରେ ଯୋଗ ଦେଇ ବୈଷୟିକ କ୍ଷେତ୍ରରେ ଭାରତକୁ ଆଗକୁ ନେଇପାରିବେ। ସେ କହିଛନ୍ତି ଯେ ତାଙ୍କ କମ୍ପାନୀ ଭଲ ଆର୍ଥିକ ସ୍ଥିତିରେ ଅଛି ଯାହାଦ୍ୱାରା କର୍ମଚାରୀମାନଙ୍କୁ ଚାକିରିର ସୁରକ୍ଷାକୁ ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ।

Twitter Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ