Advertisment

୨୦୨୮ରେ ଭାରତରେ ହୋଇପାରେ COP-33, ୨୮ତମ ଶିଖର ସମ୍ମିଳନୀରେ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ

ଏହି ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ମୋଦିଙ୍କ ସହ ବିଶ୍ୱ ନେତାମାନେ ଏକାଠି ଫଟୋ ଉଠାଇଲେ । ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହାନ ଏବଂ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏଥିରେ ସାମିଲ ହୋଇଛି ।

COP 33 Summit

COP 33 Summit

Advertisment

୨୦୨୮ ମସିହାରେ ଭାରତରେ ହେଉ COP-33 ଶିଖର ସମ୍ମିଳନୀ। ଦୁବାଇରେ ଅନୁଷ୍ଠିତ COP-28 ବା ୨୮ ତମ କନଫରେନ୍ସ ଅଫ୍ ପାର୍ଟିଜ୍ ସମ୍ମିଳନୀକୁ ସମ୍ବୋଧନ କରି ଏହି ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ସମ୍ମାନ ସୂଚକ ଭାବେ ମୋଦିଙ୍କୁ ୟୁଏଇ ପକ୍ଷରୁ ଉଦଘାଟନୀ ଉତ୍ସବରେ ଅଭିଭାଷଣ ରଖିବା ପାଇଁ ସୁଯୋଗ ଦିଆଯାଇଥିଲା । ମୋଦି କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଜାତିସଂଘର କାର୍ଯ୍ୟପନ୍ଥା ପ୍ରତି ଭାରତ ପ୍ରତିଶ୍ରୁତିବଦ୍ଧ । ତେଣୁ ୨୦୨୮ରେ କପ୍ ସମ୍ମିଳନୀ ଆୟୋଜନ ଭାରତରେ ହେଉ ।

Advertisment

ଏହି ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ମୋଦିଙ୍କ ସହ ବିଶ୍ୱ ନେତାମାନେ ଏକାଠି ଫଟୋ ଉଠାଇଲେ । ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହାନ ଏବଂ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏଥିରେ ସାମିଲ ହୋଇଛି । ଜଳବାୟୁ ପରିବର୍ତ୍ତନ, ଏହାଦ୍ୱାରା ହେଉଥିବା ସମସ୍ୟା ଏବଂ ଏହାର ମୁକାବିଲା ଦିଗରେ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଏହି ଶିଖର ସମ୍ମିଳନୀ ଆୟୋଜିତ ହୋଇଆସୁଛି। ଏଥରର ୨୮ ତମ ସଂସ୍କରଣକୁ ଅଧ୍ୟକ୍ଷତା କରୁଛି ୟୁଏଇ। ଏହି ଶିଖର ସମ୍ମିଳନୀ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

Narendra Modi India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ