Advertisment

PM Modi: ୨୦୧୪ରୁ ୨୦୨୫, ସବୁବେଳେ ବଦଳିଛି ମୋଦିଙ୍କ ସ୍ୱାଧୀନତା ଦିବସର ପଗଡ଼଼ି...ଦେଖନ୍ତୁ ଏହି ଫଟୋ

୨୦୧୪ରୁ ୨୦୨୫ ପର୍ଯ୍ୟନ୍ତ ପିଏମ୍ ମୋଦିଙ୍କ ପୋଷାକ ଶୈଳୀ ବଦଳୁଛି। ପ୍ରତିବର୍ଷ ସେ ସୁନ୍ଦର ପଗଡ଼ିରେ ନଜର ଆସିଥାନ୍ତି। ଏଥର ପିଏମ୍ ମୋଦିଙ୍କ ଲୁକ୍ ଅନନ୍ୟ ରହିଛି। ବିଶେଷ କରି ପଗଡ଼ି ବାନ୍ଧିବା ଶୈଳୀ ଅତ୍ୟନ୍ତ ଚମତ୍କାର। ଏଥର କେଶରୀ ରଙ୍ଗର ପଗଡ଼ି ବାନ୍ଧିଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଶରୀ ରଙ୍ଗର ପଗଡ଼ି ପିନ୍ଧିଥିଲେ । ପ୍ରତିବର୍ଷ ସ୍ୱାଧୀନତା ଦିବସରେ ପିଏମ୍ ମୋଦି ତାଙ୍କ ପୋଷାକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବିଶେଷ କରି ତାଙ୍କ ପଗଡ଼ି ରଙ୍ଗ ଓ ବାନ୍ଧିବା ଶୈଳୀ ସବୁଠାରୁ ଆକର୍ଷଣୀୟ ହୋଇଥାଏ।

Advertisment

୨୦୧୪ରୁ ୨୦୨୫ ପର୍ଯ୍ୟନ୍ତ ପିଏମ୍ ମୋଦିଙ୍କ ପୋଷାକ ଶୈଳୀ ବଦଳୁଛି। ପ୍ରତିବର୍ଷ ସେ ସୁନ୍ଦର ପଗଡ଼ିରେ ନଜର ଆସିଥାନ୍ତି। ଏଥର ପିଏମ୍ ମୋଦିଙ୍କ ଲୁକ୍ ଅନନ୍ୟ ରହିଛି। ବିଶେଷ କରି ପଗଡ଼ି ବାନ୍ଧିବା ଶୈଳୀ ଅତ୍ୟନ୍ତ ଚମତ୍କାର। ଏଥର କେଶରୀ ରଙ୍ଗର ପଗଡ଼ି ବାନ୍ଧିଛନ୍ତି। ଏହା ସହିତ ସେ ଧଳା କୁର୍ତ୍ତା ସହ ନାରଙ୍ଗୀ ରଙ୍ଗର ନେହେରୁ ଜାକେଟ୍ ଏବଂ ଉତ୍ତରୀୟ ମଧ୍ୟ ପକାଇଛନ୍ତି ।

modimodi

୨୦୧୪-ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ବେଳେ ସ୍ୱାଧୀନତା ଦିବସରେ ଧଳା ଖଦିର ହାଫ୍-ସ୍ଲିଭ୍ କୁର୍ତ୍ତା ଓ ଚୁଡିଦାର ପାଇଜାମା ପିନ୍ଧିଥିଲେ। ଏହା ସହିତ ସେ ଭଗବା ରଙ୍ଗର ଜୋଧପୁରୀ ବନ୍ଧେଜ ପଗଡ଼ି ପିନ୍ଧିଥିଲେ।

Advertisment

୨୦୧୫-ପିଏମ୍ ମୋଦି କ୍ରିମ୍ ରଙ୍ଗର କୁର୍ତ୍ତା, ଧଳା ଚୁଡିଦାର ପାଇଜାମା ଓ ଖଦି ଜାକେଟ୍ ପିନ୍ଧିଥିଲେ। ସେ ଲାଲ ଓ ସବୁଜ ରଙ୍ଗର ପଟି ସହିତ ନାରଙ୍ଗୀ ରଙ୍ଗର ବନ୍ଧନୀ ପଗଡ଼ି ପିନ୍ଧିଥିଲେ ।

୨୦୧୬-ପ୍ରଧାନମନ୍ତ୍ରୀ ମୋଦି ଏକ ସାଦା କୁର୍ତ୍ତା ଏବଂ ଚୁଡ଼ିଦାର ପାଇଜାମା ସହିତ ଏକ ଲାଲ, ଗୋଲାପୀ ଏବଂ ହଳଦିଆ ରାଜସ୍ଥାନୀ ପଗଡ଼ି ପିନ୍ଧିଥିଲେ । ପଗଡ଼ଟି ଖୁବ ସୁନ୍ଦର ଦେଖାଯାଉଥିଲା

Advertisment

୨୦୧୭-ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଟ୍ରେଡମାର୍କ ଅଧା ହାତ ବିଶିଷ୍ଟ କୁର୍ତ୍ତା ପିନ୍ଧିଥିଲେ । ଉଜ୍ଜ୍ୱଳ ଲାଲ ଏବଂ ହଳଦିଆ ପଗଡ଼ି ପିନ୍ଧିଥିଲେ ଏବଂ ପଛ ପାର୍ଶ୍ୱରେ ଏକ ଲମ୍ବା କପଡା ବାହାରି ଆସିଥିଲା ।

୨୦୧୮-ଏକ ଫୁଲ ସ୍ଲିଭ୍ କୁର୍ତ୍ତା ପାଇଜାମା ପିନ୍ଧିଥିଲେ । ଏହି ବର୍ଷ ସେ ଏକ ଗାଢ଼ ଗେରୁଆ ରଙ୍ଗ ଏବଂ ଲାଲ ପଗଡ଼ି ପିନ୍ଧିଥିଲେ ।

୨୦୧୯-ପ୍ରଧାନମନ୍ତ୍ରୀ ମୋଦି ଏକ ହାଫ୍ ସ୍ଲିଭ୍ କୁର୍ତ୍ତା, ପାଇଜାମା ପିନ୍ଧିଥିଲେ । ହଳଦିଆ, ଲାଲ ଏବଂ ସବୁଜ ଲହରିଆ ପ୍ୟାଟର୍ଣ୍ଣର ପଗଡ଼ି ପିନ୍ଧିଥିଲେ ।

୨୦୨୦-ସେ ଏକ ଗେରୁଆ ଏବଂ କ୍ରିମ୍ ରଙ୍ଗର ପଗଡ଼ି ପିନ୍ଧିଥିଲେ, ଯାହା ଅଧା ହାତ ବିଶିଷ୍ଟ କୁର୍ତ୍ତା ସହିତ ପରଫେକ୍ଟ ମ୍ୟାଚ୍ ହେଉଥିଲା । ସେ ଗେରୁଆ ବର୍ଡର ସହିତ ଏକ ଧଳା ଦୁପଟ୍ଟା ମଧ୍ୟ ପକାଇଥିଲେ ।

୨୦୨୧-ପ୍ରଧାନମନ୍ତ୍ରୀ ମୋଦି ପାରମ୍ପରିକ କୁର୍ତ୍ତା-ଚୁଡ଼ିଦାର, ନୀଳ ଜ୍ୟାକେଟ୍ ପିନ୍ଧିଥିଲେ ଏବଂ ଏକ ଗେରୁଆ ପଗଡ଼ି ପିନ୍ଧିଥିଲେ ।

୨୦୨୨- ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗା ଆକୃତିର ଏକ ଧଳା ପଗଡ଼ି ପିନ୍ଧିଥିଲେ, ଯାହା 'ହର ଘର ତିରଙ୍ଗା' ଅଭିଯାନର ଭାବନାକୁ ପ୍ରତିଫଳିତ କରିଥିଲା ।

୨୦୨୩-ସେ ଅନେକ ରଙ୍ଗର ଷ୍ଟ୍ରାଇପ୍ ସହିତ ଏକ ହଳଦିଆ ଏବଂ ଲାଲ ରଙ୍ଗର ପଗଡ଼ି ପିନ୍ଧିଥିଲେ । ଏହା ସହିତ ସେ ଏକ ଧଳା କୁର୍ତ୍ତା ଏବଂ ଏକ କଳା ଜ୍ୟାକେଟ୍ ପିନ୍ଧିଥିଲେ ।

୨୦୨୪: ପ୍ରଧାନମନ୍ତ୍ରୀ ମୋଦି ଧଳା କୁର୍ତ୍ତା-ପାଇଜାମା ଏବଂ ନୀଳ ରଙ୍ଗର ଜ୍ୟାକେଟ ସହିତ ଗେରୁଆ , ସବୁଜ ଏବଂ ହଳଦିଆ ପଗଡ଼ି ପିନ୍ଧିଥିଲେ ।

Narendra Modi PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ