Advertisment

ବଢିଲା ସୁନା ଓ କମିଲା ରୂପା

ବିଢିଲା ସୁନାର ଦର ଦାମ୍ । ଲଗାତାର ୩ ଦିନ ଧରି ସୁନାର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ଏହା ଛଡ଼ା ରୂପାର ଦାମ୍ ଅଳ୍ପ ହ୍ରାସ ପାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୧୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮, ୧୯୦ ଟଙ୍କା ରହିଛି ।

ଅଦ୍ୟତନ ହୋଇଛି
gold rate today

gold rate today

Advertisment

 ନୂଆଦିଲ୍ଲୀ: ଦେଶର ପ୍ରମୁଖ ସହରରେ ସୁନା ଓ ରୂପାର ଦରଦାମ୍ ଅଲଗା ଅଲଗା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୨୬୦ ଟଙ୍କା ଓ ଓ ୫୧, ୫୬୦ ଟଙ୍କା ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬,୭୮୦ ଟଙ୍କା ଓ ୪୭,୭୮୦ ଟଙ୍କା ଥିବା ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୧୧୦ ଟଙ୍କା ଓ ୪୯,୪୦୦ ଟଙ୍କା ହୋଇଛି।

Advertisment

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ । ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ ମୂଲ୍ୟ ୪୭,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୦,୦୫୦ ଟଙ୍କା ରହିଛି। ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫, ୫୫୮ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯, ୭୯୦ ଟଙ୍କା ଥିବା ରେକର୍ଡ ହୋଇଛି।

ଏହା ଛଡ଼ ରୂପାର ମୂଲ୍ୟ କମି ଥିବା ବେଳେ ଚେନ୍ନାଇରେ ରୁପା କେଜି ଦାମ୍‌ ୬୫,୩୦୦ ଟଙ୍କା ରହିଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇରେ ୬୧,୨୦୦ ଟଙ୍କା ରହିଛି। କଲିକତା ଏବଂ ବାଙ୍ଗାଲୋରରେ ରୁପା କେଜି ଦାମ୍‌ ୬୧,୨୦୦ ଟଙ୍କା ରହିଥିବା ବେଳେ ହାଇଦ୍ରାବାଦରେ ୬୫,୩୦୦ ଟଙ୍କା ରହିଛି।

Advertisment
Increased gold and silver silverIncreased gold and silver silver

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Rate Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ