Advertisment

୧୬ କିଲୋମିଟର ପଛୁଆ ଗଡ଼ିଲା ଗାଡ଼ି; ରେକର୍ଡ ଭାଙ୍ଗିଲେ ଚନ୍ଦ୍ରମୌଳି

ରାସ୍ତାରେ ଭରପୂର ଲୋକ। ଗାଡ଼ି ଗଡୁଥିଲା। ଗାଡ଼ିକୁ ଦେଖି ଲୋକେ ଆଁ କରି ଚାହିଁ ରହିଥିଲେ। କାରଣ ଗାଡି ଗଡ଼ୁଥିଲା ପଛୁଆ ପଛୁଆ..। ୨ ମିନିଟ ବା ୫ ମିନିଟ ନୁହେଁ। ପୂରା ୨୯ ମିନିଟ। ଚାଳକ ବେଶ ଦକ୍ଷତାର ସହ ଗାଡି ଚଲାଉଥିଲେ। ରିଭର୍ସ ଗିଅରରେ ଚାଳକ ୨୯ ମିନିଟ ୧୦ ସେକେଣ୍ଡରେ ୧୬ କିଲୋମିଟର ୧୪୦ ମିଟର ରାସ୍ତା ଅତିକ୍ରମ କରିଥିଲେ।

ଅଦ୍ୟତନ ହୋଇଛି
man drove his car in reverse gear

man drove his car in reverse gear

Advertisment

ରାସ୍ତାରେ ଭରପୂର ଲୋକ। ଗାଡ଼ି ଗଡୁଥିଲା। ଗାଡ଼ିକୁ ଦେଖି ଲୋକେ ଆଁ କରି ଚାହିଁ ରହିଥିଲେ। କାରଣ ଗାଡି ଗଡ଼ୁଥିଲା ପଛୁଆ ପଛୁଆ..। ୨ ମିନିଟ ବା ୫ ମିନିଟ ନୁହେଁ। ପୂରା ୨୯ ମିନିଟ। ଚାଳକ ବେଶ ଦକ୍ଷତାର ସହ ଗାଡି ଚଲାଉଥିଲେ। ରିଭର୍ସ ଗିଅରରେ ଚାଳକ ୨୯ ମିନିଟ ୧୦ ସେକେଣ୍ଡରେ ୧୬ କିଲୋମିଟର ୧୪୦ ମିଟର ରାସ୍ତା ଅତିକ୍ରମ କରିଥିଲେ।

Advertisment

ଚାଳକ ଥିଲେ ତାମିଲନାଡୁ ସଲିମ ଜିଲ୍ଲାର ୩୫ ବର୍ଷର ଚନ୍ଦ୍ରମୌଳି। ପଛୁଆ ଗାଡି ଚଳାଇ ସେ ରେକର୍ଡ ବ୍ରେକ କରିଛନ୍ତି। ତାଙ୍କ ପୂର୍ବରୁ କେରଳର ୨୨ ବର୍ଷୀୟ ଟେଶନ ଥୋମାସ୍‌ ୩୦ ମିନିଟରେ ୧୪.୨ କିମି ଗାଡ଼ି ଚଳାଇ ରେକର୍ଡ କରିଥିଲେ। ଗାଡି ଚଲାଇବା ପ୍ରତି ଚନ୍ଦ୍ରମୌଳିଙ୍କ ଖୁବ ଦୁର୍ବଳତା ଥିଲା। ଶେଷରେ ସେ ଗତ ସପ୍ତାହରେ ଏଦାପାଡି ବାଇପାସ୍‌ରେ ନିଜ ଜଲ୍‌ୱା ଦେଖାଇଥିଲେ ଏବଂ ପୂର୍ବ ରେକର୍ଡକୁ ଭାଙ୍ଗିଥିଲେ।

ନିଜ ସଫଳତା ବିଷୟରେ ପ୍ରତିକ୍ରିୟା ରଖି ଚନ୍ଦ୍ରମୌଳି କହିଥିଲେ, ଯୁବପିଢି ସୁରକ୍ଷିତ ଗାଡ଼ିଚାଳନାର ମୂଲ୍ୟ ବୁଝିବା ଦରକାର। ଦୁଇ ଚକିଆ ଏବଂ ଚାରି ଚକିଆରେ ଆଜିକାଳି ଯୁବପିଢି ରାସ୍ତାରେ ଯେଉଁ ଷ୍ଟଣ୍ଟ ଦେଖାଉଛନ୍ତି ସେଥିରୁ ସେମାନେ ନିବୃତ୍ତ ରହିବା ଦରକାର। ଏମିତି ଆଡ୍‌ଭେଞ୍ଚର  ସମୟରେ ଉପଲବ୍ଧ ସୁରକ୍ଷା ଉପକରଣ ବ୍ୟବହାର କରିବା ଉଚିତ।

Advertisment

ଏଠି କହିରଖିବୁ, ପଛୁଆ ଗାଡି ଚଲାଇ ରେକର୍ଡ କରିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ରୁଷର ବ୍ରେନ କବ୍‌ ନି, ଜେମ୍‌ସ ୱିଲବର ରାଇଟ ପଛୁଆ ଗାଡ଼ି ଚଲାଇ ଗିନିଜ ବୁକ ଅଫ ରେକର୍ଡ କରିଥିଲେ। ଉଭୟ ପଛୁଆ ଗାଡ଼ି ଚଳାଇ ୩୭ ଦିନରେ ୧୪, ୫୩୪ କିମି ରାସ୍ତା ଅତିକ୍ରମ କରିଥିଲେ। ତାଙ୍କର ଏହି ଯାତ୍ରା ୧୯୮୪ ଅଗଷ୍ଟ ୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୬ରେ ଶେଷ ହୋଇଥିଲା। ଏହି ସମୟ ମଧ୍ୟରେ ସେ ଆମେରିକା ଏବଂ କାନାଡାର କିଛି ରାଜ୍ୟ ସହ ମୋଟ ୧୪ଟି ରାଜ୍ୟ ବୁଲିଥିଲେ।

ସେହିପରି ଜଣେ ଟ୍ରକ ଡ୍ରାଇଭର ତାଙ୍କ ଗାଡ଼ିର ବ୍ରେକ ଫେଲ ହୋଇ ଯିବାରୁ ସେ ପଛୁଆ ଗାଡି ଚଲାଇଥିଲେ । ବିନା ଦୁର୍ଘଟଣାରେ ସେ ଟ୍ରକକୁ ପଛୁଆ ୩ କିମି ଚଲାଇଥିଲେ। କିଛି ବାଇକ୍‌ ଏହି ଟ୍ରକକୁ ଘେରି ରହି  ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଟ୍ରକ ଚାଳକଙ୍କୁ ରାସ୍ତା ଦେଖାଇବାରେ ସହଯୋଗ କରିଥିଲେ।

Advertisment
Car Runs Back Gear Guinness World Book Of Records India Records
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ