Advertisment

ସୁପ୍ରିମ୍‌କୋର୍ଟ ଇତିହାସରେ ପ୍ରଥମ ! କହିପାରୁ ନାହାନ୍ତି କି ଶୁଣି ପାରୁନାହାନ୍ତି ତଥାପି ଲଢ଼ିଲେ କେସ୍‌

ଏଭଳି ଘଟଣା ସୁପ୍ରିମ୍‌କୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି । ଦେଶର ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Supreme Court Advocate Sara Sunny

Supreme Court Advocate Sara Sunny

Advertisment

ସର୍ବୋଚ୍ଚ ନ୍ୟାୟଳୟରେ ଏକ ନୂଆ ଇତିହାସ ରଚିଲେ ଜଣେ ମହିଳା ଆଇନଜୀବୀ । ପ୍ରଥମଥର ପାଇଁ କଥା ନ କହି ଲଢ଼ିଲେ କେସ୍‌ । ମହିଳା ଆଇନଜୀବୀ ଜଣଙ୍କ କହିପାରୁ ନାହାନ୍ତି କି ଶୁଣି ପାରୁ ନାହାନ୍ତି । ତଥାପି ସେ ସୁପ୍ରିମ୍‌କୋର୍ଟରେ କେସ୍‌ ଲଢ଼ିଛନ୍ତି । ଆଉ ତାଙ୍କ ଯୁକ୍ତିକୁ ବି ଶୁଣିଛନ୍ତି ମାନ୍ୟବର କୋର୍ଟ । ଦିବ୍ୟାଙ୍ଗ ହୋଇଥିବାରୁ ସେ ସାଙ୍କେତିକ ଭାଷାରେ ନିଜ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ତାଙ୍କ ଭାଷାକୁ ଜଣେ ଅନୁବାଦକ ଅନୁବାଦ କରି କୋର୍ଟଙ୍କ ନିକଟରେ ଉପସ୍ଥାପନକ କରିଥିଲେ । ଏଭଳି ଘଟଣା ସୁପ୍ରିମ୍‌କୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି । ଦେଶର ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଥିବା କୁହାଯାଉଛି।

Advertisment

ଭର୍ଚ୍ୟୁଆଲ ଶୁଶାଣିକୁ ନିୟନ୍ତ୍ରଣ କରୁଥିବା କଣ୍ଟ୍ରୋଲ ରୁମ ପ୍ରଥମେ ବାକ୍‌ ଓ ଶ୍ରବଣ ବାଧିତ ଆଇନଜୀବୀ ସାରା ସନ୍ନୀଙ୍କୁ ସ୍କ୍ରିନରେ ସ୍ଥାନ ଦେବାକୁ ମନା କରିଥିଲା। ତେବେ ତାଙ୍କ ଭାଷା ଅନୁବାଦକ ସୌରଭ ରୟ ଚୌଧୁରୀ ସ୍କ୍ରିନ ଉପରକୁ ଆସିଥିଲେ। ସାରା ସାଙ୍କେତିକ ଭାଷାରେ ରଖୁଥିବା ଯୁକ୍ତିକୁ ସୌରଭ ଅନୁବାଦ କରି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଆଗରେ ଉପସ୍ଥାପନ କରିଥିଲେ।

ଏହା ଦେଖି ଜଷ୍ଟିସ ଚନ୍ଦ୍ରଚୂଡ଼ ଆଇନଜୀବୀ ସାରାଙ୍କୁ ସ୍କ୍ରିନରେ ଆଣିବା ପାଇଁ କଣ୍ଟ୍ରୋଲ ରୁମକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଉଭୟ ସୌରଭ ଓ ସାରା ମିଳିତ ଭାବେ ସ୍କ୍ରିନକୁ ଆସି ମାମଲା ଲଖିଥିଲେ। ଆଇନଜୀବୀ ସଞ୍ଚିତା ଅନ୍ନ ସୁପ୍ରିମକୋର୍ଟରେ ସାରା ଯୁକ୍ତି ରଖିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମଧ୍ୟ ସମସ୍ତଙ୍କୁ ଆଇନର ସମାନ ପ୍ରକାରର ସୁବିଧା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି। ଗତବର୍ଷ ସେ ସ୍ୱତନ୍ତ୍ର ନିର୍ଦ୍ଦେଶନାମାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କୋର୍ଟରେ କରିବାକୁ କହିଥିଲେ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଦୁଇ ପାଳିତା କନ୍ୟା ମଧ୍ୟ ଦିବ୍ୟାଙ୍ଗ। ଚଳିତ ବର୍ଷ ସେ ସେମାନଙ୍କୁ ସୁପ୍ରିମକୋର୍ଟ ଆଣି ଏଠାରେ କେମିତି କାମ ହୁଏ, ସେକଥା ବୁଝାଇଥିଲେ।

Advertisment
Supreme Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ