Advertisment

‘ମୋ ପାଇଁ କାହା ପାଖରେ ସମୟ ନାହିଁ, ସମସ୍ତେ ବ୍ୟସ୍ତ’...ଘରୁ ମିଳିଲା ଆଇଆଇଟି ଛାତ୍ରଙ୍କ ମୃତଦେହ

ଆଇଆଇଟି ଚେନ୍ନାଇରେ ପଢ଼ୁଥିବା ୨୦ ବର୍ଷୀୟ ଛାତ୍ରଙ୍କ ମୃତଦେହ ଗତକାଲି ଘର ଭିତରୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ଏହି ଦ୍ୱିତୀୟ ବର୍ଷ ଛାତ୍ର କେମିକାଲ୍‌ ଇଞ୍ଜିନିୟରିଂ ପଢ଼ୁଥିଲେ।

ଅଦ୍ୟତନ ହୋଇଛି
IIT Madras Student Found Dead In Room

IIT Madras Student Found Dead In Room

Advertisment

‘ମୋ ପାଇଁ କାହା ପାଖରେ ସମୟ ନାହିଁ, ସମସ୍ତେ ବ୍ୟସ୍ତ’...ମୃତ୍ୟୁ ପୂର୍ବରୁ ଏପରି କିଛି କହିଛନ୍ତି ଆଇଆଇଟି ଛାତ୍ର। ଆଇଆଇଟି ଚେନ୍ନାଇରେ ପଢ଼ୁଥିବା ୨୦ ବର୍ଷୀୟ ଛାତ୍ରଙ୍କ ମୃତଦେହ ଗତକାଲି ଘର ଭିତରୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ଏହି ଦ୍ୱିତୀୟ ବର୍ଷ ଛାତ୍ର କେମିକାଲ୍‌ ଇଞ୍ଜିନିୟରିଂ ପଢ଼ୁଥିଲେ।

Advertisment

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା। ତାଙ୍କ ରୁମ୍‌ରୁ ଏକ ନୋଟ୍‌ ମଧ୍ୟ ଜବତ ହୋଇଛି। କେବେ ଏହା ଲେଖା ହୋଇଛି ଓ ପ୍ରକୃତରେ କିଏ ଏହା ଲେଖିଛି ତାହା ସ୍ପଷ୍ଟ ହୋଇନାହିଁ।

ତଦନ୍ତ ପରେ ଏହା ଆତ୍ମହତ୍ୟା ବୋଲି ଯଦି ପୋଲିସ୍‌ ସ୍ପଷ୍ଟ କରେ, ତା’ହେଲେ ଚଳିତ ବର୍ଷ ଆଇଆଇଟି-ମାଡ୍ରାସରେ ଏହା ଚତୁର୍ଥ ଘଟଣା ହେବ। ଛାତ୍ରଙ୍କ ମୃତ୍ୟୁକୁ ନେଇ ଆଇଆଇଟି ମାଡ୍ରାସ(IIT Madras) ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା କୁହାଯାଇଛି। 

Advertisment

ସୂଚନାଥାଉ କି, ନିକଟରେ ଆଇଆଇଟି ମାଡ୍ରାସର ପିଏଚ୍‌ଡି ସ୍କଲାର ନିଜ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍‌ରେ ସେ ଏକ ଷ୍ଟାଟସ୍‌ ଦେଇଥିଲେ। ଯେଉଁଥିରେ ସେ ଲେଖିଥିଲେ,‘Sorry, ମୁଁ ସେତେଟା ଭଲ ନୁହେଁ’। ଏହି ଷ୍ଟାଟସ୍‌ ଦେଖି ଜଣେ ସାଙ୍ଗ ତାଙ୍କ ରୁମ୍‌ରେ ପହଞ୍ଚିବା ପରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

Suicide Case Student Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ