/odishatv-khabar/media/post_attachments/uploadimage/library/16_9/16_9_0/s_1680509113.jpg)
IIT Madras Student Dies By Suicide
ଆଇଆଇଟି( Indian Institute of Technology), ମାଡ୍ରାସର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଛାତ୍ରଙ୍କ ନାଁ ସଚିନ କୁମାର ଜୈନ(୩୨)। ତାଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ଆଇଆଇଟି ମାଡ୍ରାସରେ ସେ ପିଏଚ୍ଡି କରୁଥିଲେ। ଛାତ୍ର ଜଣକ କେଉଁ କାରଣ ପାଇଁ ଜୀବନ ହାରିଲେ ତାହା ଜଣାପଡ଼ିନି। ଗତ ମାର୍ଚ୍ଚ ୩୧ରେ ଚେନ୍ନାଇର ଭେଲାଚେରି ସ୍ଥିତ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁସାରେ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍ରେ ସେ ଏକ ଷ୍ଟାଟସ୍ ଦେଇଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘Sorry, ମୁଁ ସେତେଟା ଭଲ ନୁହେଁ’। ଏହି ଷ୍ଟାଟସ୍ ଦେଖି ଜଣେ ସାଙ୍ଗ ତାଙ୍କ ରୁମ୍ରେ ପହଞ୍ଚିବା ପରେ ସଚିନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ଆଇଆଇଟି ମାଡ୍ରାସ ଏହାର ବିବୃତିରେ କହିଛି, ସଚିନ ଜଣେ ରିସର୍ଚ୍ଚ ସ୍କଲାର୍ ଥିବାବେଳେ ତାଙ୍କର ଭଲ ଏକାଡେମିକ୍ ରେକର୍ଡ ମଧ୍ୟ ଥିଲା। ତାଙ୍କର ଅକାଳ ବିୟୋଗରେ ଆମେ ଦୁଃଖିତ। ସେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପିଏଚ୍ଡି ସ୍କଲାର୍ ଥିଲେ। ଏଭଳି ଜଣେ ପିଏଚ୍ଡି ସ୍କଲାରଙ୍କୁ ହରାଇବା ଅନୁଷ୍ଠାନ ପାଇଁ ଏକ ବଡ଼ କ୍ଷତି।’
ସୂଚନାଥାଉ କି, ଏହା ପୂର୍ବରୁ ଚେନ୍ନାଇର ଆଇଆଇଟି କ୍ୟାମ୍ପସରେ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ର ଓ ରିସର୍ଚ୍ଚ ସ୍କଲାର୍ ଆତ୍ମହତ୍ୟା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)