ଏଣିକି ରହିବନି ମରୁଡ଼ି ଭୟ ! ଆବଶ୍ୟକ ପଡ଼ିଲେ କରାଯିବ କ୍ରୁତ୍ରିମ ବର୍ଷା

ଆଇଆଇଟି କାନପୁର କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନୟରିଂ ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ପରୀକ୍ଷଣ ସଫଳ ହୋଇଛି ।

Artificial Rain

ଦେଶରେ କୃତ୍ରିମ ବର୍ଷା ନେଇ ପରୀକ୍ଷଣ ସଫଳ। ଆଇଆଇଟି କାନପୁରର ପକ୍ଷରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଛି । DGCAର ଅନୁମତି ନେଇ ବିମାନରେ କେମିକାଲ ରଖି କ୍ଲାଉଡ ସିଡିଂ କରାଯାଇଛି। ଆଇଆଇଟି କାନପୁର କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନୟରିଂ ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ପରୀକ୍ଷଣ ସଫଳ ହୋଇଛି ।

ମରୁଡ଼ି ଓ ବର୍ଷା ଅଭାବ ବେଳେ ଯଦି ଭବିଷ୍ୟତରେ କ୍ଲାଉଡ ସିଡିଂର ଆବଶ୍ୟକତା ପଡ଼େ ତେବେ ଏହାର ସହାୟତା ନିଆଯାଇପାରିବ । ଏଥିଲାଗି ଆମେରିକାରୁ ସ୍ୱତନ୍ତ୍ର ଯନ୍ତ୍ରାଂଶ ମଧ୍ୟ ଆସିସାରିଛି । ଡିଜିସିଏ ପକ୍ଷରୁ କ୍ଲିଅରାନ୍ସ ମଧ୍ୟ ମିଳିସାରିଛି । ଆଗକୁ ଆଉ କିଛି ସପ୍ତାହ ମଧ୍ୟରେ ଏହାର ପୁନର୍ବାର ପରୀକ୍ଷଣ କରାଯିବ ବୋଲି ଆଇଆଇଟି କାନପୁରର ପ୍ରଫେସର ସୂଚନା ଦେଇଛନ୍ତି ।