Advertisment

ଦାମୀ ଚାକିରି ଛାଡ଼ିଲେ, ସନ୍ୟାସ ନେଲେ IIT ଗୋଲ୍ଡ ମେଡାଲିଷ୍ଟ, ଜାଣନ୍ତୁ କାହିଁକି...

ସେହି IIT ଗୋଲ୍ଡ ମେଡାଲିଷ୍ଟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସନ୍ଦୀପ କୁମାର ଭଟ୍ଟ । ସନ୍ଦୀପ IIT ଦିଲ୍ଲୀରୁ ଇଞ୍ଜିନିୟରିଂ କରିଥିଲେ । ସେ ୨୦୦୨ ବ୍ୟାଚ୍‌ର ଗୋଲ୍ଡ ମେଡାଲିଷ୍ଟ ଥିଲେ।

Swami Sundar Gopal Das

Swami Sundar Gopal Das

Advertisment

ବର୍ତ୍ତମାନ ସମସ୍ତଙ୍କ ପାଇଁ ପ୍ରାଥମିକତା ହେଉଛି ଟଙ୍କା। ସମସ୍ତେ ଚାହାନ୍ତି ଭଲ ଚାକିରି କରି ଭଲ ରୋଜଗାର କରିବା ପାଇଁ। କିନ୍ତୁ ଆଜି ବି ଏମିତି ବ୍ୟକ୍ତି ସମାଜରେ ଅଛନ୍ତି ଯାହାଙ୍କ ପାଇଁ ଧନ, ସମ୍ପତ୍ତି ସବୁ ତୁଚ୍ଛ। IIT ଗୋଲ୍ଡ ମେଡାଲିଷ୍ଟ, ଲକ୍ଷାଧିକ ଟଙ୍କାର ଚାକିରି। ଏସବୁକୁ ପଛରେ ଛାଡ଼ି ବାଛିନେଲେ ଏକ ନୂଆ ରାସ୍ତା। ବିଳାଶପୂର୍ଣ୍ଣ ଜୀବନ ଛାଡ଼ି ସନ୍ୟାସୀ ହେବାକୁ ବାଛିନେଲେ IIT ଗୋଲ୍ଡ ମେଡାଲିଷ୍ଟ।

Advertisment

ଭାରତରେ ଲକ୍ଷ ଲକ୍ଷ ଛାତ୍ର ଅଛନ୍ତି ଯେଉଁମାନେ ପ୍ଲସ୍‌ ଟୁ କରିବା ପରେ ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖିଥାନ୍ତି। ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ଆଇଆଇଟି ଜେଇ ପରୀକ୍ଷା ସଫଳ କରି ସମ୍ମାନଜନକ IITରେ ପଢ଼ିବାକୁ ସ୍ୱପ୍ନ ଦେଖିଥାନ୍ତି। ଛାତ୍ରମାନେ IITରେ ପଢ଼ିବାକୁ ପସନ୍ଦ କରିବାର ମୁଖ୍ୟ କାରଣ ହେଉଛି ଏହା କ୍ୟାରିୟର ପଥକୁ ସହଜ କରିଦେଇଥାଏ। ଆଇଆଇଟିରୁ ସ୍ନାତକ ହାସଲ କରିବା ପରେ ଭଲ ଚାକିରି ଅଫର ପାଇଥାନ୍ତି। ତେବେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବୁ ସେ କେବଳ ଆଇଆଇଟିରେ ପଢ଼ିନଥିଲେ ବରଂ ଗୋଲ୍ଡ ମେଡାଲିଷ୍ଟ ଥିଲେ। ଲକ୍ଷାଧିକ ଟଙ୍କାର ଚାକିରି ମଧ୍ୟ କରିଥିଲେ। କିନ୍ତୁ ଆଧ୍ୟାତ୍ମିକ ମୋହ ତାଙ୍କୁ ଏସବୁକୁ ଛାଡ଼ିବାକୁ ବାଧ୍ୟ କରିଥିଲା। ଶେଷରେ ମାତ୍ର ୨୮ ବର୍ଷ ବୟସରେ ସନ୍ୟାସୀ ହୋଇଯାଇଥିଲେ ଏହି IITian।

ସେହି IIT ଗୋଲ୍ଡ ମେଡାଲିଷ୍ଟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସନ୍ଦୀପ କୁମାର ଭଟ୍ଟ । ସନ୍ଦୀପ IIT ଦିଲ୍ଲୀରୁ ଇଞ୍ଜିନିୟରିଂ କରିଥିଲେ । ସେ ୨୦୦୨ ବ୍ୟାଚ୍‌ର ଗୋଲ୍ଡ ମେଡାଲିଷ୍ଟ ଥିଲେ। ଏହାପରେ ୨୦୦୪ରେ ଏମ୍‌ ଟେକ୍‌ ମଧ୍ୟ କରିଥିଲେ । M Tech କରିବା ପରେ ସେ L&Tରେ ୩ ବର୍ଷ ଚାକିରି କରିଥିଲେ। ଲକ୍ଷାଧିକ ଟଙ୍କା ଦରମା ପାଇବା ପରେ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରିଥିଲେ ସନ୍ଦୀପ। ତେବେ କିଛି ଦିନ ପରେ ଏଭଳି ଲାଇଫ୍‌ ଷ୍ଟାଇଲ୍‌କୁ ନେଇ ଅତିଷ୍ଠ ହୋଇଯାଇଥିଲେ। ଯାହାଫଳରେ ୨୦୦୭ରେ ଚାକିରି ଛାଡ଼ିଥିଲେ। ମାତ୍ର ୨୮ ବର୍ଷ ବୟସରେ ସନ୍ୟାସୀ ହେବା ପାଇଁ ସ୍ଥିର କରିଥିଲେ ସନ୍ଦୀପ। ଆଉ ଏହା ପରେ ତାଙ୍କ ନାଁ ସନ୍ଦୀପ କୁମାର ଭଟ୍ଟରୁ ପରିବର୍ତ୍ତନ କରି ସ୍ୱାମୀ ସୁନ୍ଦର ଗୋପାଳ ଦାସ୍ ରଖିଥିଲେ।

Advertisment

ସନ୍ୟାସୀ ହେବା ପରେ ସେ କହିଥିଲେ ଯେ ଆପଣ ସମାଜରେ ଅନେକ ଇଞ୍ଜିନିୟର, ଡାକ୍ତର, ଆଇଏଏସ୍, ବିଚାରପତି, ବୈଜ୍ଞାନିକ ଏବଂ ନେତାଙ୍କୁ ପାଇବେ। କିନ୍ତୁ ଏମିତି ଜଣେ କାହାକୁ ପାଇବ ନାହିଁ ଯାହାର ଉଦ୍ଦେଶ୍ୟ ହେଉଛି ସମାଜକୁ ଏକ ଭିନ୍ନ ରାସ୍ତା ଦେଖାଇବା ଏବଂ ଲୋକଙ୍କ ଚରିତ୍ର ଗଠନ କରିବା। ସେ ବିଶ୍ୱାସ କରନ୍ତି ଯେ ସମାଜରେ ବ୍ୟାପିଥିବା କୁସଂସ୍କାରକୁ ସଂଶୋଧନ କରିବାର ଏକମାତ୍ର ଉପାୟ ହେଉଛି - "ଧାର୍ମିକ ଶିକ୍ଷା"। ତେଣୁ ସେ ଚାକିରି ଛାଡ଼ି ସନ୍ୟାସୀ ହେବାକୁ ଠିକ୍‌ ରାସ୍ତା ବୋଲି ଭାବିଲେ।

IIT Delhi Monk Gold Medallist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ