Advertisment

'ଯଦି ପଗଡି ଓ ଚୁଡିକୁ ଅନୁମତି ଅଛି, ହିଜାବକୁ କାହିଁକି ନୁହେଁ ?'

କ’ଣ ସରକାର ଅନ୍ୟ ଧର୍ମର ଚିହ୍ନକୁ ବିଚାରକୁ ନେଉ ନାହାନ୍ତି?

ଅଦ୍ୟତନ ହୋଇଛି
Hijab Row

Hijab Row

Advertisment

ବେଙ୍ଗାଲୁରୁ: ପଗଡି ଓ ଚୁଡି ପରି ଭାରତୀୟ ସମାଜରେ ଅନେକ ଧାର୍ମିକ ପ୍ରତୀକ ରହିଛି। କିନ୍ତୁ ହିଜାବ୍‌କୁ ନେଇ ସରକାର କେବଳ ମୁସଲିମ ମହିଳାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏହା ଶତ୍ରୁତାପୂର୍ଣ୍ଣ ଭେଦଭାବର ଉଦାହରଣ ବୋଲି ଜଣେ ଆବେଦନକାରୀ ହାଇକୋର୍ଟକୁ କହିଛନ୍ତି। ହିଜାବ ବିବାଦ ଶୁଣାଣି ସମୟରେ ଜଣେ ଆବେଦନକାରୀ ଏନେଇ  କର୍ଣ୍ଣାଟକ ହାଇକୋର୍ଟକୁ କହିଛନ୍ତି। କ୍ରମାଗତ ୪ ଦିନ ହେଲା ଶୁଣାଣି ଚାଲିଥିଲେ ମଧ୍ୟ ଏଯାଏ କୋର୍ଟ କୌଣସି ଚୂଡ଼ାନ୍ତ ରାୟ ପ୍ରକାଶ କରି ନାହାନ୍ତି। ଆସନ୍ତାକାଲି ମାମଲାର ପୁଣି ଶୁଣାଣି ହେବ।

Advertisment

ଆବେଦନକାରୀଙ୍କ ଓକିଲ ତଥା କର୍ଣ୍ଣାଟକର ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ରବି ବର୍ମା ଯୁକ୍ତି ଉପସ୍ଥାପନ କରି କୋର୍ଟକୁ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟରେ ପ୍ରିୟୁନିଭର୍ସିଟି(କଲେଜ)ରେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ୟୁନିଫର୍ମ ନଥାଏ। ଫଳସ୍ୱରୁପ ହିଜାବକୁ ବ୍ୟାନ୍‌ କରିବାକୁ କୌଣସି ନିୟମ ନାହିଁ। ସେ ଆହୁରି କହିଛନ୍ତି ଯେ କାହିଁକି ସରକାର କେବଳ ହିଜାବ ପ୍ରସଙ୍ଗ ଉଠାଉଛନ୍ତି ଓ ପାତରଅନ୍ତର ନୀତି ଆପଣାଉଛନ୍ତି? ଚୁଡ଼ି ବି ପିନ୍ଧା ଯାଉଛି। ଏହା କ’ଣ ଧର୍ମୀୟ ସଙ୍କେତ ନୁହେଁ? କାହିଁକି ଆପଣ କେବଳ ଏହି ଗରିବ ମୁସଲିମ ଝିଅମାନଙ୍କୁ ଟାର୍ଗେଟ କରୁଛନ୍ତି? ଛାତ୍ରୀମାନଙ୍କୁ ସେମାନଙ୍କ ଧର୍ମୀୟ ବିଶ୍ୱାସ ପାଇଁ କ୍ଲାସରୁମରୁ ବିଦା କରାଯାଉଛି।

ସେ ଆହୁରି କହିଛନ୍ତି ଯେ ବିନ୍ଦି ଲଗାଇଥିବା ଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେଉନି। ଚୁଡ଼ି ପିନ୍ଧିଥିବା ଛାତ୍ରୀଙ୍କୁ ବାହାର କରାଯାଉନି। ଜଣେ ଖ୍ରୀଷ୍ଟିୟାନ କ୍ରସ ଚିହ୍ନ ଲକେଟ ପିନ୍ଧୁ ଥିଲେ ମଧ୍ୟ ଏହାକୁ କେହି ବି ଛୁଇଁବାକୁ ସାହାସ କରୁନାହାନ୍ତି। କାହିଁକି କେବଳ ମୁସଲିମ ଛାତ୍ରୀଙ୍କୁ ବାରଣ କରାଯାଉଛି?

Advertisment

କୌଣସି ରାଜ୍ୟ ନିର୍ଦ୍ଧାରିତ ୟୁନିଫର୍ମ ଦ୍ୱାରା ମୁସଲିମ୍‌ ମହିଳାଙ୍କୁ କ୍ଲାସ୍ କରିବାକୁ ରୋକିବାକୁ ପ୍ରୟାସ କରାଯାଏ, ତେବେ ଏହା ଧର୍ମୀୟ ଭେଦଭାବ ବୋଲି କୁହାଯିବ। ଯାହା ସମ୍ବିଧାନର ଧାରା 15 ଉଲ୍ଲଂଘନ କରୁଛି। କ’ଣ ସରକାର ଅନ୍ୟ ଧର୍ମର ଚିହ୍ନକୁ ବିଚାରକୁ ନେଉ ନାହାନ୍ତି? ହିଜାବ କାହିଁକି ବୋଲି ସେ କୋର୍ଟଙ୍କ ଜରିଆରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Hijab Row Karnataka HC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ