Advertisment

ଆଜି ହାତକୁ ଦିହାତ ହେବେ ଟିନା ଡାବି

ତାଙ୍କ ଜୀବନ ସାଥୀ ଡ. ପ୍ରଦୀପ ଗାୱାଣ୍ଡେଙ୍କ ସହ ଟିନାଙ୍କର ବିବାହ ହେବ।

Tina dabi Marriage

Tina dabi Marriage

Advertisment

ଆଜି ହାତକୁ ଦିହାତ ହେବେ ଟିନା ଡାବି । ଚର୍ଚ୍ଚିତ ଆଇଏଏସ ଅଧିକାରୀ ଟିନା ଡାବିଙ୍କ ଆଜି ବାହାଘର। ଏହା ପୂର୍ବରୁ ନିକଟରେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିବା ନେଇ ନିଜେ ଟିନା ଡାବି ତାଙ୍କ ଇନଷ୍ଟ୍ରାଗ୍ରାମ୍ ପେଜରେ ଫଟୋ ସେୟାର କରିଥିଲେ। ରାଜସ୍ଥାନର ଜୟପୁରରେ ଏପ୍ରିଲ ୨୨ରେ ବିବାହ ସଂପନ୍ନ ହେବ ବୋଲି ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରାଯାଇଥିଲା।

Advertisment

ତାଙ୍କ ଜୀବନ ସାଥୀ ଡ. ପ୍ରଦୀପ ଗାୱାଣ୍ଡେଙ୍କ ସହ ଟିନାଙ୍କର ବିବାହ ହେବ। ୨୦୧୬ ବ୍ୟାଚ୍‌ର ଆଇଏସର ଅଫିସର ଡାବି ରାଜସ୍ଥାନ କ୍ୟାଡରର ହୋଇଥିବା ବେଳେ ତାଙ୍କ ପାର୍ଟନର ପ୍ରଦୀପ ଗାୱାଣ୍ଡେ ୨୦୧୩ ବ୍ୟାଚ୍‌ର ଆଇଏଏସ ଅଫିସର। ଉଭୟେ ରାଜସ୍ଥାନରେ ପୋଷ୍ଟିଂ ହୋଇଛନ୍ତି।

Advertisment

ଜୟପୁରରେ ଏକ ପ୍ରାଇଭେଟ ସେରିମନିରେ  ଉଭୟ ବିବାହ ବିନ୍ଧନରେ ବାନ୍ଧି ହେବେ। ଆସନ୍ତା ଏପ୍ରିଲ ୨୨ରେ ଉଭୟଙ୍କର ରିସେପ୍ସନ ପାର୍ଟି ରହିଛି। ଏଥିପାଇଁ ନିମନ୍ତ୍ରଣ ପତ୍ର ଛପା ସରିଛି। ଜୟପୁରରେ ଯେଉଁ ହୋଟେଲରେ ଏହି ବିବାହ ଉତ୍ସବ ଆୟୋଜନ ହେଉଛି ସେଠାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉତ୍ସବରେ ଭଭୟଙ୍କର କିଛି ଖାସ୍ ଅତିଥି ଯୋଗ ଦେବେ।

ପୂର୍ବରୁ ୨୦୧୮ରେ ଟିନା ନିଜ ବ୍ୟାଚର ଆଇଏଏସ୍ ଅଫିସର ଆଥର ଆମିର ଖାନଙ୍କୁ ବିବାହ କରିଥିଲେ । ସେତେବେଳେ ଉପ ରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ, ତତ୍କାଳୀନ ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଏହି ବିବାହରେ ଯୋଗ ଦେଇଥିଲେ । ସାରା ଦେଶରେ ଲଭ୍ ଜିହାଦ୍ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଆଥରଙ୍କୁ ଟିନାଙ୍କ ବିବାହ ଖବରର ଶିରୋନାମା ସାଜିଥିଲା । ତେବେ ଟିନା ଏହାକୁ ଭ୍ରୁକ୍ଷେପ କରିନଥିଲେ ।

Advertisment

୨୯ ବର୍ଷୀୟ ଟିନା ଡାବିଙ୍କ ଏହା ଦ୍ୱିତୀୟ ବିବାହ  ହୋଇଥିବା ବେଳେ ୩୯ ବର୍ଷୀୟ ପ୍ରଦୀପଙ୍କ ପ୍ରଥମ ବିବାହ। ଅନୁସୂଚିତ ଜାତି ବର୍ଗରୁ ଟିନା ହେଉଛନ୍ତି ପ୍ରଥମ ଆଇଏଏସ ଟପ୍ପର।   ଟିନା ୨୦୧୮ରେ ଆଇଏଏସ୍‌ ଅତହର ଖାନଙ୍କୁ ବିବାହ କରିଥିଲେ । ପରେ ମାତ୍ର ୨ବର୍ଷ ଅର୍ଥାତ୍‌ ୨୦୨୧ରେ ସେମାନଙ୍କ ମଧ୍ୟରେ ବିବାହ ସମ୍ପର୍କ ଭାଙ୍ଗି ଛାଡ଼ପତ୍ର ହୋଇଥିଲା।  ହେଲେ ଆଜି ପୁଣି ଥରେ ଟିନା ଆଇଏଏସ୍‌ ପ୍ରଦୀପଙ୍କୁ ବିବାହ କରୁଛନ୍ତି ।

Tina Dabi Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ