Advertisment

ସତ ନା ମିଛ ! ଦିବ୍ୟାଙ୍ଗ ବୋଲି IAS ପାଇଥିଲେ..ଏବେ ପୂରା ଫିଟ୍‌..ଭିଡିଓ ଭାଇରାଲ

ଥିଲେ IAS ଅଫିସର ଆଉ ଏବେ ଜଣେ ଅଭିନେତା। ନକଲି ସାର୍ଟିଫିକେଟ ଦେଇ ପାଇଛନ୍ତି IAS ଚାକିରି। ୨୦୧୧ ବ୍ୟାଚ୍‌ IAS ଅଫିସର୍‌ ଅଭିଷେକ ସିଂଙ୍କୁ ନେଇ ଏବେ ଚର୍ଚ୍ଚା ଥମୁନି।

ଅଦ୍ୟତନ ହୋଇଛି
Abhishek Singh, IAS officer turned actor on faking disability

IAS Officer

Advertisment

ସାମ୍ନାକୁ ଆସୁଛି ଜଣକ ପରେ ଜଣେ IAS ଅଫିସର୍‌ଙ୍କ ନକଲି ଚେହେରା। ଜାଲି ସାର୍ଟିଫିକେଟ ଦେଇ ପାଇଛନ୍ତି IAS ଚାକିରି। ନିଜକୁ ଦିବ୍ୟାଙ୍ଗ ସାଜି କରିଛନ୍ତି ଏହି ବଡ଼ ପଦବୀର ଅପବ୍ୟବହାର। ଜାଲିଆତି, କ୍ଷମତାର ଅପବ୍ୟବହାର ଆଦିକୁ ନେଇ ଟ୍ରେନି ଆଇଏଏସ୍‌ ଅଧିକାରୀ ପୂଜା ଖେଦକର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଆଉ ଜଣେ IAS ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି।

Advertisment

ଅଧିକ ପଢ଼ନ୍ତୁ: ଆଇଏଏସ୍‌ ପୂଜା ଖେଡକରଙ୍କୁ ଝଟକା, ପୁଣି ଥରେ ନେବେ ଟ୍ରେନିଂ

ଥିଲେ IAS ଅଫିସର ଆଉ ଏବେ ଜଣେ ଅଭିନେତା। ନକଲି ସାର୍ଟିଫିକେଟ ଦେଇ ପାଇଛନ୍ତି IAS ଚାକିରି। ୨୦୧୧ ବ୍ୟାଚ୍‌ IAS ଅଫିସର୍‌ ଅଭିଷେକ ସିଂଙ୍କୁ ନେଇ ଏବେ ଚର୍ଚ୍ଚା ଥମୁନି। ଗତବର୍ଷ ତାଙ୍କୁ ଚାକିରିରୁ ନିଳମ୍ବିତ କରାଯାଇଛି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଓ ଫଟୋକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି।

Advertisment

ସୂଚନା ମୁତାବକ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ତାଙ୍କୁ ଚାକିରିରୁ ନିଳମ୍ବିତ କରାଯାଇଥିଲା। ଏବେ ସେ ଆଲବମ ଓ ଫିଲ୍ମ ନିର୍ମାଣ କରୁଛନ୍ତି। ଡିଜାବିଲିଟି ସାର୍ଟିଫିକେଟ୍‌ରେ ଚାକିରି ପାଇଥିବା ଅଭିଷେକ ଏବେ ଜିମ୍‌ରେ ଟ୍ରେନିଂ କରୁଥିବା ଏବଂ ଡେଇଁ ଡେଇଁ ନାଚୁଥିବାର ଦେଖିବାକୁ ମିଳିଛି। ଯିଏ ଡିଜାବିଲିଟି ସାର୍ଟିଫିକେଟ୍‌ରେ ଚାକିରି ପାଇଥିଲେ ଏବେ ସେ କେମିତି ଏତେ ଫିଟ୍‌ ବୋଲି ପ୍ରଶ୍ନ ଉଠୁଛି। ତେବେ ଏନେଇ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଉଛି।

Advertisment

ସେପଟେ ଜାଲିଆତି, କ୍ଷମତାର ଅପବ୍ୟବହାର ଆଦିକୁ ନେଇ ଟ୍ରେନି ଆଇଏଏସ୍‌ ଅଧିକାରୀ ପୂଜା ଖେଦକର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। କେନ୍ଦ୍ର ଲୋକସେବା ଆୟୋଗ (UPSC) ପରୀକ୍ଷା ପାଇଁ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ରରେ ମଧ୍ୟ ଜାଲିଆତି କରି ନିଜକୁ ‘ଗରିବବର୍ଗ’ ବୋଲି ଦର୍ଶାଇଥିବା ଜଣାଯିବା ପରେ ପୂଜାଙ୍କ ନାମରେ ସଂରକ୍ଷଣ ନିମନ୍ତେ ଦାଖଲ ହୋଇଥିବା ଓବିସି ଓ ଭିନ୍ନକ୍ଷମ ପ୍ରମାଣପତ୍ର ଜାଲିଆତି ଅଭିଯୋଗର ତଦନ୍ତ ଜାରି ରହିଛି। ପୂର୍ବରୁ MBBS ନିମନ୍ତେ ମଧ୍ୟ ପୂଜା ନିଜକୁ ଗରିବ ଦର୍ଶାଇ ପ୍ରମାଣପତ୍ର ଦାଖଲ କରିଥିଲେ ବୋଲି ଜଣାପଡ଼ିଛି।

IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ