Advertisment

ବଢୁଛି ଟ୍ରେନି IAS ପୂଜା ହେଡକରଙ୍କ ଅଡୁଆ; ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପାଇଁ ଦେଇଥିଲେ ଭୁଲ୍‌ ଠିକଣା

ଟ୍ରେନି  IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା ହୋଇଛି । ଭିନ୍ନକ୍ଷମ ସାର୍ଟିଫିକେଟ ପାଇବାକୁ ନକଲି ଠିକଣା ଓ ରାସନ କାର୍ଡ ଦେଇଥିଲେ ପୂଜା ହେଡକର ।

ଅଦ୍ୟତନ ହୋଇଛି
ias officer puja khedkar

ias officer puja khedkar

Advertisment

ବଢୁଛି ଟ୍ରେନି IAS ପୂଜା ହେଡକରଙ୍କ ଅଡୁଆ । ଟ୍ରେନି  IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା ହୋଇଛି । ଭିନ୍ନକ୍ଷମ ସାର୍ଟିଫିକେଟ ପାଇବାକୁ ନକଲି ଠିକଣା ଓ ରାସନ କାର୍ଡ ଦେଇଥିଲେ ପୂଜା ହେଡକର । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ନିଜର ଭୁଲ୍ ଠିକଣା ଓ ନକଲି ରାସନ କାର୍ଡ ଦେଇ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିଥିବା ଯାଞ୍ଚ ସମୟରେ ଜଣାପଡିଛି ।

Advertisment

ପୂଜା ହସ୍ପିଟାଲକୁ ଦେଇଥିବା ଡକ୍ୟୁମେଣ୍ଟରେ ନିଜ ଘରର ଠିକଣା ତାଲୱଡେ ଅଞ୍ଚଳର ଦେହୁ-ଆଲନ୍ଦି, ପ୍ଲଟ ନଂ-୫୩ ବୋଲି ଉଲ୍ଲେଖ କରିଥିଲେ । କିନ୍ତୁ ପ୍ରକୃତରେ ଏହି ଠିକଣା ଏକ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ କମ୍ପାନୀର, ଯାହାକି ଏବେ ଅଚଳ ରହିଛି ଓ ଏହା ଆବାସିକ ସମ୍ପତ୍ତି ନୁହେଁ ବୋଲି ଯାଞ୍ଚ ସମୟରେ ଜଣାପଡିଛି । ସେହି କମ୍ପାନୀ ଠିକଣାରେ ନକଲି ରାସନ କାର୍ଡ କରାଯାଇଥିଲା । ଯାହାକୁ ପୂଜା ପରବର୍ତ୍ତୀ ସମୟରେ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିବାକୁ ବ୍ୟବହାର କରିଥିଲେ । ୨୦୨୨ ଅଗଷ୍ଟ ୨୪ରେ ତାଙ୍କର ଭିନ୍ନକ୍ଷମ ସାର୍ଟିଫିକେଟ ବାହାରିଥିଲା, ଯେଉଁଥିରେ ତାଙ୍କ ଆଣ୍ଠୁର ୭ ପ୍ରତିଶତ ଅକ୍ଷମତା ଥିବା ଦର୍ଶାଯାଇଥିଲା।

ସୂଚନାଯୋଗ୍ୟଯେ, ଟ୍ରେନିଂ ସମୟରେ କ୍ୟାବିନ, କାର୍, କର୍ମଚାରୀ ଇତ୍ୟାଦି ଦାମୀ ଡିମାଣ୍ଡ କରି ଚର୍ଚ୍ଚାକୁ ଆସିଥିଲେ ୨୦୨୨ ବ୍ୟାଚ୍ ଆଇଏସଏସ୍ ପୂଜା ଖେଡକର । ପଦବୀର ଦୁରୁପୋଯୋଗ ଅଭିଯୋଗରେ ନିକଟରେ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଦଳି କରା ଯାଇଥିଲା। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ମାମଲା ସାମ୍ନାକୁ ଆସୁଛି।

Advertisment

ଗତକାଲି ତାଙ୍କ ଟ୍ରେନିଂ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହାରି ମଧ୍ୟରେ ତାଙ୍କ ଜାଲିଆତି ଦସ୍ତାବିଜର ଆଉ ଏକ ଫର୍ଦ୍ଦ ସାମ୍ନାକୁ ଆସିଛି। ଏବେ ସେହି ନକଲି ସାର୍ଟିଫିକେଟ ପାଇଁ ସେ ନକଲି ଠିକଣା ଓ ରାସନ କାର୍ଡ ଦେବା ଘଟଣା ତାଙ୍କର ଅଡୁଆକୁ ଆହୁରି ବଢାଇ ଦେଇଛି ।

IAS Officer Disability Certificates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ