Advertisment

ମିଳିଲାନି ଆଗୁଆ ଜାମିନ୍‌, ଗିରଫ ଭୟରେ ଦେଶ ଛାଡ଼ିଲେ ପୂଜା ଖେଡକର !

ବିବାଦ ଘେରରେ ପୂଜା ଖେଡକର। ଆଗୁଆ ଜାମିନ୍‌ ଆବେଦନ ଖାରଜ ପରେ ସେ ଦୁବାଇ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ତେବେ ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
IAS Officer Puja Khedkar Flees To Dubai

IAS Officer Puja Khedkar Flees To Dubai

Advertisment

ବିବାଦୀୟ ହେଲେ, ଚାକିରି ବି ଗଲା। ଟ୍ରେନି ଆଇଏଏସ ଅଫିସର ପୂଜା ଖେଡକରଙ୍କୁ ଜୋରଦାର ଝଟକା ଲାଗିଛି । ୟୁପିଏସ୍‌ସି ପରୀକ୍ଷାରେ ଜାଲିଆତି ଅଭିଯୋଗରେ ଆଇଏଏସ ପଦ ହରାଇଛନ୍ତି ପୂଜା ଖେଡକର। ଏହାପରେ ଗିରଫଦାରୀକୁ ଏଡାଇବା ପାଇଁ ସେ ଦୁବାଇ ଚାଲିଯାଇଥିବା ଜଣାଯାଇଛି। ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଯଦି ରିପୋର୍ଟଗୁଡିକ ସତ ହୁଏ ତେବେ ଅଧିକାରୀମାନେ ତାଙ୍କୁ ଧରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ତଲାସୀ ଅଭିଯାନ ଆରମ୍ଭ କରିବେ ।

Advertisment

ଗୁରୁବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପୂଜାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିବା ପରେ ଏହି କଳ୍ପନାଜଳ୍ପନା କରାଯାଉଛି। କୋର୍ଟ କହିଛନ୍ତି ଯେ ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ। ଏହି ମାମଲାର ଶୁଣାଣି କରି ଅତିରିକ୍ତ ସେସନ୍ସ ଜଜ୍ ଦେବେନ୍ଦ୍ର କୁମାର ଜଙ୍ଗଲା କହିଛନ୍ତି ଯେ ଏହି ଷଡଯନ୍ତ୍ରର ସତ ଜାଣିବା ପାଇଁ ଓ ଏଥିରେ ଜଡିତ ଥିବା ଅନ୍ୟମାନଙ୍କ ବିଷୟରେ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା କରିବାର ଆବଶ୍ୟକତା ରହିଛି। ଏହି ଘଟଣାର ତଦନ୍ତକୁ ଆହୁରି ଅଧିକ କରିବା ପାଇଁ ଅନୁସନ୍ଧାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଟିଆଲା ହାଉସ୍ କୋର୍ଟ ପୂଜା ଖେଡକର ମାମଲାରେ ତାଙ୍କ ରାୟରେ କହିଛନ୍ତି ଯେ ତଦନ୍ତକାରୀ ଏଜେନ୍ସି ତଦନ୍ତର ପରିସରକୁ ବିସ୍ତାର କରିବା ଆବଶ୍ୟକ। ବିନା ଯୋଗ୍ୟତାରେ ଓବିସି ଏବଂ ପିଡବ୍ଲ୍ୟୁଡି ଅଧୀନରେ ଅନ୍ୟ ବ୍ୟକ୍ତିମାନେ ମଧ୍ୟ କୋଟା ପାଇଛନ୍ତି କି ନାହିଁ ତାହାର ତଦନ୍ତ କରିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ୟୁପିଏସସି ଭିତରୁ କେହି ପୂଜା ଖେଡକରଙ୍କୁ ସାହାଯ୍ୟ କରିଥିଲେ କି ନାହିଁ ତାହାର ତଦନ୍ତ କରିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ କହିଛନ୍ତି। କୋର୍ଟଙ୍କ ଏହି ମନ୍ତବ୍ୟ ପରେ ଏବେ ଦିଲ୍ଲୀ ପୁଲିସ ୟୁପିଏସସି ଭିତରେ ତଦନ୍ତ କରିବାର ସମ୍ଭାବନା ଦେଖାଦେଇଛି ।

Advertisment

ପୂଜାଙ୍କୁ ନେଇ ଥିବା ବିବାଦ କ’ଣ ?

୨୦୨୩ ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକର ୟୁପିଏସ୍‌ସି ୟୁପିଏସ୍‌ସି ପରୀକ୍ଷାରେ ମନୋନୀତ ହେବା ପାଇଁ ଜାଲିଆତି କରିଥିବା ଅଭିଯୋଗ ହୋଇଛି।।ସେ ନିଜକୁ ଶାରୀରିକ ଅକ୍ଷମ ଏବଂ ଓବିସି ବର୍ଗ ଦର୍ଶାଇଥିଲେ। ପୁଣେରେ ପୋଷ୍ଟ କରିବା ସମୟରେ ଖେଡକର ମଧ୍ୟ ଅଧିକାରର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଏହାପରେ ୟୁପିଏସ୍‌ସିର ଅଭିଯୋଗ ପରେ ଦିଲ୍ଲୀ ପୁଲିସ ପୂଜାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କ ମେଡିକାଲ ସାର୍ଟିଫିକେଟରେ ଅନେକ ତ୍ରୁଟି ଥିବା ଜଣାପଡିଛି। ଭିନ୍ନକ୍ଷମ ସାର୍ଟିଫିକେଟ୍ ପାଇଁ ଆବେଦନ କରିବା ସମୟରେ ସେ ଦୁଇଟି ଭିନ୍ନ ନାମ ଦର୍ଶାଇଥିଲେ।

Advertisment

୨୦୧୯ରେ ପୂଜା ଅହମ୍ମଦନଗର ଜିଲ୍ଲା ଡାକ୍ତରଖାନାରୁ ଦୃଷ୍ଟିହୀନ ସାର୍ଟିଫିକେଟ୍ ହାସଲ କରିଥିଲେ। ୨୦୨୧ମସିହାରେ ସେହି ଡାକ୍ତରଖାନାରୁ ଉଭୟ ଦୃଷ୍ଟି ଶକ୍ତି ସମସ୍ୟା ଓ ମାନସିକ ରୋଗ ନେଇ ପ୍ରମାଣପତ୍ର ପାଇଥିଲେ। ୨୦୨୨ମସିହାରେ ପିମ୍ପରିସ୍ଥିତ ଯଶବନ୍ତ ରାଓ ଚୌହାନ ମେମୋରିଆଲ ହସ୍ପିଟାଲରୁ ବାମ ଆଣ୍ଠୁରେ ସମସ୍ୟା ଥିବା ଦର୍ଶାଇ ସାର୍ଟିଫିକେଟ୍ ବାହାର କରିଥିଲେ। ସାର୍ଟିଫିକେଟ୍ ପାଇଁ ଆବେଦନ କରିବା ସମୟରେ ଖେଡକର ନିଜକୁ ପିମ୍ପରି-ଚିଞ୍ଚୱାଡ଼ାର ବାସିନ୍ଦା ବୋଲି ଦାବି କରି ଏକ ନକଲି ରାସନ କାର୍ଡ ଦେଖାଇଥିଲେ।

UPSC IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ