୧୫୬ଟି ’ପ୍ରଚଣ୍ଡ ହେଲିକପ୍ଟର’ କିଣିବ ଭାରତୀୟ ବାୟୁସେନା

ଏହି ହେଲିକପ୍ଟରଗୁଡ଼ିକ ଦୁନିଆର ସବୁଠାରୁ ଖରାପ ପାଣିପାଗସ୍ଥିତିରେ ଏହାକୁ ପରୀକ୍ଷା କରାଯାଇଛି । ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନା ଓ ଭାରତୀୟ ସେନା ଗତ ୧୫ ମାସ ମଧ୍ୟରେ ୧୫ଟି ହେଲିକପ୍ଟରକୁ ଆଣିସାରିଛନ୍ତି ।

IAF

ବଢ଼ିବ ଭାରତୀୟ ବାୟୁସେନାର ବଳ। ଖୁବ୍‌ଶୀଘ୍ର ଭାରତୀୟ ବାୟୁ ସେନାରେ ସାମିଲ ହେବ ’ପ୍ରଚଣ୍ଡ ହେଲିକପ୍ଟର’। ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କିଣିବା ଲାଗି ପ୍ରସ୍ତାବ ଦେଇଛି ବାୟୁସେନା । ହାଲ୍‌ଠାରୁ ଏହି ହେଲିକପ୍ଟର କିଣାଯିବ। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି ଏହି ହେଲିକପ୍ଟର ।

ଏହି ହେଲିକପ୍ଟରକୁ ଦୁନିଆର ସବୁଠାରୁ ଖରାପ ପାଣିପାଗ ସ୍ଥିତିରେ ଏହାକୁ ପରୀକ୍ଷା କରାଯାଇଛି । ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନା ଓ ଭାରତୀୟ ସେନା ଗତ ୧୫ ମାସ ମଧ୍ୟରେ ୧୫ଟି ହେଲିକପ୍ଟରକୁ ଆଣିସାରିଛନ୍ତି । ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଆହୁରି ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କିଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହା ଖୁବ୍‌ଶୀଘ୍ର ଅନୁମୋଦନ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ୧୫୬ଟି ହେଲିକପ୍ଟର ମଧ୍ୟରୁ ୬୬ଟି ଭାରତୀୟ ବାୟୁସେନାରେ ଅନୁର୍ଭୁକ୍ତ ହେବ ଏବଂ ଅବଶିଷ୍ଟ ୯୦ଟି ଭାରତୀୟ ସେନାରେ ସାମିଲ ହେବ।