Aarogya Maitri Cubes
ଆକାଶରୁ ଉଡ଼ି ଉଡ଼ି ଆସି ମାଟିକୁ ଖସିଲା ମେଡିକାଲ। ସେଥିରେ ଥିଲା ହସ୍ପିଟାଲ ବେଡ୍ ଓ ଅନ୍ୟ ଚିକିତ୍ସା ସରଞ୍ଜାମ । ଉତ୍ତରପ୍ରଦେଶ ଆଗ୍ରାରେ ପ୍ରଥମଥର ପାଇଁ ପୋର୍ଟେବଲ ହସ୍ପିଟାଲ କ୍ୟୁବ୍ସ 'ଭୀଷ୍ମ'ର ସଫଳ ପରୀକ୍ଷଣ କରିଛି ଭାରତୀୟ ବାୟୁସେନା । ଜରୁରୀକାଳୀନ ସ୍ଥିତିରେ ସ୍ବାସ୍ଥ୍ୟସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ପରୀକ୍ଷଣ କରାଯାଇଛି।
ଭୀଷ୍ମ ପ୍ରକଳ୍ପ ଅଧୀନରେ ନିର୍ମିତ ଏହି ହସ୍ପିଟାଲ କ୍ୟୁବ୍ସର ନାଁ ଆରୋଗ୍ୟ ମୈତ୍ରୀ କ୍ୟୁବସ୍। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ କୌଣସି ବି ସମୟରେ ଯେକୌଣସି ସ୍ଥାନରେ ଏହାକୁ ଏୟାରଡ୍ରପ୍ କରାଯାଇ ପାରିବ। ଗତ ୨୦୨୩ ଜାନୁଆରୀରେ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରୋଗ୍ୟ ମୈତ୍ରୀ ପ୍ରକଳ୍ପର ଘୋଷଣା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅନ୍ୟ ବିକାଶଶୀଳ ରାଷ୍ଟ୍ରର ସହାୟତା ଲାଗି ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715709110.jpg)