Cheetah
ଦକ୍ଷିଣ ଆଫ୍ରିକାରୁ ଆସିଲେ ଆଉ ୧୨ ଚିତା । କିଛି ସମୟ ତଳେ ଏହି ଚିତାଙ୍କୁ ଆଣି ଭାରତରେ ପହଞ୍ଚିଛି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ । ବାୟୁସେନାର ବିଶାଳ ବିମାନ C-17 ଗ୍ଲୋବ ମାଷ୍ଟରରେ ଏହି ଚିତାଙ୍କୁ ଅଣାଯାଇଛି । ବିମାନଟି ପ୍ରଥମେ ଗ୍ୱାଲିୟର ବାୟୁସେନା ଘାଟିରେ ଅବତରଣ କରିଛି । ସେଠାରୁ ଏକ ହେଲିକପଟରରେ କୁନୋ ନ୍ୟାସନାଲ ପାର୍କକୁ ନିଆଯିବ । ନୂଆ ଚିତାଙ୍କ ପାଇଁ କୁନୋରେ ୧୦ଟି ସ୍ୱତନ୍ତ୍ର କ୍ୱାରେଣ୍ଟିନ ଏନକ୍ଲୋଜର ନିର୍ମାଣ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ସଫଳ ହେଲେ ଭାରତରେ ଚିତା ସଂଖ୍ୟା ୨୦କୁ ବୃଦ୍ଧି ପାଇବ ।
କୁନୋକୁ ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ୮ଟି ଚିତା ନାମିବ୍ୟାରୁ ଆସିଥିବା ବେଳେ, ଏଥର ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଚିତା ଦକ୍ଷିଣ ଆଫ୍ରିକାରୁ ଅଣାଯାଉଛି । ସେମାନଙ୍କ ମଧ୍ୟରେ ୭ଟି ଅଣ୍ଡିରା ଏବଂ ୫ଟି ମାଈ ଚିତା ଅଛନ୍ତି ।
ଏକଦା ଭାରତୀୟ ଜଙ୍ଗଲରେ ରାଜ୍ କରୁଥିବା ଏସୀୟ ଚିତାବାଘ ୪୦ ଦଶକ ବେଳକୁ ଦେଶରୁ ଲୋପ ପାଇଯାଇଥିଲେ । ତେବେ ପୁଣି ଭାରତରେ ଚିତାବଂଶ ବଢ଼ାଇବାକୁ ଆଫ୍ରିକାରୁ ପର୍ଯ୍ୟାୟକ୍ରମେ ୧୨ଟି ଲେଖାଏଁ ଚିତା ଆଗାମୀ ୮-୧୦ ବର୍ଷ ଯାଏଁ ଅଣାଯିବ । ଗତବର୍ଷ ସେପ୍ଟେମ୍ବର ୧୭ରେ, ନିଜ ଜନ୍ମଦିନରେ ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ କୁନୋରେ ଛାଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ଚିତାଗୁଡ଼ିକ ଏବେ ସୁସ୍ଥ ଅଛନ୍ତି ଏବଂ ୩-୪ ଦିନରେ ଥରେ ଲେଖାଏଁ ଶିକାର ବି କରୁଛନ୍ତି ।
ଖୁବ୍ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ କୁନୋରେ ଚିତା ସଫାରି ବି ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି । ସାଧାରଣ ଲୋକେ ଏହି ସଫାରୀରେ ଗାଡ଼ିରେ ବୁଲି ଚିତାକୁ ଦେଖିପାରିବେ । ତେବେ ଦିନକ ପରେ ଆସିବାକୁ ଥିବା ୧୨ଟି ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିବେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Cheetah_1676700257.jpg)