• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆହୁରି ବଳଶାଳୀ ହେଲା ଭାରତୀୟ ବାୟୁସେନା । ଏୟାର ଫୋର୍ସରେ ସାମିଲ ହେଲା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର ପ୍ରଚଣ୍ଡ । ମେଡ ଇନ୍ ଇଣ୍ଡିଆର ଏହି ହେଲିକପ୍ଟରର ବିଶେଷତ୍ୱ ହେଉଛି, ଏହା ରାତିର ଅନ୍ଧାରରେ, ଉଚ୍ଚ ପାହାଡରେ ଏବଂ ଜଙ୍ଗଲ ଭିତରେ କାଉଣ୍ଟର ଅପରେସନ୍ କରିପାରିବ । ହିମାଳୟ ଅଞ୍ଚଳରେ ଚୀନକୁ ଚେକ୍ ମେଟ୍ ଦେବ ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟର । ରାଜସ୍ଥାନ ଯୋଧପୁରରେ ପ୍ରଚଣ୍ଡକୁ ବାୟୁସେନାରେ ସାମିଲ କରିବା ଅବସରରେ ନିଜେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ହେଲିକପ୍ଟରରେ ଉଡ଼ିଛନ୍ତି ।

ନାଁ ଯେମିତି କାମ ବି ସେମିତି । ସବୁ ପରିସ୍ଥିତିରେ କାମ କରିପାରିବାର କ୍ଷମତା ରଖିଛି ପ୍ରଚଣ୍ଡ । ହିନ୍ଦୁସ୍ଥାନ ଏରୋନଟିକସ ଲିମିଟେଡ୍ ଦ୍ୱାରା ନିର୍ମିତ ପ୍ରଚଣ୍ଡରେ ଥିବା କ୍ଷେପଣାସ୍ତ୍ର, ବଡ଼ ବଡ଼ ଟ୍ୟାଙ୍କ ଓ ବଙ୍କର୍ ସମେତ ଅଳ୍ପ ଉଚ୍ଚତାରେ ଉଡୁଥିବା ଯୁଦ୍ଧ ବିମାନକୁ ଆଖି ପିଛୁଳାକେ ଧ୍ୱଂସ କରିପାରିବ । ୫ ହଜାର ମିଟର ଉଚ୍ଚତାରେ ଉଡିପାରିବ, ଯେକୌଣସି ପରିସ୍ଥିତି ଏବଂ ପାଣିପାଗରେ ଅବତରଣ କରିପାରିବ । ପାହାଡ଼ିଆ ଅଞ୍ଚଳରେ ଅପରେସନ୍, ପ୍ରଚଣ୍ଡର ସବୁଠୁ ବଡ ୟୁଏସପି ତେଣୁ ହିମାଳୟ ଅଞ୍ଚଳରେ ଚୀନକୁ ଚେକ୍ ମେଟ୍ ଦେବ । ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଶତ୍ରୁ ପକ୍ଷକୁ ଟାର୍ଗେଟ୍ ହେଉ ଅବା ଜଙ୍ଗଲରେ କାଉଣ୍ଟର ଇନ୍ସରଜେନ୍ସି ଅପରେସନ, ସବୁଥିରେ ମାହିର ପ୍ରଚଣ୍ଡ ।

କାରଗିଲ୍ ଯୁଦ୍ଧ ସମୟରେ ପର୍ବତ ଉପରେ ଲଢୁଆ ଅପରେସନ୍ ପାଇଁ ଲାଇଟ୍ କମ୍ବାଟ୍ ହେଲିକରର ଆବଶ୍ୟକତା ଥିବା ସେନା ଅନୁଭବ କରିଥିଲା । ଏହାପରେ ଆରମ୍ଭ ହୋଇଥିଲା ପ୍ରଚଣ୍ଡ ହେଲିକରର ନିର୍ମାଣ । ଆଉଅ ୨୦ ବର୍ଷ ପରେ ଏକ ଏଭଳି ହେଲିକର ନିର୍ମାଣ ହୋଇଛି ଯାହା, ୨୦ ହଜାର ମିଟର ଉଚ୍ଚରେ ଶତ୍ରୁପକ୍ଷକୁ ଟାର୍ଗେଟ୍ କରିପାରିବ ।

ପ୍ରଚଣ୍ଡର ଓଜନ ୫ ଦଶମିକ ୮ ଟନ୍ ଏଥିରେ ଲାଗିଛି ଦୁଇଟି ଶକ୍ତିଶାଳୀ ଇଂଜିନ୍ । ଫ୍ରାନ୍ସର ଯୁଦ୍ଧ ବିମାନ ଇଂଜିନ ନିର୍ମାତା ସାଫରନ୍ ସହ ମିଶି ଏହାକୁ ବିକଶିତ କରିଛି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ । ହେଲିକପ୍ଟରରେ ରହିଛି ୨୦ ଏମ୍ଏମ୍ ଟରେଟ୍ ଗନ୍, ୭୦ ଏମଏମର ରକେଟ୍ ସିଷ୍ଟମ ଏବଂ ଏୟାର ଟୁ ଏୟାର ମିସାଇଲ୍ । ୧୯୯୯ କାରଗିଲ୍ ଯୁଦ୍ଧ ସମୟରେ ଉଚ୍ଚ ପାର୍ବତ୍ୟାଂଚଳରେ ଅପରେସନ୍ ପାଇଁ ଏଭଳି ହାଲୁକା ଲଢୁଆ ହେଲିକପ୍ଟରର ଆବଶ୍ୟକତା ଥିବା ବାୟୁସେନା ଅନୁଭବ କରିଥିଲା । ଦୀର୍ଘ ୨୦ ବର୍ଷର ଗବେଷଣା ଓ ବିକଶିତ ଜ୍ଞାନକୌଶଳର ଫଳ ହେଉଛି ପ୍ରଚଣ୍ଡ ।

ସିଆଚେନ୍ ଗ୍ଲାସିୟର ଏବଂ ପୂର୍ବ ଲଦ୍ଦାଖ ଅଂଚଳରେ ମୁତୟନ ହେବ ପ୍ରଚଣ୍ଡ ହେଲିକକ୍ଟର । ଉଚ୍ଚ ପାର୍ବତ୍ୟାଂଚଳରେ ଅପରେସନ୍ ପାଇଁ ଭାରତୀୟ ସେନା ୯୫ଟି ପ୍ରଚଣ୍ଡ ହେଲିକର ଆଣିବାକୁ ଯୋଜନା ରଖିଛି ।