କେଉଁଠାରେ ପାଉଁଶ, କେଉଁଠାରେ ନିଆଁ; ଉତ୍ତରାଖଣ୍ତ ଜଳୁଛି, ଜଙ୍ଗଲ ନିଆଁରେ ଜଳୁଛି

ଉତ୍ତରାଖଣ୍ଡରେ ଭୟଙ୍କର ହେଲାଣି ଜଙ୍ଗଲ ନିଆଁ । ଏତେ ମାତ୍ରାରେ ନିଆଁ ଲାଗିଛି ଯେ ଏହାର ପ୍ରକୋପ ନୈନିତାଲ ହାଇକୋର୍ଟ କୋଲନୀ ପର୍ଯ୍ୟନ୍ତ ବ୍ୟାପିଲାଣି । ନିଆଁ ଲିଭାଇବା ପାଇଁ ହେଲିକପ୍ଟର ସହାୟତା ନିଆଯାଉଛି ।

Uttarakhand Jungle Fire

ଉତ୍ତରାଖଣ୍ଡରେ ଭୟଙ୍କର ହେଲାଣି ଜଙ୍ଗଲ ନିଆଁ । ଏତେ ମାତ୍ରାରେ ନିଆଁ ଲାଗିଛି ଯେ ଏହାର ପ୍ରକୋପ ନୈନିତାଲ ହାଇକୋର୍ଟ କୋଲନୀ ପର୍ଯ୍ୟନ୍ତ ବ୍ୟାପିଲାଣି । ନିଆଁ ଲିଭାଇବା ପାଇଁ ହେଲିକପ୍ଟର ସହାୟତା ନିଆଯାଉଛି । କେମିତି ନିଆଁକୁ ଆୟତ୍ତ କରାଯାଇପାରିବ ସେନେଇ ବାଟ ବାହାର କରିବାକୁ ଜଙ୍ଗଲ ବିଭାଗ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

ନିଆଁ ନୈନିତାଲକୁ ବ୍ୟାପିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେନାର ସହାୟତା ନିଆଯାଇଛି । ନିଆଁ ଓ ଧୂଆଁ ଯୋଗୁଁ ଉତ୍ତରାଖଣ୍ଡର ନୈନିତାଲରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନଯାତ୍ରା । ସେପଟେ ଲାରିଆକାଣ୍ଟା ଆଞ୍ଚଳରେ ବି ନିଆଁ ବ୍ୟାପୁଛି । ଜନବସତି ପାଖରେ ଜଙ୍ଗଲ ନିଆଁ ପହଞ୍ଚିଗଲାଣି ।

ସ୍ଥାନୀୟ ITI କୋଠା ଜଙ୍ଗଲ ନିଆଁରେ ଜଳି ଯାଇ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ସେପଟେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ରୁଦ୍ର ପ୍ରୟାଗ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଉତ୍ତରାଖଣ୍ଡରେ ଗତ ସପ୍ତାହେ ହେଲା ବ୍ୟାପିଛି ଜଙ୍ଗଲ ନିଆଁ । ଏହି ଜଙ୍ଗଲ ନିଆଁରେ ୩୩.୩୪ ହେକ୍ଟର ଜଙ୍ଗଲ ପୋଡ଼ି ଧ୍ୱଂସ ହୋଇଗଲାଣି ।

ତେବେ ଗତ ୨୪ ଘଣ୍ଟାରେ ନୂଆ ୩୧ଟି ପଏଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ନିଆଁ ଲିଭାଇବା ପାଇଁ ବାୟୁସେନାର Mi-17 ହେଲିକପ୍ଟର ବ୍ୟବହାର କରାଯାଉଛି । ଭୀମତାଲ ହ୍ରଦରୁ ହେଲିକପ୍ଟର ଦ୍ୱାରା ପାଣି ନେଇ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଚାଲିଛି ।

ସାରା ଦେଶରେ ଏବେ ନିଆଁ ବର୍ଷୁଛି । ତାତି ବଢ଼ିବା ସହ ଜଙ୍ଗଲରେ ନିଆଁ ଲାଗିବା ବି ଆରମ୍ଭ ହୋଇଯାଇଛି । ଗତ ୩୬ ଘଣ୍ଟା ଧରି ଉତ୍ତରାଖଣ୍ଡର ନୈନିତାଲ ନିକଟ ଜଙ୍ଗଲରେ ନିଆଁ ଲାଗି ହେକ୍ଟର ହେକ୍ଟର ବନାଞ୍ଚଳ, ବନାଗ୍ନିର ଆଁରେ ଜଳି ପୋଡ଼ି ପାଉଁଶ ହେଲାଣି । ନୈନିତାଲ-ଭବାଲୀ ରୋଡ୍ ନିକଟ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିବା ଯୋଗୁଁ ଏହାର ପ୍ରଭାବ ଆଖପାଖ ଅଞ୍ଚଳକୁ ବି ପଡ଼ିଛି ।

ନିଆଁ ଓ ଧୂଆଁ ଯୋଗୁଁ ଉତ୍ତରାଖଣ୍ଡର ନୈନିତାଲରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନଯାତ୍ରା । ସେପଟେ ଲାରିଆକାଣ୍ଟା ଆଞ୍ଚଳରେ ବି ନିଆଁ ବ୍ୟାପୁଛି । ଜନବସତି ପାଖରେ ଜଙ୍ଗଲ ନିଆଁ ପହଞ୍ଚିଗଲାଣି । ସ୍ଥାନୀୟ ITI କୋଠା ଜଙ୍ଗଲ ନିଆଁରେ ଜଳି ଯାଇ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ସୁଧା ୭୦୮ ହେକ୍ଟର ବନାଞ୍ଚଳରେ ନିଆଁ ଲାଗିଛି ।

ଏବେ ସୁଦ୍ଧା ଉତ୍ତରାଖଣ୍ଡରେ ୫୮୪ ପଏଣ୍ଟରେ ନିଆଁ ଲାଗିଥିବା ଜଣାପଡ଼ିଛି । ସେଥିମଧ୍ୟରୁ କୁମାଓରେ ୩୨୨ଟି ବନାଗ୍ନି ମାମଲା ସବୁଠାରୁ ଅଧିକ ଚିନ୍ତା ବଢାଇଛି । ଏହାର ମୁକାବିଲା ପାଇଁ ସେନାକୁ ମୁତୟନ କରାଯାଇଛି । ବାୟୁସେନାର MI-୧୭ ହେଲିକପ୍ଟର ଯୋଗେ ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରାଯାଉଛି ।

ନିଆଁ ଲିଭାଇବା ପାଇଁ ଭୀମତାଲ ହ୍ରଦରୁ ହେଲିକପ୍ଟର ଦ୍ୱାରା ପାଣି ନେଇ ଜଙ୍ଗଲ ନିଆଁ ନିୟନ୍ତ୍ରଣ କରୁଛନ୍ତି ବାୟୁବୀର । କେମିତି ନିଆଁକୁ ଆୟତ୍ତ କରାଯାଇପାରିବ ସେନେଇ ବାଟ ବାହାର କରିବାକୁ ଜଙ୍ଗଲ ବିଭାଗ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଅନ୍ୟପଟେ ନୈନିତାଲ ଡିଏଫଓଙ୍କ ସୂଚନା ଅନୁସାରେ, ୪୦ ଜଣ ବନ କର୍ମଚାରୀ, ଦୁଇ ଜଣ ଫରେଷ୍ଟ ରେଞ୍ଜରଙ୍କୁ ନିଆଁ ଲିଭା ଦାୟିତ୍ୱ ପ୍ରଦାନ କରାଯାଇଛି । ନୈନିତାଲ ବନାଞ୍ଚଳ ସମେତ କୁମାଓଁ, ଗରୱାଲ ରେଞ୍ଜରେ ସ୍ୱତନ୍ତ୍ର ପହରା ଦିଆଯାଇଛି ।