Advertisment

‘ମୁଁ ଆସନ ନୁହେଁ, ଜନସାଧାରଣଙ୍କ ହୃଦୟ ଜିତିବାକୁ କାମ କରେ’

ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରାଯାଇଥିଲା କି ଆଜିକାଲି ଆପଣ ଯେଉଁଆଡେ ଯାଉଛନ୍ତି ସେଠାରେ ଏକ ନାରା ଲାଗୁଛି କି ‘ଅବକୀ ବାର୍‌ ୪୦୦ ପାର୍’। କ’ଣ ସତରେ ଆପଣଙ୍କ ପାର୍ଟି ଏମିତି କିଛି କରିବାକୁ ଲକ୍ଷ୍ୟ ରଖିଛି।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ଆଉ କିଛି ମାସ ପରେ ହେବାକୁ ଯାଉଛି ୨୦୨୪ ସାଧାରଣ ନିର୍ବାଚନ। ନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି। ତେବେ ୨୪ ଫାଇନାଲ ଫାଇଟ୍‌ ପୂର୍ବରୁ ବିରୋଧୀ କଂଗ୍ରେସ ଓ ବିଜେପି ପାଇଁ ସେମିଫାଇନାଲ ସଦୃଶ ଥିଲା ୫ ରାଜ୍ୟର ନିର୍ବାଚନ। ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୩ ରାଜ୍ୟରେ ପୂର୍ଣ୍ଣ ବହୁମତ ସହ ସରକାର କରିଛି ବିଜେପି।

Advertisment

ତେବେ ହିନ୍ଦୀ ବେଲ୍ଟର ତିନୋଟି ରାଜ୍ୟର ଫଳାଫଳ ପରେ ରାଜନୈତିକ ବିରୋଧୀମାନେ ଏବେ ଅନୁମାନ କରୁଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନରେ ​​ମୋଦି ସରକାର ୩୦୦ ଆସନରୁ ଅଧିକ ସିଟ୍‌ରେ ବିଜୟ ଲାଭ କରିବ। ତେବେ ସିଟ୍‌ ସଂଖ୍ୟାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଗଣମାଧ୍ୟମରେ ସାକ୍ଷାତକାର ଦେବା ଅବସରରେ ଏହି ପ୍ରଶ୍ନକୁ ନେଇ ରୋଚକ ଉତ୍ତର ରଖିଛନ୍ତି ମୋଦି। ସେ କହିଛନ୍ତି, ମୋ ପାଇଁ ଆସନ ଗଣିବା ଅପେକ୍ଷା ଜନସାଧାରଣଙ୍କ ହୃଦୟ ଜିତିବା ସର୍ବଦା ପ୍ରାଥମିକତା ରହିଥାଏ।

ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରାଯାଇଥିଲା କି ଆଜିକାଲି ଆପଣ ଯେଉଁଆଡେ ଯାଉଛନ୍ତି ସେଠାରେ ଏକ ନାରା ଲାଗୁଛି କି ‘ଅବକୀ ବାର୍‌ ୪୦୦ ପାର୍’। କ’ଣ ସତରେ ଆପଣଙ୍କ ପାର୍ଟି ଏମିତି କିଛି କରିବାକୁ ଲକ୍ଷ୍ୟ ରଖିଛି। ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ କି ଜନସାଧାରଣଙ୍କ ଦ୍ୱାରା ଦିଆଯାଇଥିବା ଯେକୌଣସି ତଥ୍ୟର ଏକ ବିଶେଷ ଆଧାର ଅଛି, ସେହି ତଥ୍ୟ ପଛରେ ଏକ ଅର୍ଥ ଅଛି ଏବଂ ଏହାର ନିଜସ୍ୱ ଗୁରୁତ୍ୱ ଅଛି, ଆମକୁ ଏହାକୁ ବୁଝିବାକୁ ପଡ଼ିବ। ଆଜି ଦେଶର ପ୍ରତ୍ୟେକ ନାଗରିକ ହୃଦୟଙ୍ଗମ କରୁଛନ୍ତି ଯେ ୨୦୧୪ ପୂର୍ବରୁ ଗତ ତିନି ଦଶନ୍ଧିର ରାଜନୈତିକ ଅସ୍ଥିରତା ଦେଶ ପାଇଁ କେତେ କ୍ଷତି କରିଛି। ଆଜି ସମଗ୍ର ବିଶ୍ୱର ଆଖି ଭାରତ ଉପରେ ରହିଛି । ସମଗ୍ର ବିଶ୍ୱ ଭାରତରୁ ନୂଆ ଆଶା ରଖିଛି। ଏଭଳି ସ୍ଥିତିରେ ଦେଶର କୌଣସି ନାଗରିକ ଭାରତକୁ ଅସ୍ଥିରତାରେ ପକାଇବାକୁ ଚାହାଁନ୍ତି ନାହିଁ ।

Advertisment

ଆମେ ଦେଖିଛୁ ଯେ ଗାଁର ଲୋକମାନେ ମଧ୍ୟ ପ୍ରାୟତଃ କୁହନ୍ତି ଯେ କରୋନା ମହାମାରୀ ସମୟରେ ଭାରତରେ ଅସ୍ଥିର ସରକାର ରହିଥିଲେ ଦେଶ ସହିତ କ’ଣ ହୋଇଥାନ୍ତା ? ବିଶ୍ୱର ଅର୍ଥନୀତି ମହାମାରୀ କରୋନା ଏବଂ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଏଭଳି ସ୍ଥିତିରେ ଯଦି ଭାରତରେ ଅସ୍ଥିରତା ରହିଥାନ୍ତା ତେବେ କ’ଣ ହୋଇଥାନ୍ତା ? ସେଥିପାଇଁ ସାଧାରଣ ଲୋକ ପୂର୍ବ ଅପେକ୍ଷା ଏକ ଶକ୍ତିଶାଳୀ, ଅଧିକ ଦକ୍ଷ ସରକାର ସପକ୍ଷରେ ଅଛନ୍ତି। ଗଣତନ୍ତ୍ର ପାଇଁ ମଧ୍ୟ ଶକ୍ତିଶାଳୀ ଓ ଦକ୍ଷ ସରକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେ ଆହୁରି କହିଛନ୍ତି, ମୋ ପାଇଁ ଆସନ ଗଣନା ଅପେକ୍ଷା ଜନସାଧାରଣଙ୍କ ହୃଦୟ ଜିତିବା ସର୍ବଦା ପ୍ରାଥମିକତା ରହିଆସିଛି। ମୁଁ ହୃଦୟ ଜିତିବାକୁ ଚେଷ୍ଟା କରେ । ଆଜି କେବଳ ମୁଁ ନୁହେଁ, ସମଗ୍ର ଦେଶ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାର ଲକ୍ଷ୍ୟ ଉପରେ କାର୍ଯ୍ୟ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment
Narendra Modi India BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ