Advertisment

Supreme Court: ଦିଲ୍ଲୀ NCRରୁ ବୁଲା କୁକୁର ହଟାଇବା ନିର୍ଦ୍ଦେଶର ହେବ ପୁନର୍ବିଚାର: ପ୍ରଧାନ ବିଚାରପତି

ସୋମବାର ଦିଲ୍ଲୀ NCRରୁ ସମସ୍ତ ବୁଲା କୁକୁରକୁ ହଟାଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଦିଲ୍ଲୀରେ କୁକୁର କାମୁଡ଼ା କେସ ବଢ଼ୁଥିବାରୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

Supreme Court

Supreme Court

Advertisment

ଦିଲ୍ଲୀ NCRରୁ ବୁଲା କୁକୁର ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ହେବ ପୁନର୍ବିଚାର । ଏହି ରାୟର ପୁନର୍ବିଚାର କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବି.ଆର. ଗବାଇ । ଗତ ସୋମବାର ଦିଲ୍ଲୀ NCRରୁ ସମସ୍ତ ବୁଲା କୁକୁର ହଟାଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ କୁକୁର କାମୁଡ଼ା ସହ ରାବିଜ୍ କେସ ବଢ଼ୁଥିବାରୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ କୋର୍ଟଙ୍କ ଏହି ରାୟକୁ ଦିଲ୍ଲୀ ରେସିଡେଣ୍ଟ ୱେଲଫର ଆସୋସିଏସନ ସ୍ବାଗତ କରିଥିବା ବେଳେ ଆନିମଲ ଆକ୍ଟିଭିଷ୍ଟ ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଯୁକ୍ତି ବାଢ଼ିଥିଲେ ।

Advertisment

ତେବେ କୋର୍ଟଙ୍କ ନିର୍ଦ୍ଦେଶ ନେଇ ଆଜି ପ୍ରଧାନବିଚାରପତିଙ୍କ ନିକଟରେ କରାଯାଇଥିବା ଆବେଦନକୁ ସେ ଗ୍ରହଣ କରିବା ସହ ଏହାର ତର୍ଜମା କରିବେ ବୋଲି କହିଛନ୍ତି । ସୋମବାର ଜଷ୍ଟିସ ଜେ.ବି. ପାରଦିୱାଲା ଓ ଜଷ୍ଟିସ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ବୁଲା କକୁରଙ୍କୁ ଦିଲ୍ଲୀରୁ ହଟାଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସହରକୁ ବୁଲା କୁକୁର ମୁକ୍ତ କରିବା ଦ୍ବାରା ପିଲା ଓ ବୟସ୍କ ସୁରକ୍ଷିତ ଅନୁଭବ କରିବେ ବୋଲି କୋର୍ଟ କହିଥିଲେ । ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ନିର୍ଦ୍ଦେଶ ଦେଇଥିବା କୋର୍ଟ ସ୍ପଷ୍ଟ କରିଥିଲେ । ଏହାସହ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ: ଖୁବଶୀଘ୍ର ଗଡ଼ିବ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ସାମ୍ନାକୁ ଆସିଲା ପ୍ରଥମ ଝଲକ

Advertisment
Supreme Court Of India Chief Justice Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ