Advertisment

‘ମୋ ବାପାଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ ହୋଇଛି’... ଜେଲରେ ଥିବା ସାମ୍ବାଦିକଙ୍କ କୁନି ଝିଅର ଭାବପ୍ରବଣ ଭିଡିଓ ଭାଇରାଲ

ବାପା ଜେଲରେ ଥିବା ବେଳେ କୋହ ସମ୍ଭାଳି ପାରୁନି କୁନି ଝିଅ । ସ୍ୱାଧୀନତା ଦିବସ ଅବସରରେ ନିଜ ଦୁଃଖ ବଖାଣିଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

‘ମୁଁ ମେହନାଜ କପ୍ପନ । ଜଣେ ସାମ୍ବାଦିକଙ୍କ ଝିଅ । ଯିଏ ଏବେ ଜେଲରେ ଅଛନ୍ତି । ମୋ ବାପାଙ୍କୁ ଜଣେ ଭାରତୀୟ ନାଗରିକ ହିସାବରେ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି । ’ ସ୍ୱାଧୀନା ଦିବସ ଅବସରରେ ସାମ୍ବାଦିକ ସିଦ୍ଦିକି ଅପ୍ପନ୍‌ଙ୍କ ଝିଅର ଏକ ଭାବପ୍ରବଣ ଭିଡିଓ ଭାଇରାଲ ହେବାରେ ଲାଗିଛି । ସିଦ୍ଦିକି ଅପ୍ପନ୍‌ଙ୍କ ୨୦୨୦ ଠାରୁ ଜେଲରେ ବନ୍ଦ ଅଛନ୍ତି । ହାଥରସ ଗଣଦୁଷ୍କର୍ମ ଷଡ଼ଯନ୍ତ୍ର ମାମଲାରେ ପୁଲିସ ସିଦ୍ଦିକିଙ୍କୁ ଗିରଫ କରିଛି । ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

Advertisment

ବାପା ଜେଲରେ ଥିବା ସମୟରେ ଝିଅ ଭାଷଣ ମାଧ୍ୟମରେ ନିଜର ଦୁଃଖ ବଖାଣିଛି । ବାପାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ବଖାଣିଛି ୯ ବର୍ଷର ଝିଅ । ସ୍ୱାଧୀନତା ଦିବସ ଅବସରରେ କୁନି ଝିଅ ଦେଇଥିବା ଭାଷଣରେ ସାଧାରଣ ଲୋକଙ୍କ ସ୍ୱାଧୀନତା ଏବଂ ଅଧିକାରକୁ କିଭଳି କ୍ଷୁର୍ଣ୍ଣ କରାଯାଉଛି ତାହା ବଖାଣିଛନ୍ତି।

ଭିଡିଓରେ ମେହନାଜ ଧର୍ମ ଏବଂ ରାଜନୀତି ଉପରେ ଆଧାରିତ ହିଂସା ସମ୍ପର୍କରେ ମଧ୍ୟ କହିଛନ୍ତି ଏବଂ ଏହାକୁ 'ପ୍ରେମ ଓ ଏକତା ଦ୍ୱାରା ଦୂରେଇବା ଆବଶ୍ୟକ ବୋଲି କହିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କର ସ୍ୱତନ୍ତ୍ର ଅଧିକାର ରହିଛି । କ’ଣ କହିବେ, କ’ଣ ଖାଇବେ କିମ୍ବା କେଉଁ ଧର୍ମ ଅନୁସରଣ ତାହା ସେମାନେ ନିଜେ ସ୍ଥିର କରିପାରିବେ । ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଭଗତ ସିଂ ଏବଂ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ଏବଂ ବଳିଦାନ ଯୋଗୁଁ ଦେଶ ସ୍ୱାଧୀନ ହୋଇପାରିଛି ।

Advertisment

ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ କୁନି ଝିଅଟି ହାତଯୋଡ଼ି ଅନୁରୋଧ କରିଛି । ଜଣେ ସାଧାରଣ ନାଗରିକର ସ୍ୱାଧୀନତା ଏବଂ ଅଧିକାର ଛଡ଼ାଇନେବା ଉଚିତ ନୁହେଁ । ଭାରତକୁ ଶୀର୍ଷକୁ ନେବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଉଚିତ୍ । କୌଣସି ପାର୍ଥକ୍ୟ ଏବଂ ଦ୍ୱନ୍ଦ୍ୱ ବିନା ଆମେ ଭବିଷ୍ୟତ ପାଇଁ ଏକ ଭଲ ସ୍ୱପ୍ନ ଦେଖିବା ଉଚିତ୍ ।

Special Story
Advertisment
Advertisment