Advertisment

ଛୁରି ଧରି ମୋଦିଙ୍କୁ ହତ୍ୟା ଧମକ ଦେଲା ହାଇଦ୍ରାବାଦ ଯୁବକ !

ସମ୍ବେଦନଶୀଳ ପୋଷ୍ଟ ପରେ ତଦନ୍ତ ଆରମ୍ଭ କରିଛି କର୍ଣ୍ଣାଟକ ପୋଲିସ୍। ବ୍ୟକ୍ତି ଜଣକ ହାଇଦ୍ରାବାଦର ହୋଇଥିବା ଜଣାପଡ଼ିଛି। ଏଣୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି।

ଅଦ୍ୟତନ ହୋଇଛି
PM Narendra Modi Gets Death Threat by Karnataka man

Narendra Modi

Advertisment

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ। ହାଇଦ୍ରାବାଦର ଜଣେ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କର୍ଣ୍ଣାଟକ ୟାଦଗିରିରେ ମାମଲା ରୁଜୁ ହୋଇଛି। ଯୁବକ ଜଣକ ହାତରେ ଏକ ଛୁରୀ ଧରି ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହୁଛନ୍ତି କି, ଯଦି ଏଥର କଂଗ୍ରେସ କ୍ଷମତାକୁ ଆସେ ତାହେଲେ ସେ ମୋଦିଙ୍କୁ ହତ୍ୟା କରିବେ। ଏଭଳି ସମ୍ବେଦନଶୀଳ ପୋଷ୍ଟ ପରେ ତଦନ୍ତ ଆରମ୍ଭ କରିଛି କର୍ଣ୍ଣାଟକ ପୋଲିସ୍। ବ୍ୟକ୍ତି ଜଣକ ହାଇଦ୍ରାବାଦର ହୋଇଥିବା ଜଣାପଡ଼ିଛି। ଏଣୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି।

Advertisment

ପୂର୍ବରୁ ମଧ୍ୟ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi)ଙ୍କୁ ହତ୍ୟା ଧମକ ଦିଆଯାଇଛି । ଯାହାଫଳରେ ମୋଦିଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ୨୦୨୩ ମସିହାରେ  ବିଜେପି ଅଫିସକୁ ଏକ ଧମକ ଭରା ଚିଠି ଆସିଥିଲା । ଯାହା ପରେ ସମଗ୍ର କେରଳ(Kerala)ରେ ହାଇଆଲର୍ଟ ଜାରି କରାଯାଇଥିଲା । ଧମକଭରା ଚିଠିରେ କୁହାଯାଇଥିଲା ଯେ ‘ମୋଦିଙ୍କ ଆଗାମୀ ଗସ୍ତ ସମୟରେ ତାଙ୍କ ଉପର ଆତ୍ମଘାତୀ ଆକ୍ରମଣ କରାଯିବ ।’ ସେତେବେଳେ ଏପ୍ରିଲ୍‌ ୨୪ରେ ମୋଦିଙ୍କର କୋଚି ଗସ୍ତ କରିବାର ଯୋଜନା ରହିଥିଲା  ।

ଅନ୍ୟପଟେ ପୂର୍ବରୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ମଧ୍ୟ ଏକ ଧମକପୂର୍ଣ୍ଣ ଇମେଲ୍‌ ପାଇଥିଲା । ଏହି ଇମେଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ଏହା ବ୍ୟତୀତ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମକୁ ମଧ୍ୟ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ମିଳିଥିଲା । ଇମେଲ୍‌ ପ୍ରେରକ ୫୦୦ କୋଟି ଟଙ୍କା ଏବଂ ଜେଲରେ ଥିବା ଡନ୍‌ ଲରେନ୍ସ ବିଷ୍ନୋଇଙ୍କୁ ମୁକ୍ତ କରିବାକୁ ଦାବି କରିଥିଲା । ଏନ୍‌ଆଇଏ ଏହି ସୂଚନା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏବଂ ଅନ୍ୟ ରାଜ୍ୟର ପୋଲିସ ସହିତ ଶେୟାର କରିଥିଲା। ଏହାପରେ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କଡ଼ି କରାଯାଇଥିଲା ।

Advertisment
PM Narendra Modi Death Threat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ