Advertisment

କୋର୍ଟଙ୍କ ବଡ଼ ରାୟ...‘ସ୍ୱାମୀ ଯଦି ମାଆଙ୍କୁ ଟଙ୍କା ଓ ସମୟ ଦେବେ, ତାହା ଘରୋଇ ହିଂସା ନୁହେଁ’

କୋର୍ଟଙ୍କ ବଡ଼ ରାୟ । ସ୍ୱାମୀ ତାଙ୍କ ମା’ଙ୍କୁ ଟଙ୍କା ଓ ସମୟ ଦେବା ଘରୋଇ ହିଂସା ନୁହେଁ । ଏକ ମାମଲାରେ ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ଯାହାକୁ ନେଇ ସାରା ଭାରତରେ ଚର୍ଚ୍ଚା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Money To Mother Is Not Domestic Violence

Money To Mother Is Not Domestic Violence

କୋର୍ଟଙ୍କ ବଡ଼ ରାୟ । ସ୍ୱାମୀ ତାଙ୍କ ମା’ଙ୍କୁ ଟଙ୍କା ଓ ସମୟ ଦେବା ଘରୋଇ ହିଂସା ନୁହେଁ । ଏକ ମାମଲାରେ ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ଯାହାକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନେଇ ଅଭିଯୋଗ କରିଛନ୍ତି ଯେ ସେ କେବଳ ସମୟ ଦେଉନାହାଁନ୍ତି ବରଂ ତାଙ୍କ ମା’ଙ୍କୁ ମଧ୍ୟ ଟଙ୍କା ଦେଉଛନ୍ତି । ସେ ଏହି ଘଟଣାକୁ ନେଇ କୋର୍ଟରେ ପହଞ୍ଚିଥିଲେ । ଏହା ପରେ କୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାଙ୍କୁ ଏକ ବଡ଼ ଝଟକା ଲାଗିଥିଲା ।

Advertisment

ପ୍ରକୃତରେ, ମୁମ୍ବାଇର କୋର୍ଟ ତାଙ୍କ ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ଅଭିଯୋଗ ଉପରେ ମାଜିଷ୍ଟ୍ରେଟ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ମହିଳାଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ ସ୍ୱାମୀ ଯଦି ମା’ଙ୍କୁ ସମୟ ଓ ଟଙ୍କା ଦେବେ, ତେବେ ତାହା ଘରୋଇ ହିଂସା ବୋଲି ବିବେଚନା କରାଯାଇପାରିବ ନାହିଁ। । ମଙ୍ଗଳବାର ଦିନ ଦିଆଯାଇଥିବା ଆଦେଶରେ ଅତିରିକ୍ତ ଅଧିବେଶନ ଜଜ୍ ଆଶିଷ ଆୟାଚିଟ୍ କହିଛନ୍ତି ଯେ ତାଙ୍କ ସ୍ୱାମୀ ଓ ମା’ଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅସ୍ପଷ୍ଟ ରହିଛି ଓ ଆବେଦନକାରୀ (ମହିଳାଙ୍କ) ବିରୋଧରେ ଘରୋଇ ହିଂସା ହୋଇଥିବା ପ୍ରମାଣ କରିବାର କିଛି ନାହିଁ ।

ରାଜ୍ୟ ସଚିବାଳୟରେ ସହକାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ସୁରକ୍ଷା ପାଇଁ ମହିଳାଙ୍କ ଘରୋଇ ହିଂସା ଆଇନ ଅନୁଯାୟୀ ମାଜିଷ୍ଟ୍ରେଟ କୋର୍ଟରେ ଅଭିଯୋଗ କରିଥିଲେ । ମହିଳା ଜଣଙ୍କ ଆହୁରି ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ମା’ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଓ ମାନସିକ ରୋଗ ପାଇଁ ମୋତେ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଓ ଶାଶୁ ଚାକିରି ନକରିବାକୁ କହୁଥିଲେ ବୋଲି ସେ ଅଭିଯୋଗ କରିଥିଲେ ।  

Advertisment

ମହିଳା ଜଣକ କହିଛନ୍ତି ଯେ, ‘ତାଙ୍କ ସ୍ୱାମୀ ସେପ୍ଟେମ୍ବର ୧୯୯୩ରୁ ଡିସେମ୍ବର ୨୦୦୪ ପର୍ଯ୍ୟନ୍ତ ଚାକିରି ପାଇଁ ବିଦେଶରେ ରହୁଥିଲେ ।  ଯେତେବେଳେ ବି ସେ ଛୁଟିରେ ଇଣ୍ତିଆକୁ ଆସୁଥିଲେ, ସେ ତାଙ୍କ ମା’ଙ୍କୁ ଦେଖା କରୁଥିଲେ, ପ୍ରତିବର୍ଷ ୧୦,୦୦୦ ଟଙ୍କା ପଠାଉଥିଲେ । ମହିଳା ଜଣକ କହିଛନ୍ତି ଯେ ସ୍ୱାମୀ ମଧ୍ୟ ତାଙ୍କ ମା’ଙ୍କ ଆଖି ଅପରେସନ୍ ପାଇଁ ଟଙ୍କା ଖର୍ଚ୍ଚ କରିଥିଲେ । ଏସବୁ କାର୍ଯ୍ୟ ସ୍ୱାମୀ ତାଙ୍କ ଇଚ୍ଛା ବିରୋଧରେ କରୁଛନ୍ତି। ଏଥି ପାଇଁ ସେ ମାନସିକ ଅବସାଦରେ ରହୁଛନ୍ତି। ସେ ତାଙ୍କ ଶାଶୁ ଘର ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା ମଧ୍ୟ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ।’  କିନ୍ତୁ ତାଙ୍କ ଶାଶୁଘର ଲୋକ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ମହିଳା ଜଣଙ୍କ ଆହୁରି ଦାବି କରିଛନ୍ତି ଯେ, ‘ପତ୍ନୀ ଭାବରେ ତାଙ୍କ ସ୍ୱାମୀ କେବେବି ତାଙ୍କୁ ଗ୍ରହଣ କରିନାହାଁନ୍ତି ଏବଂ ତାଙ୍କ ବିରୋଧରେ ମିଛ ଅଭିଯୋଗ କରନ୍ତି ।’ ସ୍ୱାମୀଙ୍କ କହିବାନୁସାରେ, ସେ ତାଙ୍କ ଖରାପ ଗୁଣ କାରଣରୁ ପରିବାର କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ । ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କ ଏନଆରଏ (non-resident external) ଆକାଉଣ୍ଟରୁ ୨୧.୬୮ ଲକ୍ଷ ଟଙ୍କା ଉଠାଇ ଏକ ଫ୍ଲାଟ୍‌ କିଣିଛନ୍ତି ।

ଏହି ମାମଲାରେ ଜଜ୍ କହିଛନ୍ତି ଯେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିଷ୍ପତ୍ତିରେ କୋର୍ଟର ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ। ମହିଳାଙ୍କ ଆବେଦନ ବିଚାରାଧୀନ ଥିବାବେଳେ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ମାସିକ ୩୦୦୦ ଟଙ୍କା ମଧ୍ୟବର୍ତ୍ତୀ ରକ୍ଷଣାବେକ୍ଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଓ ଅନ୍ୟମାନଙ୍କର ପ୍ରମାଣ ରେକର୍ଡ କରିବା ପରେ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

SDJM Court Domestic Violence
Advertisment
Advertisment