Advertisment

ଅଯୋଧ୍ୟା ମନ୍ଦିରରେ ବାଳୁତ ରାମଙ୍କ ବିଗ୍ରହ, ଭିଡିଓରୁ ମିଳିଲା ସଂକେତ...

ପଦ୍ମ ଫୁଲ ଉପରେ ଠିଆ ହୋଇଛନ୍ତି ଶ୍ରୀରାମ । ତାଙ୍କର ହାତରେ ଶୋଭା ପାଉଛି ଧନୁ ତୀର ।

ଅଦ୍ୟତନ ହୋଇଛି
Ayodhya Ram Mandir

Ayodhya Ram Mandir

Advertisment

ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାନ ପାଇବାକୁ ଥିବା ବିଗ୍ରହ କେମିତି ଦେଖାଯିବେ। କେମିତି ଦିଶିବେ ରାମ। ଏହାକୁ ନେଇ ସାରା ଦେଶରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ଆଜି ଏହାର ସାମାନ୍ୟ ସଂକେତ ମିଳିଛି। ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ରାମଙ୍କ ଏକ ଚିତ୍ର ରହିଛି। ଏହି ଚିତ୍ରରେ ପଦ୍ମଫୁଲ ଉପରେ ଠିଆ ହୋଇଛନ୍ତି ପ୍ରଭୁ ଶ୍ରୀରାମ। ହାତରେ ରହିଛି ଧନୁ ତୀର।

Advertisment

ଚର୍ଚ୍ଚା ହେଉଛି ରାମଙ୍କର ଏମିତି ମୂର୍ତ୍ତି ସ୍ଥାନ ପାଇବ ଅଯୋଧ୍ୟା ମନ୍ଦିରରେ । ୫ ବର୍ଷର ବାଳୁତ ରାମଙ୍କ କମନୀୟ ମୂର୍ତ୍ତି ତିଆରି ହୋଇଛି ଏକ ସ୍ୱତନ୍ତ୍ର ପ୍ରକାରର କଳା ପଥରରେ। 

Advertisment

ଅନ୍ୟପଟେ ୨୨ ଜାନୁଆରୀ ୨୦୨୪ ରେ ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଛି । ଏହି ଦିନ ଦେଶର ଇତିହାସରେ ଳିପିବଦ୍ଧ ହୋଇ ରହିବ । ପ୍ରାଣ ପ୍ରତିଷ୍ଠାର ଏକ ସପ୍ତାହ ପୂର୍ବରୁ ରାମନଗରୀ ଅଯୋଧ୍ୟାରେ କାର୍ଯ୍ୟକ୍ରମଗୁଡ଼ିକ ଆରମ୍ଭ ହେବ । ଏଥିରେ ଭଗବାନଙ୍କ ନାମ ଜପ କରିବାଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହେବ । ଜାନୁୟାରୀ ୧୬ରୁ ଜାନୁୟାରୀ ୨୨ ତାରିଖ ପର୍ଯ୍ୟନ୍ତ, ବିଧି ବିଧାନ ଅନୁସାରେ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯିବ । ୧୭ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ ମୂର୍ତ୍ତି ସାମ୍ନାକୁ ଆସିବ । କିନ୍ତୁ ଯେତେବେଳେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ସେତେବେଳେ ତାଙ୍କ ଆଖିରେ ପଟ୍ଟି ବନ୍ଧା ଯିବ । ପ୍ରାଣ ପ୍ରତିଷ୍ଠା ସରିଲେ ଆଖିରୁ ପଟ୍ଟି ଖୋଲାଯିବ ।

ଯାତ୍ରାଠାରୁ ଆରମ୍ଭ କରି ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ରାମଲାଲାଙ୍କ ଆଖିରେ ପଟ୍ଟି ବନ୍ଧା ରହିବ । କିନ୍ତୁ ଏହାକୁ ନେଇ ଲୋକେ ନାନା ପ୍ରକାର କଳ୍ପନା ଜଳ୍ପନା କରୁଛନ୍ତି । ତେବେ ଏହା ବିଷୟରେ ଲୋକା କିଛି ଜାଣିନଥିବାରୁ ନାନା ଆଲୋଚନା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା ପଛରେ ରହିଛି ବଡ଼ ଧାର୍ମିକ ମହତ୍ୱ ।

Advertisment

ତେବେ ଆସନ୍ତୁ ଜାଣିବା କ’ଣ ରହିଛି ମହତ୍ୱ

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ୧୭ ଜାନୁଆରୀ ୨୦୨୪ରେ ଉନ୍ମୋଚିତ ହେବ । ଏହି ଅବଧି ମଧ୍ୟରେ ରାମନଗରୀରେ ଏକ ଯାତ୍ରା କରାଯିବ । ଏହି ସମୟରେ ରାମଲାଲା ମୂର୍ତ୍ତିର ଆଖିରେ ପଟ୍ଟି ବନ୍ଧା ଯାଇଥିବ । ଏହା ପଛର ସବୁଠାରୁ ବଡ଼ କାରଣ ହେଲା, ଜ୍ୟୋତିଷ ଶାସ୍ତ୍ର । ସେମାନେ ବିଶ୍ୱାସ କରନ୍ତି ଯେ ଯେତେବେଳେ ଜଣେ ଭକ୍ତ ଭଗବାନଙ୍କୁ ଦେଖନ୍ତି, ସେ ସମ୍ପୂର୍ଣ୍ଣ ଭାବନା ସହିତ ତାଙ୍କ ଆଖିକୁ ଦେଖନ୍ତି । ଏପରି ପରିସ୍ଥିତିରେ, ଯେତେବେଳେ ଭଗବାନ ଏବଂ ଭକ୍ତଙ୍କ ଆଖି ମିଶେ, ଭାବ ବିନିମୟ ହୁଏ । କୁହାଯାଏ ଏଭଳି ପରିସ୍ଥିତିରେ ଭଗବାନ ତାଙ୍କ ଭକ୍ତଙ୍କ ଦ୍ୱାରା ବସିଭୂତ ହୋଇ ତାଙ୍କ ସହ ଚାଲିବାକୁ ପ୍ରସ୍ତୁତ ହୁଅନ୍ତି । କଳିଯୁଗରେ ମଧ୍ୟ ଏମିତି ଘଟଣା ଘଟିଛି । ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ରାମ ଲାଲାଙ୍କ ଯାତ୍ରା ଆରମ୍ଭ ପୂର୍ବରୁ ପ୍ରଭୁଙ୍କ ଆଖିରେ ପଟ୍ଟି ବନ୍ଧାଯିବ । ପ୍ରାଣ ପ୍ରତିଷ୍ଠା ପରେ ଏହାକୁ ଖୋଲାଯିବ ।

Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ